ଭୁବନେଶ୍ୱର, ୩୧।୧: ଖଣ୍ଡଗିରି ଯାତ୍ରା ସିଂହବାହିନୀ ଯାତ୍ରା କାଉଣ୍ଟର ବାହାରେ ଠେଲାପେଲା । ଟିକେଟ୍ ବ୍ଲାକରେ ବିକ୍ରି ହେଉଥିବା ଅଭିଯୋଗ କରିଛନ୍ତି ଦର୍ଶକ । ଘଣ୍ଟା ଘଣ୍ଟା ଲାଇନରେ ଠିଆ ହୋଇ ବି ମିଳୁନାହିଁ ଟିକେଟ୍ । କିଛି ଟିକେଟ ବ୍ଲାକର ଜାଣିଶୁଣି ଠେଲାପେଲା କରୁଥିବା ଅଭିଯୋଗ କରିଛନ୍ତି ଦର୍ଶକ । ନିଜେ ଟିକେଟ୍ ଆଣି ୩ ଶହ ଟଙ୍କା ଟିକେଟ ବାହାରେ ହଜାରେ ଟଙ୍କାରେ ଯାଚୁଛନ୍ତି । ଏଭଳି ଅଭିଯୋଗ କରିଛନ୍ତି ଧାଡ଼ିରେ ଠିଆ ହୋଇଥିବା ଦର୍ଶକ । ପରିସ୍ଥିତି ଅଣାୟତ୍ତ ପରେ ଖଣ୍ଡଗିରି ପୁଲିସ୍ ଟିକେଟ କାଉଣ୍ଟର ସମ୍ମୁଖରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରୁଥିବା ଦେଖାଯାଇଛି ।

ଆହୁରି ପଢ଼ନ୍ତୁ... ​​​​​​​ସ୍କୁଲ୍ ଗାଡ଼ିକୁ ପିଟିଲା ହାଇୱା, ଡ୍ରାଇଭର୍ ଆହତ