୧୫ଟି ଜିଲ୍ଲାକୁ ବଜ୍ରପାତ ସତର୍କ ସୂଚନା

source:http://theconversation.com
ଭୁବନେଶ୍ୱର ୩/୬: ୧୫ଟି ଜିଲ୍ଲାକୁ ସତର୍କ ସୂଚନା । ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ୧୫ଟି ଜିଲ୍ଲାକୁ ବଜ୍ରପାତ ସତର୍କ ସୂଚନା ଦିଆଯାଇଛି । ସନ୍ଧ୍ଯା ୫ଟା ୧୫ ଯାଏଁ ଝଡବର୍ଷା ସହ ବଜ୍ରପାତ ସମ୍ଭାବନା ରହିଥିବାର ସତର୍କ ସୂଚନା ଦେଇଛି ପାଣିପାଗ ବିଭାଗ କେନ୍ଦ୍ର । ୧୫ଟି ଜିଲ୍ଲା ଯଥା- ନୂଆପଡା, ସୋନପୁର, ବରଗଡ, ବୌଦ୍ଧ, ନୟାଗଡ, ଅନୁଗୁଳ, ମାଲକାନଗିରି, କୋରାପୁଟ, ରାୟଗଡା, କଳାହାଣ୍ଡି, କନ୍ଧମାଳ, ଗଜପତି, ଗଞ୍ଜାମ ଝାରସୁଗୁଡା ଓ ଢେଙ୍କାନାଳ । ଏହି ଜିଲ୍ଲା ଗୁଡିକ ପାଇଁ ସତର୍କ ସୂଚନା ରହିଛି ।