ନୂଆଦିଲ୍ଲୀ,୦୩/୦୨:  ଉତ୍ତରାଖଣ୍ଡ ଡେରାଡୁନରେ ଅଘଟଣ। ଖାଇକୁ ଖସିଲା ଯାତ୍ରୀବାହୀ ବସ୍ । ଫଳରେ ୩ ଜଣଙ୍କ ମତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୨ ଜଣ ମହିଳା ଥିବାବେଳେ ଜଣେ ଶିଶୁ ଥିବା ଜଣାପଡିଛି। ତେବେ  ହିମାଚଳ ସଡ଼କ ପରିବହନ ନିଗମର ଏକ ବସ ହିମାଚଳ ପ୍ରଦେଶରୁ ପାଓଣ୍ଟା ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଛି । 

ଆହୁରି ପଢନ୍ତୁ-ଦେଶର ସବୁଠୁ ମହଙ୍ଗା ନମ୍ବର ପ୍ଲେଟ, ‘ଡିଡିସି ୦୦୦୧’ ୨.୦୮ କୋଟିରେ ନିଲାମ

ବସରେ ପ୍ରାୟ ୩୦ଜଣ ଯାତ୍ରୀ ଥିଲେ ।  ଆଜି  ଅର୍ଥାତ ମଙ୍ଗଳବାର ସକାଳେ ବସଟି ହିମାଚଳ ପ୍ରଦେଶରୁ ପାଓଣ୍ଟା ଯାଉଥିବା ସମୟରେ ହରିପୁର କ୍ୱାନୁ ମାଇନ୍ସ ରାସ୍ତାରେ ଭାରସାମ୍ୟ ହରାଇ ଖାଇକୁ ଖସି ପଡ଼ିଥିଲା । ଫଳରେ ଦୁର୍ଘଟଣାରେ ଘଟଣାାସ୍ଥଳରେ ହିଁ ୩ ଜଣଙ୍କର  ମୃତ୍ୟୁ ହୋଇଛି।  ସେପଟେ ଖବର ପାଇଁ ଘଟଣାସ୍ଥଳରେ ସ୍ଥାନୀୟ ଲୋକେ, ପୁଲିସ ଏବଂ ଏସଡିଆରଏଫ ପହଞ୍ଚିଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ସେହିପରି ଆହତଙ୍କୁ ଉତ୍ତମ ଚିକିତ୍ସା ପାଇଁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି। ସେପଟେ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଅନ୍ୟ ଏକ ଗାଡ଼ି ଓଭରଟେକ୍ କରିବା ସମୟରେ ବସଟି ଭାରସାମ୍ୟ ହରାଇ ଖାଇକୁ ଖସି ପଡ଼ିଥିଲା । ବସ୍ ଡ୍ରାଇଭରଙ୍କ ନାମ ଦିନେଶ ଶର୍ମା ଏବଂ କଣ୍ଡକ୍ଟରଙ୍କ ନାମ ଜଗଦୀଶ ଚାନ୍ଦ ବୋଲି ଜଣାପଡ଼ିଛି । ଦୁର୍ଘଟଣାକୁ ନେଇ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପିଏସ ଧାମି ଆହତଙ୍କ ଉତ୍ତମ ଚିକିତ୍ସା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସେ ଏକ୍ସରେ ଏକ ପୋଷ୍ଟ କରିି କହିଛନ୍ତି ଯେ ," ହିମାଚଳ ପରିବହନ ନିଗମର ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହେବାର ଅତ୍ୟନ୍ତ ଦୁଃଖଦ ଖବର ଆମେ ପାଇଛୁ । ମୁଁ ଜିଲ୍ଲା ଅଧିକାରୀଙ୍କ ସହ ଫୋନ୍ ଯୋଗେ କଥା ହୋଇ ଆବଶ୍ୟକୀୟ ନିର୍ଦ୍ଦେଶ ଜାରି କରିଛି । ଜିଲ୍ଲା ପ୍ରଶାସନ ଏବଂ ପୋଲିସ ତୁରନ୍ତ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । ନିକଟବର୍ତ୍ତୀ ସମସ୍ତ ଚିକିତ୍ସା କେନ୍ଦ୍ରକୁ ହାଇଆଲର୍ଟ କରହାଯାଇଛି ।