ନୂଆଦିଲ୍ଲୀ,୨୫/୦୪; ମଣିପୁରର ଉଖରୁଲ ଜିଲ୍ଲାରେ କୁକି ଏବଂ ନାଗା ଆଦିବାସୀଙ୍କ ଭିତରେ ସଂଘର୍ଷ ଘଟିଛି । ଏଥିରେ ୩ ଜଣ ପ୍ରାଣ ହରାଇଛନ୍ତି । ଅନେକ ଲୋକ ଆହତ ହୋଇଛନ୍ତି । ଉଖଲପୁର ଜିଲ୍ଲାର କୁକି ବହୁଳ ମୁଲମ ଏବଂ ସୋଙ୍ଗଫଲ ଗ୍ରାମ ଲୋକମାନେ ଶୋଇଥିବା ହଠାତ୍ ନାଗା ଆଦିବାସୀମାନେ ଅସ୍ତ୍ରଶସ୍ତ୍ର ସହ ସେଠାରେ ଆକ୍ରମଣ କରିଥିଲେ । ପରେ ସେମାନେ କେତେକ ଘରେ ନିଆଁ ଲଗାଇ ଦେଇଥିଲେ । ଏଥିରେ ୨ ଜଣ ଗ୍ରାମ ସ୍ୱେଚ୍ଛାସେବୀଙ୍କର ମୃତ୍ୟୁ ଘଟିଥିଲା ବେଳେ ମହିଳା ଓ ପିଲାଙ୍କ ସମେତ ଅନେକ ଲୋକ ଆହତ ହୋଇଛନ୍ତି । ପୂର୍ବରୁ ଏହି ଗୋଷ୍ଠୀ ଏପ୍ରିଲ ୧୯  ଏବଂ ୨୧ ତାରିଖରେ ଏହି ସମାନ ଗ୍ରାମ ଉପରେ ଆକ୍ରମଣ କରିଥିଲେ ।

ଏହି ଘଟଣା ଜଣାପଡିବା ପରେ କୁକି ଆଦିବାସୀମାନେ ଅସ୍ତ୍ରଶସ୍ତ୍ର ସହ ନାଗା ଲୋକଙ୍କ ଉପରେ ପାଲଟା ଆକ୍ରମଣ କରିଥିଲେ । ଏଥିରେ ଜଣେ ନାଗା ଆଦିବାସୀଙ୍କର ମୃତ୍ୟୁ ଘଟିଛି । ତେବେ ଏହି ଆକ୍ରମଣକୁ ନେଇ କୁକି ଓ ନାଗା ଗୋଷ୍ଠୀ ପକ୍ଷରୁ ପାରସ୍ପରିକ ଦୋଷାରୋପ କରାଯାଇଛି । ମଣିପୁରରେ ପୁଣି ସଦ୍ୟ ହିଂସା ଓ ଉତ୍ତେଜନା ଚିନ୍ତାର କାରଣ ହୋଇଛି । ପୃଥକ ଗୁଳିକାଣ୍ଡରେ ୩ ଜଣଙ୍କର ମୃତ୍ୟୁ ପରେ ବିଶୃଙ୍ଖଳ ଜନତା ଏକ ଗାଁରେ ଏକାଧିକ ଘରେ ନିଆଁ ଲଗାଇ ଦେଇଛନ୍ତି । ପୁଲିସ୍ ଅନୁଯାୟୀ, ଉକଲପୁର ତାଙ୍ଗଖୁଲ ନାଗା ଗ୍ରାମ ସିନାକେଇଥେଇରେ ପ୍ରଥମ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଥିଲା । କୁକି ଗ୍ରାମ ମୁଲ୍ଲମରେ ଗୁଳିମାଡରେ ୨ ଜଣ ସଶସ୍ତ୍ର କୁକି ସଦସ୍ୟଙ୍କର ମୃତ୍ୟୁ ହୋଇଛି । 

ଏହା ବି ପଢନ୍ତୁ...​​​​​​​US weapon Crisis; ଆମେରିକା ଅସ୍ତ୍ର ଗୋଦାମ ଖାଲି, ଚୀନ ପାଇଁ ଥିବା ମିସାଇଲ ଇରାନରେ ଖର୍ଚ୍ଚ, ଜାଣନ୍ତୁ ଦିନକୁ କେତେ ଖର୍ଚ୍ଚ ?  

ଆତଙ୍କବାଦୀ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ- ଏକ ପୃଥକ ଘଟଣାରେ, ଶୁକ୍ରବାର ପ୍ରତ୍ୟୁଷରେ ଉଖରୁଲ ଜିଲ୍ଲାର ସିନାକେଇଥେଇ ଗ୍ରାମ ନିକଟରେ ସଶସ୍ତ୍ର ଆତଙ୍କବାଦୀଙ୍କ ଆକ୍ରମଣରେ କାମଜୋଙ୍ଗ ଜିଲ୍ଲାର ଚାଟ୍ରିକ୍ ଖୁଲେନର ବାସିନ୍ଦା ଏଚ୍ ଜାମାଙ୍ଗଙ୍କର (୨୯) ଘଟଣାସ୍ଥଳେ ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ଅନ୍ୟ ଚାରି ଜଣ ସ୍ୱେଚ୍ଛାସେବକ ଗୁରୁତର ଆହତ ହୋଇଥିଲେ । ଟାଙ୍ଗଖୁଲ ନାଗା ସମ୍ପ୍ରଦାୟର ସର୍ବୋଚ୍ଚ ସଂଗଠନ ଟାଙ୍ଗଖୁଲ ନାଗା ଲଙ୍ଗ ଜାମାଙ୍ଗଙ୍କ ହତ୍ୟା ଉପରେ ଗଭୀର ଶୋକ ପ୍ରକାଶ କରିଛି । ସଂଗଠନ ଏକ ବିବୃତ୍ତିରେ କହିଛି ଯେ ସିରାରାଖୋଙ୍ଗ ଏବଂ ସିନାକେଇଥେଇ ଅଞ୍ଚଳରେ ନିରନ୍ତର କାର୍ଯ୍ୟକଳାପ ଏବଂ ବାଧା ଯୋଗୁଁ ନାଗା ଗ୍ରାମ ରକ୍ଷକମାନଙ୍କୁ ପାଟ୍ରୋଲିଂରେ ନିୟୋଜିତ କରାଯାଇଥିଲା । ଟାଙ୍ଗଖୁଲ ନାଗା ସଂଗଠନଗୁଡ଼ିକ ଏହି ଆକ୍ରମଣ ପାଇଁ କୁକି ଆତଙ୍କବାଦୀମାନଙ୍କୁ ଦାୟୀ କରିଛନ୍ତି, ଯେତେବେଳେ କୁକି ସଂଗଠନଗୁଡ଼ିକ କୌଣସି ସମ୍ପୃକ୍ତିକୁ ଅସ୍ୱୀକାର କରିଛନ୍ତି ।