ପ୍ରମୂଖ ଖବର
  • ପଦରୁ ଇସ୍ତଫା ଦେଲେ ବିଷ୍ଣୁପଦ ସେଠୀ, ମୁଖ୍ୟ ଶାସନ ସଚିବଙ୍କୁ ଦେଲେ ପତ୍ର
  • ||
  • କଂଗ୍ରେସ ସଂକଳ୍ପ ସମାବେଶ ଯାତ୍ରା ବେଳେ ତଳେ ପଡିଗଲେ ପିସିସି ସଭାପତି ଭକ୍ତ ଦାସ
  • ||
  • ଖୁଡ଼ିର ପୁତୁରା ପାପ ସଂପର୍କ ବିରୋଧ କରିବା ପଡିଲା ମହଙ୍ଗା, ସ୍ବାମୀଙ୍କୁ ମାରିଦେଇଥିବା ଅଭିଯୋଗ
  • ||
  • IAS ବିଷ୍ଣୁପଦ ସେଠୀଙ୍କ ଘରେ ସିବିଆଇ ରେଡ୍, ବ୍ରିଜ୍ ଆଣ୍ଡ ରୁଫ୍ କମ୍ପାନୀ ଲିଙ୍କ୍‌କୁ ନେଇ ଖୋଳତାଡ଼
  • ||
  • ବାହାଘର ଭୋଜି ଖାଇବା ହେଲା କାଳ: ୩୦୦ ଅସୁସ୍ଥ, ୮୦ ଗୁରୁତର ବିଭିନ୍ନ ହସ୍‌ପିଟାଲରେ ଭର୍ତ୍ତି
  • ||
  • ଦେବଗଡ଼: ବିପଦରେ ଗଜରାଜ, ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଦନ୍ତା ହାତୀ ମୃତ
  • ||
  • କୁଜଙ୍ଗ ବଜାର ନିକଟରେ ଓଲଟିଲା ମଦ ବୋଝେଇ ଟ୍ରକ୍ , ହେଲପର୍ ମୃତ, ଡ୍ରାଇଭର ଆହତ
  • ||
  • ପୁରୀ: ବୁଧବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି, ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
  • ||
  • ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌: ଆଜି ଜର୍ମାନୀକୁ ଭେଟିବ ପୁରୁଷ ଭାରତୀୟ ଦଳ, ମହିଳା ଟିମ୍ ସ୍ପେନ୍‌କୁ ଦେବ ଟକ୍କର
  • ||
  • ଜ୍ଞାନେଶ କୁମାର ମୁଖ୍ୟ ନିର୍ବାଚନ କମିଶନର, ବୁଧବାର ସମ୍ଭାଳିବେ ଦାୟିତ୍ବ, ଆଜି ଅବସର ନେବେ ରାଜୀବ କୁମାର
  • ||
  • ଖରା ପାଇଁ ଉଚ୍ଚଶିକ୍ଷା ବିଭାଗର ମାର୍ଗଦର୍ଶିକା, କଲେଜ ଓ ବିଶ୍ୱବିଦ୍ୟାଳୟରେ ସକାଳୁଆ ପଢ଼ା, ନିଷ୍ପତ୍ତି ନେବେ
  • ||
  • ଆଜିଠୁ ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା: ୧୨୭୬ କେନ୍ଦ୍ରରେ ୩ ଲକ୍ଷ ୯୩ ହଜାର ପରୀକ୍ଷାର୍ଥୀ,କପି ରୋକିବ ୩୫ ସ୍କ୍ୱାଡ ଡିପୋ
  • ||

ମହାକୁମ୍ଭରେ ଥଣ୍ଡାର ପ୍ରକୋପ ! ସ୍ନାନ ପରେ ନେତା- ସନ୍ଥ ସମେତ ୩ ମୃତ

Published By : Prameya | January 14, 2025 9:29 PM

ପ୍ରୟାଗରାଜ, ୧୪/୧ :‌ ଉତ୍ତରପ୍ରଦେଶର ପ୍ରୟାଗରାଜରେ ମହାକୁମ୍ଭ ୨୦୨୫ ଗତ ସୋମବାରରୁ ଆରମ୍ଭ ହୋଇଛି । ଏଥିରେ କୋଟି କୋଟି ଲୋକ ଭାଗ ନେଉଛନ୍ତି।  ସେହିଭଳି ମହାକୁମ୍ଭରେ ପ୍ରଚଣ୍ଡ ଥଣ୍ଡାର ପ୍ରକୋପ ଦେଖିବାକୁ ମିଳୁଛି । ସାହି ସ୍ନାନ ପରେ ୩ଜଣଙ୍କ ମୃତ୍ୟୁ ହୋଇଛି ଯାହାକି ୩ହଜାରରୁ ଅଧିକ ଲୋକ ଅସୁସ୍ଥ  ହୋଇପଡ଼ିଛନ୍ତି । ଅସୁସ୍ଥ ହେବାରୁ ଶରଦ ପାଓ୍ବାରଙ୍କ ପାର୍ଟିର ନେତାଙ୍କୁ ତାଙ୍କ ବନ୍ଧୁ ସକାଳ ୮ଟା ୩୦ମିନିଟରେ ଉପ କେନ୍ଦ୍ରୀୟ ମେଡ଼ିକାଲ ଲାଗି ନିଆଯାଇଛି । ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଏହାସହ କୋଟା ରାଜସ୍ଥାନର ଏକ ଅନ୍ୟ ବ୍ୟକ୍ତି ସୁଦର୍ଶନ ସିଂହ ପାଓ୍ବାରଙ୍କ ବି ମୃତ୍ୟୁ ହୋଇଛି । ସୁଦର୍ଶନ ସିଂହ ବି ନିଜ ସାଙ୍ଗଙ୍କ ସହ ମହାକୁମ୍ଭରେ ସ୍ନାନ ଲାଗି ଆସିଥିଲେ । ସ୍ନାନ ପରେ ତାଙ୍କର ସ୍ବାସ୍ଥ୍ୟବସ୍ଥା ବିଗିଡ଼ିବାରୁ ନିକଟସ୍ଥ ଉପକେନ୍ଦ୍ରୀୟ ହସ୍ପିଟାଲ ନେଇଥିଲେ । ପୋଷ୍ଟ ମର୍ଟମ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି କୁହାଯାଉଛି । ଏହା ବ୍ୟତୀତ ୮୫ବର୍ଷର ଅର୍ଜୁନ ଗୀରିଙ୍କୁ ହାର୍ଟ ଆଟାକ ଆସିବା ପରେ ହସ୍ପିଟାଲ ନିଆଯାଉଥିଲା, ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଛି । 

କେନ୍ଦ୍ରୀୟ ହସ୍ପିଟାଲର ମୁଖ୍ୟ ଚିକିତ୍ସା ଅଧୀକାରୀ ଡ. ମନୋଜ କୌଶିକ ସୂଚନା ଦେଇ କହିଛନ୍ତି କି ୧୩ଜାନୁଆରୀ ୨୦୨୫ରେ ପ୍ରାୟ ୩ହଜାରରୁ ଅଧିକ ଲୋକ ଚିକିତ୍ସା ଲାଗି ଓପିଡିରେ ପହଞ୍ଚିଥିଲେ । ଏଥିରୁ ୨୬୨ରୋଗୀଙ୍କୁ ଭର୍ତ୍ତି କରାଯାଇଛି । ୩୭ଜଣ ରୋଗୀଙ୍କ ଗମ୍ଭୀର ଅବସ୍ଥା ଦେଖି ଦ୍ବିତୀୟ ହସ୍ପିଟାଲକୁ ପଠାଯାଇଛି । ଏହି ଲୋକଙ୍କୁ ମେଳା ଅଞ୍ଚଳରେ ଝୁସି ଏବଂ ଅରେଲ ହସ୍ପିଟାଲରୁ ଏସଆରଏନକୁ ରେଫର କରାଯାଇଛି ।

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.