ନୂଆଦିଲ୍ଳୀ, ୮/୨ : ବିବାହ ଯେତେବେଳେ ଠିକ୍ ହୋଇଥିଲା ଜଣଙ୍କୁ ଦେଖାଇଥିଲେ ହେଲେ ବେଦୀରେ ଦେଖିଲା ବେଳକୁ ଆଉ ଜଣେ । ବର ବଦଳିବା ଦେଖି ରାଗିଗଲେ କନ୍ୟା । ମଣ୍ଡପରେ ଉଭୟ ପକ୍ଷ ଲାଗିଲେ ଗଣ୍ଡଗୋଳ । ଶେଷରେ ବାହା ହେବାକୁ ଆସିଥିବା ବରକୁ ଶିଶୁପାଳ ହୋଇ ଫେରିବାକୁ ପଡ଼ିଛି । ଉତ୍ତରପ୍ରଦେଶରୁ ଆସିଛି ଏଭଳି ଏକ ଖବର । ଯେଉଁ ଘଟଣା ଏବେ ବେଶ ଚର୍ଚ୍ଚାରେ ରହିଛି । ମଙ୍ଗୁଳା କନ୍ୟାକୁ ଘରକୁ ନେଇ ଫେରିଛନ୍ତି ପରିବାର ଲୋକେ ।
ବେଶ ଧୁମଧାମରେ କନ୍ୟାରେ ଘରେ ରୋଶଣୀ କରି ପହଞ୍ଚିଥିଲେ ବର । ବରଯାତ୍ରୀ ଧୁମ୍ ନାଚିଥିଲେ ଆଉ ପେଟେ ଖାଇ ଘରକୁ ବାହାରିଥିଲେ । ଉଭୟ ପକ୍ଷ ବେଶ ଖୁସିରେ ଏହି ବାହାଘରକୁ ନେଇ ଖୁସି ମନାଉଥିଲେ । ତେବେ ଯେତେବେଳେ ବର-କନ୍ୟା ବେଦୀକୁ ଯାଇଥିଲେ ସେତେବେଳେ ଜଣା ପଡ଼ିଥିଲା ସତ । ବର ବେଦୀରେ ବସିଥିବା ସମୟରେ ହଠାତ ବେହୋସ ହୋଇ ତଳେ ପଡ଼ିଗଲେ । କନ୍ୟା ଜଣକ ଦେଖିବା ପରେ ତାଙ୍କର ମନରେ ସନ୍ଦେହ ହୋଇଥିଲା । କାରଣ ତାଙ୍କ ସହ ଠିକ୍ ହୋଇଥିବା ପୁଅ ଇଏ ନୁହେଁ । ଯେତେବେଳେ ସେ ଏହା ଜାଣିଥିଲେ ହଙ୍ଗାମା କରିବା ଆରମ୍ଭ କରିଥିଲେ ।
ପରେ ଯେତେବେଳେ ବରକୁ ଛିଡ଼ା ହେବାକୁ କୁହାଯାଇଥିଲା ସେ ଛିଡ଼ା ହୋଇପାରିନଥିଲେ । କାରଣ ସେ ଭିନ୍ନକ୍ଷମ ଥିଲେ । ଏକଥା ଜାଣିବା ପରେ କନ୍ୟା ରାଗି ଯାଇଥିଲେ । କାରଣ ତାଙ୍କ ସହ ବିବାହ ସ୍ଥିର ହୋଇଥିବା ପୁଅ ବଦଳାଯାଇଛି । ଯାହାକୁ ନେଇ ଉଭୟ ପରିବାର ମଧ୍ୟରେ ବଚସା ପର୍ଯ୍ୟନ୍ତ କଥା ଯାଇଥିଲା । ପୁଲିସକୁ ଖବର ଦେବା ପରେ ମାମଲାକୁ ହସ୍ତକ୍ଷେପ କରାଯାଇଛି । ତେବେ ଘଟଣାର କୌଣସି ସମାଧାନ ହୋଇନଥିବାବେଳେ ବର ଶିଶୁପାଳ ହୋଇ ଘରକୁ ଫେରିଥିଲା । ସେପଟେ ଝିଅ ଘର ଲୋକଙ୍କ ସହ ପ୍ରତାରଣା କରାଯାଇଥିବା ଅଭିଯୋଗ କରାଯାଇଥିବାବେଳେ ଆଗାମୀ ପଦକ୍ଷେପ କଣ ହେଉଛି ଏହାକୁ ନେଇ ଚର୍ଚ୍ଚା ହେଉଛି ।
ଏହାସହ ପଢ଼ନ୍ତୁ : ବାହାଘରର ଗୋଟିଏ ଦିନ ପୂର୍ବରୁ ମହିଳା ପୁଲିସ କର୍ମଚାରୀଙ୍କୁ ଅପହରଣ ଅଭିଯୋଗ