ମେଷ: ଦ୍ୱାଦଶଚନ୍ଦ୍ର ଯୋଗୁ ଅଧିକ ଖର୍ଚ୍ଚ ଯୋଗରହିଛି । ଆୟଠାରୁ ବ୍ୟୟ ଅଧିକ ହେବ ଏବଂ ମନରେ ଦୁଶ୍ଚିନ୍ତା, ଯାନବାହନ ପ୍ରତି ସତର୍କ, ନୂତନ କାର୍ଯ୍ୟରେ ବାଧା, କର୍ମକ୍ଷେତ୍ରରେ ଆଂଶିକ ସଫତଳା ମିଳିପାରେ । ବନ୍ଧୁମାନଙ୍କ ସହିତ ମନୋମାଳିନ୍ୟ ହୋଇପାରେ, ଶରୀରରେ ସାମାନ୍ୟ ପୀଡ଼ା ଦେଖାଦେଇପାରେ ଏବଂ ଦୂରଯାତ୍ରା ନିଷେଧ । ପାରିବାରିକ ସମସ୍ୟା ଦେଖା ଦେଇପାରେ ଏବଂ ବିଦ୍ୟାର୍ଥୀ ଓ କ୍ରୀଡ଼ାବିତ୍ମାନେ ସାମାନ୍ୟ ସଫଳ ହେବେ ।

ଶୁଭରଙ୍ଗ : ଲାଲ, ହଳଦିଆ ଓ କମଳା

ବୃଷ: ଏକାଦଶଚନ୍ଦ୍ର ଯୋଗୁ ଆର୍ଥିକ ଲାଭ, କର୍ମକ୍ଷେତ୍ରରେ ସଫଳତା, ଗୃହେ ଆନନ୍ଦ, ବନ୍ଧୁମିଳନ, ନୂତନ ଦ୍ରବ୍ୟକ୍ରୟ କରି ପାରନ୍ତି, ମାଲିମକଦ୍ଦମାରେ ଜୟଯୁକ୍ତ ହେବେ ଏବଂ ରାଜନୀତି କ୍ଷେତ୍ରରେ ସଫଳତା ମିଳିବ । ଋଣ ମୁକ୍ତଯୋଗ, ଯାନବାହନ କ୍ରୟ କରିପାରନ୍ତି । ଶରୀର ସୁସ୍ଥରହିବ ଏବଂ ସମାଜରେ ସମ୍ମାନ ପ୍ରାପ୍ତି ତଥା ଅର୍ଥ ଲେଣଦେଣରେ ସତର୍କ ରହିବେ ।

ଶୁଭରଙ୍ଗ : ଧଳା ଓ ସବୁଜ

ମିଥୁନ: ଦଶମଚନ୍ଦ୍ର ଯୋଗୁ ଚାକିରୀରେ ପ୍ରମୋଶନ ଯୋଗ, ଉଚ୍ଚ ପଦବୀପ୍ରାପ୍ତ, ଅଫିସରଙ୍କଠାରୁ ସାହାଯ୍ୟ, ସହଯୋଗ ମିଳିପାରେ । କାର୍ଯ୍ୟରେ ସନ୍ତୋଷ, ଧାର୍ମିକ କର୍ମରେ ଯୋଗଦାନ, କର୍ମକ୍ଷେତ୍ରରେ ଉନ୍ନତି, ଆର୍ଥିକ ଲାଭ ଯୋଗ ରହିଛି । ଶରୀର ସୁସ୍ଥ ରହିବ, ଗୃହେ ଆନନ୍ଦ, ରାଜନୀତି କ୍ଷେତ୍ରରେ ଉନ୍ନତି, କୋଟ୍ କଚେରୀ ମାମଲାରେ ଜୟଯୁକ୍ତ, ବିଦ୍ୟାର୍ଥୀ ଓ କ୍ରୀଡ଼ାବିତ୍ ମାନଙ୍କୁ ସଫଳତା ମିଳିବ । ଧନପ୍ରାପ୍ତି ଏବଂ ଆୟ ବୃଦ୍ଧି

ପାଇବ ।

ଶୁଭରଙ୍ଗ : ଇଷତ୍ ଧଳା ଓ ସବୁଜ

କର୍କଟ: ବନ୍ଧୁମିଳନ ଯୋଗ, ଉଚ୍ଚ ପଦସ୍ଥ ଅଧିକାରୀଙ୍କଠାରୁ ସାହାଯ୍ୟ, ସହଯୋଗ ମିଳିପାରେ । ବନ୍ଧୁମାନେ ସାହାଯ୍ୟ କରିପାରନ୍ତି, ନୂତନ କାର୍ଯ୍ୟ କରିପାରନ୍ତି । କର୍ମକ୍ଷେତ୍ରରେ ସମ୍ମାନ ପ୍ରାପ୍ତି, ବୃଥା ଖର୍ଚ୍ଚ, ମାନସିକ ଶାନ୍ତି, ଗୃହେ ଆନନ୍ଦ, ଶରୀର ପ୍ରତି ସତର୍କତା ଅବଲମ୍ବନ କରିବେ । ମୁଣ୍ଡବିନ୍ଧା ଓ ଅଙ୍ଗେପୀଡ଼ା, ଧନପ୍ରାପ୍ତି, ଧାର୍ମିକ କର୍ମରେ ଯୋଗଦାନ ଦେଇପାଇବେ । ଜମିବାଡ଼ି କ୍ରୟ କରିପାରନ୍ତି ଏବଂ ଅଯଥା ଯୁକ୍ତି କରିବେ ନାହିଁ ।

ଶୁଭରଙ୍ଗ : ଧଳା, ପାଉଁସିଆ ଓ ନାଲି

ସିଂହ : ଅଷ୍ଟମଚନ୍ଦ୍ର ଯୋଗୁ ଶରୀର ପ୍ରତି ସତର୍କ ରହିବେ, ସାମାନ୍ୟ ମୁଣ୍ଡବିନ୍ଧା କିମ୍ବା ପେଟଜନୀତ ଯୋଗ ଦେଖା ଦେଇପାରେ । କାର୍ଯ୍ୟରେବାଧା, ମାନସିକ ଅଶାନ୍ତି, ଦୂରଯାତ୍ରା ନିଷେଧ, ଧନ ହାନି, ଯାନବାହନ ପ୍ରତି ସତର୍କ, କର୍ମକ୍ଷେତ୍ରରେ ବିବାଦ ଦେଖା ଦେଇପାରେ । କଥାବାର୍ତ୍ତାରେ ସତର୍କ ରହିବେ, ପରିବାରରେ ଅଶାନ୍ତି, ବନ୍ଧୁମାନଙ୍କ ସହ ମନୋମାଳିନ୍ୟ, ରାଜନୀତି କ୍ଷେତ୍ରରେ ଆଂଶିକ ସଫଳତା, ବିଦ୍ୟାର୍ଥୀ ଓ କ୍ରୀଡ଼ାବିତ୍ମାନଙ୍କୁ ଆଂଶିକ ସଫଳତା ମିଳିପାରେ ।

ଶୁଭରଙ୍ଗ : ସୁନେଲି ଓ କମଳା

କନ୍ୟା: ସପ୍ତମଚନ୍ଦ୍ର ଯୋଗୁ କର୍ମକ୍ଷେତ୍ରରେଉନ୍ନତି, ସ୍ୱାସ୍ଥ୍ୟ ଉତ୍ତମ ରହିବ, ହଠାତ୍ ଧନପ୍ରାପ୍ତିର ଯୋଗ, ଗୃହେ ଆନନ୍ଦ, ବ୍ୟବସାୟ ଓ କର୍ମକ୍ଷେତ୍ରରେ ଉନ୍ନତି, ସାମାଜିକ ସମ୍ମାନ ପ୍ରାପ୍ତି,ନୂତନ କାର୍ଯ୍ୟ ଆରମ୍ଭ କରିପାରିବେ । ରାଜନୀତି କ୍ଷେତ୍ରରେ ଉନ୍ନତି, ଶତ୍ରୁଙ୍କଠାରୁ ଜୟପ୍ରାପ୍ତି, କୋଟ୍ କଚେରୀ ମାମଲାରେ ବିଜୟ ଲାଭ କରିବେ । ବିଦ୍ୟାର୍ଥୀ ଓ କ୍ରୀଡ଼ାବିତ୍ମାନଙ୍କୁ ସଫଳତା ମିଳିବ ।

ଶୁଭରଙ୍ଗ : ସବୁଜ ଓ ଖଇରିଆ

ତୁଳା: ଷଷ୍ଠଚନ୍ଦ୍ର, ଘାତବାରଯୋଗୁ ନୂତନ ଦ୍ରବ୍ୟଲାଭ, ମହିଳାଙ୍କ ଘାତଚନ୍ଦ୍ର ଯୋଗୁ ଯାନବାହନ ପ୍ରତି ସତର୍କତା, ଶରୀରରେ ଆଘାତ ଲାଗିପାରେ । ନୂତନ କାର୍ଯ୍ୟ ଆରମ୍ଭ କରିବେ ନାହିଁ । କୋଟ୍କଚେରୀ ମାମଲାରେ ଜୟଯୁକ୍ତ ହେବେ, ମାନସିକ ଦୁଶ୍ଚିନ୍ତା, ମହିଳାମାନେ ମାନସିକଚାପରେ ରହିବେ । ପରିବାରରେ ମନାନ୍ତର ଦେଖା ଦେଇପାରେ । କର୍ମକ୍ଷେତ୍ରରେ ଅସଫଳତା ମିଳିପାରେ ଏବଂ ଦୂରଯାତ୍ରା ନିଷେଧ ।

ଶୁଭରଙ୍ଗ : ଆକାଶିଆ, ଗୋଲାପିଏବଂ ଧଳା

ବିଛା: ପଞ୍ଚମ ଚନ୍ଦ୍ରଯୋଗୁ ମାନସିକ ଅଶାନ୍ତି, ବୃଥା ଚିନ୍ତା ଲାଗି ରହିବ । ପରିବାରରେ ମନୋମାଳିନ୍ୟ, କର୍ମକ୍ଷେତ୍ରରେ ପ୍ରଶଂସା, ବାଣିଜ୍ୟ, ବ୍ୟବସାୟରେ ଉନ୍ନତି, ପୁତ୍ର, ଦୁହିତାକୁଳେ ଖର୍ଚ୍ଚ, କଥା ବାର୍ତ୍ତାବେଳେ ସତର୍କ ରହିବେ । ଧନପ୍ରାପ୍ତିଯୋଗ, ଆୟଠାରୁ ବ୍ୟୟ ଅଧିକ ହୋଇପାରେ, ଦୂରଯାତ୍ରା ନିଷେଧ, ମାଲିମକଦ୍ଦମାରେ ଆଂଶିକ ଜୟଯୁକ୍ତ ହେବେ ।

ଶୁଭରଙ୍ଗ : ଧଳା ଓ ନାଲି

ଧନୁ : ଚତୁର୍ଥ ଚନ୍ଦ୍ରଯୋଗୁ କର୍ମକ୍ଷେତ୍ରରେ ବିଫଳତା, ମାନସିକ ଚାପ ଲାଗି ରହିବ । ଦେହ ଅସୁସ୍ଥ, ଶରୀର ପ୍ରତି ସତର୍କତା ଅବଲମ୍ବନ କରିବେ । ପରିବାରରେ କଳହ ଦେଖା ଦେଇପାରେ, ପିତାମାତା ବା ଗୁରୁଜନଙ୍କ ସ୍ୱାସ୍ଥ୍ୟ ପ୍ରତି ସତର୍କ ରହିବେ । ଆୟଠାରୁବ୍ୟୟ ଅଧିକ ରହିବ ଏବଂ ବୃଥା ଭ୍ରମଣ, ଯାନବାହନ ପ୍ରତି ସତର୍କତା ତଥା ମନ ବ୍ୟାକୁଳ ରହିବ ।

ଶୁଭରଙ୍ଗ : ଧଳା ଓ କମଳା

ମକର: ତୃତୀୟଚନ୍ଦ୍ର ଯୋଗୁ ଆୟ ଅଧିକ ରହିବ, ନୂତନ କାର୍ଯ୍ୟ କରିପାରନ୍ତି, ନୂତନ ବସ୍ତ୍ରକ୍ରୟ ମଧ୍ୟ କରିପାରନ୍ତି । ଦେବ ଦର୍ଶନ, ଧାର୍ମିକକାର୍ଯ୍ୟରେ ଯୋଗଦାନ, ଦୂରଯାତ୍ରା କରିପାରନ୍ତି, କର୍ମକ୍ଷେତ୍ରରେ ଉନ୍ନତି, ବିଦ୍ୟାର୍ଥୀ ଓ କ୍ରୀଡ଼ାବିତ୍ମାନେ ଉପକୃତ ହେବେ । ବନ୍ଧୁ ଦର୍ଶନ ଓ ରାଜନୀତି କ୍ଷେତ୍ରରେ ଉନ୍ନତି ଦେଖାଦେବ ।

ଶୁଭରଙ୍ଗ : କଳା ଓ ଖଇରିଆ

କୁମ୍ଭ: ଦ୍ୱିତୀୟଚନ୍ଦ୍ର, ଘାତବାରଯୋଗୁ ଧନଲାଭ, ଯାନବାହନ ପ୍ରତି ସତର୍କ ରହିବେ । ନୂତନ କାର୍ଯ୍ୟ ଆରମ୍ଭ କରିବେ ନାହିଁ । ଦୂରଯାତ୍ରା ନିଷେଧ, ପାରିବାରିକଶାନ୍ତି, ଶରୀର ପ୍ରତି ଟିକେ ସତର୍କ ରହିବେ । ନୂତନ ଦ୍ରବ୍ୟ କ୍ରୟ କରିପାରନ୍ତି, ସ୍ୱାଦିଷ୍ଟ ଭୋଜନ ପ୍ରାପ୍ତି, ବନ୍ଧୁମିଳନ ଯୋଗ, କଥାବାର୍ତ୍ତାରେ ସତର୍କ ରହିବେ । ଅର୍ଥ ଲେଣଦେଣ କରିବା ସମୟରେ ସତର୍କତା ଅବଲମ୍ବନ କରିବେ ।

ଶୁଭରଙ୍ଗ : ନୀଳ, କଳା ଓ ହଳଦିଆ

ମୀନ: ଜନ୍ମଚନ୍ଦ୍ର ବା ଶ୍ରୀଚନ୍ଦ୍ରଯୋଗୁ ମନ ପ୍ରସନ୍ନ ରହିବ, ସମ୍ମାନ ପ୍ରାପ୍ତି, ସ୍ୱାଦିଷ୍ଟ ଭୋଜନ ପ୍ରାପ୍ତି, ଚାକିରୀକ୍ଷେତ୍ରରେ ଉନ୍ନତି, ସୁସମ୍ବାଦ ପ୍ରାପ୍ତି ହେବ, ନୂତନ ବସ୍ତୁ କ୍ର୍ରୟ କରିପାରନ୍ତି, ନୂତନ କାର୍ଯ୍ୟ ଆରମ୍ଭ କରିପାରନ୍ତି । ପିତାମାତା ଓ ଗୁରୁଜନଙ୍କ ସେବା କରିବେ, ଶରୀର ସୁସ୍ଥରହିବ, ରାଜନୀତି କ୍ଷେତ୍ରରେ ଉନ୍ନତି, ଗୃହେ ଆନନ୍ଦ, ବିଦ୍ୟାର୍ଥୀ ଓ କ୍ରୀଡ଼ାବିତ୍ମାନେ ଉପକୃତ ହେବେ ।

ଶୁଭରଙ୍ଗ : ଗୋଲପି ଓ ହଳଦିଆ