ବୌଦ୍ଧ,୨୩/୧ : ବୌଦ୍ଧ ପ୍ରଣାମ ନୃତ୍ୟାନୁଷ୍ଠାନର ତିନିଜଣ ଓଡିଶୀନୃତ୍ୟ ଶିଳ୍ପୀ ଦିଲ୍ଲୀରେ ପାଳନ ହେବାକୁଥିବା ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବା ପାଇଁ ଚୟନ ହୋଇ ଦିଲ୍ଲୀଠାରେ କ୍ଷେତ୍ରୀୟ ଅଭ୍ୟାସରେ ଭାଗ ନେଉଛନ୍ତି । ସେମାନେ ହେଲେ ସ୍ନେହାରାଣୀ ମିଶ୍ର, ଅନ୍ୟ ଦୁଇ ଭଉଣୀ ହଂସିକା ମନ୍ତ୍ରୀ ଓ ଆଶ୍ଳେଷା ମନ୍ତ୍ରୀ । ଦିଲ୍ଲୀଠାରେ ପାଳନ ହେବାକୁ ଥିବା ଜାତୀୟସ୍ତରୀୟ ୭୭ତମ ସାଧାରଣତନ୍ତ୍ର ଦିବସରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପତାକା ଉନ୍ମୋଚନ କରିବେ ।
ଏହି ଅବସରରେ ରାଷ୍ଟ୍ରପତି ଭବନଠାରୁ ଇଣ୍ଡିଆଗେଟ ପରିବ୍ୟାପ୍ତ କର୍ତ୍ତବ୍ୟମାର୍ଗରେ ଆୟୋଜିତ ହେବାକୁ ଯାଉଥିବା ସାଂସ୍କୃତିକ କାର୍ଯ୍ୟକ୍ରମରେ ସାରା ଭାରତରୁ ୨୫୦୦୦ବିଶିଷ୍ଠ ନୃତ୍ୟ ଶିଳ୍ପୀ ବିଭିନ୍ନ ନୃତ୍ୟ ପରିବେଷଣ କରିବେ ତନ୍ମଧ୍ୟରେ ଓଡ଼ିଶାର ଓଡ଼ିଶୀ ନୃତ୍ୟ ଅନ୍ତର୍ଭୁକ୍ତ । ଏହି ତିନି ଜଣ ନୃତ୍ୟଶିଳ୍ପୀ ପ୍ରଣାମ ନୃତ୍ୟାନୁଷ୍ଠାନରେ ଗୁରୁ ପ୍ରଶାନ୍ତ କୁମାରଙ୍କ ତତ୍ତ୍ବାବଧାନରେ ନିୟମିତ ଓଡ଼ିଶୀ ନୃତ୍ୟ ଅଭ୍ୟାସ କରୁଥିବାବେଳେ ଜାତୀୟ ଓ ରାଜ୍ୟସ୍ତରୀୟ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଗନେଇ ଅନେକ ସୁନାମ ସାଉଁଟିଛନ୍ତି । ଏହି ତିନି ଜଣ ନୃତ୍ୟଶିଳ୍ପୀଙ୍କୁ ନୃତ୍ୟାନୁଷ୍ଠାନର ପ୍ରତିଷ୍ଠାତା ସୁକାନ୍ତି ସିଂ ଓ ସଭାପତି ବସନ୍ତ କୁମାର ସାହୁ ଶୁଭେଚ୍ଛା ଜଣାଇଛନ୍ତି ।