ନୂଆଦିଲ୍ଲୀ,୩୦/୫ : ଦିଲ୍ଲୀର ସାକେତ ଅଞ୍ଚଳରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏକ ପାଞ୍ଚ ମହଲା କୋଠା ହଠାତ୍ ଭୁଶୁଡ଼ି ପଡ଼ିଲା । ଏହି ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଛି ।  ଫଳରେ ଅନେକ ଲୋକ ଭଗ୍ନାବଶେଷ ତଳେ ଫସି ରହିଥିବା ଆଶଙ୍କା କରାଯାଉଛି । ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି । ଏ ପର୍ଯ୍ୟନ୍ତ ୪ରୁ ପାଞ୍ଚ ଜଣଙ୍କୁ ବାହାର କରାଯାଇଛି । ସ୍ଥାନୀୟ ଲୋକ କହିଛନ୍ତି ଯେ, ଦୁର୍ଘଟଣା ହଠାତ୍ ଘଟିଥିଲା, ଫଳରେ ଅନେକ ଲୋକ ଭଗ୍ନାବଶେଷ ତଳେ ଫସି ରହିଛନ୍ତି। ଅନେକ ପୋଲିସ ଅଧିକାରୀ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି।

ସୂଚନା ଅନୁଯାୟୀ, ସାକେତ ଅଞ୍ଚଳରେ ହଠାତ୍ ଏକ ୫ମହଲା କୋଠା ଭୁଶୁଡ଼ି ପଡ଼ିଛି । ଘଟଣାସ୍ଥଳରୁ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ସ୍ଥାନୀୟ ଲୋକମାନେ ସୂଚନା ଦେଇଛନ୍ତି ଯେ, ଅନେକ ଲୋକ ଭଗ୍ନାବଶେଷ ତଳେ ଚାପି ହୋଇ ରହିଛନ୍ତି ଏବଂ ସେମାନଙ୍କୁ ଉଦ୍ଧାର କରିବା ପାଇଁ ପ୍ରୟାସ ଜାରି ରହିଛି । ଏ ପର୍ଯ୍ୟନ୍ତ ପ୍ରାୟ ୫ ଜଣଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ହସ୍ପିଟାଲକୁ ନିଆଯାଇଛି। ସ୍ଥାନୀୟ ପୋଲିସ ଦଳ ଏବଂ ଡାକ୍ତରୀ ଦଳ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି। ସନ୍ଧ୍ୟା ପ୍ରାୟ ୭ଟା ୪୫ମିନିଟ ସମୟରେ ଅଗ୍ନିଶମ ବିଭାଗକୁ ଘଟଣା ବିଷୟରେ ସୂଚନା ଦିଆଯାଇଥିଲା।

ସ୍ଥାନୀୟ ପ୍ରଶାସନ, ଦିଲ୍ଲୀ ପୋଲିସ ଏବଂ ଅଗ୍ନିଶମ ବିଭାଗ ଏକ ଜରୁରୀକାଳୀନ ଡାକ୍ତରୀ ଦଳ ସହିତ ଉଦ୍ଧାର କାର୍ଯ୍ୟରେ ସାମିଲ ଅଛନ୍ତି । ଉଦ୍ଧାରକାରୀମାନେ ଭଗ୍ନାବଶେଷରେ ଫସି ରହିଥିବା ଲୋକଙ୍କୁ ଖୋଜୁଛନ୍ତି । ନିକଟବର୍ତ୍ତୀ ବାସିନ୍ଦା ଏବଂ ଦୋକାନଗୁଡ଼ିକୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି । ଏ ପର୍ଯ୍ୟନ୍ତ ଚାରିରୁ ପାଞ୍ଚ ଜଣଙ୍କୁ ଭଗ୍ନାବଶେଷ ମଧ୍ୟରୁ ବାହାର କରାଯାଇଥିବା ସୂଚନା ମିଳିଛି।