ନୂଆଦିଲ୍ଲୀ : ଦିଲ୍ଲୀର ପିରାଗଡ଼ି ଅଞ୍ଚଳରେ ଏକ ଆଶ୍ଚର୍ଯ୍ୟକର ଘଟଣା ଘଟିଛି। ଏକ କାରରୁ ତିନି ଜଣ ବ୍ୟକ୍ତିଙ୍କ ମୃତଶରୀର ମିଳିଛି। ମୃତକଙ୍କ ତିନି ଜଣ ହେଉଛନ୍ତି ୬୨ ବର୍ଷିୟ ବର୍ଷିୟ ରଣଧୀର, ୪୨ ବର୍ଷିୟ ଶିବନରେଶ ଓ ୪୦ ବର୍ଷିୟ ଲକ୍ଷ୍ମୀ। ଲାଇଭ୍ ହିନ୍ଦୁସ୍ତାନ ଡଟ୍ କମ୍‌ରେ ପ୍ରକାଶିତ ସୂଚନା ଅନୁସାରେ, ଯେଉଁ କାରରୁ ମୃତଦେହ ମିଳିଲା ତାହା ରଣଧୀରଙ୍କର ଥିଲା। ରଣଧୀର ଓ ଶିବନରେଶ ଦିଲ୍ଲୀର ରଣହୌଲା ଅଞ୍ଚଳରେ ରହୁଥିବା ବେଳେ ଲକ୍ଷ୍ମୀ ଜହାଙ୍ଗିରପୁରୀର ନିବାସୀ ଥିଲେ।

ପୁଲିସର ପ୍ରାରମ୍ଭିକ ତଦନ୍ତରେ ମାମଲାଟି ଆତ୍ମଗତ୍ୟା ଜନିତ ଜଣାପଡ଼ିଛି, କାରଣ ମୃତକଙ୍କ ଶରୀରରେ କ୍ଷତର କୌଣସି ବାହ୍ୟ ଚିହ୍ନ ମିଳିଥିଲା। ଏହା ବ୍ୟତୀତ, କାର ଭିତରେ ଥିବା ତାଙ୍କର ଦାମୀ ଜିନିଷ ମଧ୍ୟ ସୁରକ୍ଷିତ ଭାବେ ମିଳିଛି, ଯେଉଁଥିରେ କୌଣସି ପ୍ରକାରର ଲୁଟପାତ୍ ଅର୍ଥାତ୍ ଚୋରି ଛିନତାଇର ସମ୍ଭାବନା ନଜର ଆସୁନାହିଁ।

ମିଡିଆ ରିପୋର୍ଟ ମୁତାବିକ, ତିନି ଜଣଙ୍କର ବିଷକ୍ରିୟା ଦ୍ୱାରା ହୋଇଥିବା ସନ୍ଦେହ କରାଯାଉଛି। ମୃତଦେହ ମିଳିବା ପରେ , ପୁଲିସ ଟିମ୍ ଗୁଡ଼ିକ କାରର ଯାଞ୍ଚ କରିଛନ୍ତି ଏବଂ ତିନି ମୃତଶରୀରକୁ ପୋଷ୍ଟମର୍ଟମ ପାଇଁ ହସ୍ପିଟାଲ ପଠାଇ ଦିଆ ଯାଇଛି। ତଦନ୍ତ ଜାରି ରହିଛି ଏବଂ ବରିଷ୍ଠ ପୁଲିସ ଅଧିକାରୀ ଘଟଣାସ୍ଥଳରେ ଉପସ୍ଥିତ ଥିଲେ। ଅଧିକ ସୂଚନାକୁ ପ୍ରତୀକ୍ଷା କରାଯାଇଛି।

ଆହୁରି ମଧ୍ୟ ପଢନ୍ତୁ : ମଣ୍ଡପରେ ବୋବାଲ : ଦେଖିଦେଲେ ମୁହଁ, ବେଦୀରେ ବଦଳିଗଲା ବର

ଏହା ପୂର୍ବରୁ ସଦ୍ୟ ଦିଲ୍ଲା ନିକଟବର୍ତ୍ତୀ ଫରିଦାବାଦରେ ତିନି ଭଉଣୀ ଏକ ବିଲ୍ଡିଂରୁ ଡ଼େଇଁ ଆତ୍ମହତ୍ୟା କରିଥିଲେ। କୁହାଯାଉ ଥିଲା ଯେ, ସେ କୌଣସି କୋରିୟନ ଗେମ୍ ଖେଳୁ ଥିଲେ ଏବଂ ତାଙ୍କ ଉପରେ କୋରିୟନ ସଂସ୍କୃତିର ମଧ୍ୟ ଖୁବ୍ ପ୍ରଭାବ ପଡ଼ିଥିଲା। ଏଥିଯୋଗୁଁ ସେମାନେ ଆତ୍ମହତ୍ୟା କରିଥିବାର ସନ୍ଦେହ କରାଯାଉଛି।