ପ୍ରମୁଖ ଖବର
  • କଟକ: ରତ୍ନଭଣ୍ଡାର ମରାମତି ମାମଲା: ମଙ୍ଗଳବାର ହାଇକୋର୍ଟରେ ଗୁରୁତ୍ୱପୂର୍ଣ୍ଣ ଶୁଣାଣି
  • ||
  • ନୂଆଦିଲ୍ଲୀ: ରୋଜଗାର ମେଳା: ଆଜି ୫୧,୦୦୦ ନିଯୁକ୍ତିପତ୍ର ବାଣ୍ଟିବେ ମୋଦି, ଦେଶର ୪୬ଟି ସ୍ଥାନରେ ଅନୁଷ୍ଠିତ ହେବ
  • ||
  • ପୁରୀ: ଶ୍ରୀମନ୍ଦିରରେ ବାମନ ଜନ୍ମ ଓ ବଳିବାମନ ବେଶ ନୀତି, ବାମନରୂପୀ ବ୍ରାହ୍ମଣ ଭାବେ ଧରାବତରଣ ପ୍ରଭୁ
  • ||

୫୮ ଲକ୍ଷ ଟଙ୍କା ଠକେଇର ଶିକାର ହେଲେ ଅଭିନେତା ଟାଇଗର୍ ଶ୍ରଫ୍‌ଙ୍କ ମା’,ମ୍ୟାନେଜରଙ୍କ ନାଁରେ ଥାନାରେ ଦେଲେ ମାମଲା...

ନୂଆଦିଲ୍ଲୀ : ଏକ ବଡଧରଣର ଠକେଇର ଶିକାର ହୋଇଛନ୍ତି ଅଭିନେତା ଜ୍ୟାକି ଶ୍ରଫଙ୍କ ପତ୍ନୀ ଆୟେଶା ଶ୍ରଫ । ତାଙ୍କ ଠାରୁ ୫୮ ଲକ୍ଷ ଟଙ୍କା ଠକେଇ ହୋଇଥିବା ସେ କହିଛନ୍ତି । ସେ ମୁମ୍ବାଇର ସାଣ୍ଟାକ୍ରୁଜ ପୋଲିସ ଷ୍ଟେସନରେ ଏ ବାବଦରେ ଏକ ଠକେଇ ମାମଲା ରୁଜୁ କରିଛନ୍ତି । ନ୍ୟୁଜ୍ ଏଜେନ୍ସି ANI ଅନୁଯାୟୀ, ଆଇପିସିର ଧାରା ୪୨୦, ୪୦୮, ୪୬୫, ୪୬୭ ଏବଂ ୪୬୮ ଅନୁଯାୟୀ ଆଲେନ୍ ଫର୍ଣ୍ଣାଣ୍ଡିସ୍ ନାମକ ଜଣେ ବ୍ୟକ୍ତିଙ୍କ ବିରୋଧରେ ଏହି ମାମଲା ରୁଜୁ ହୋଇଛି ।

{"id":585072,"sizeSlug":"large","linkDestination":"none"}

କିଛି ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ୨୦ ନଭେମ୍ବର ୨୦୧୮ ରେ ଆଲେନକୁ ଏମଏମଏ (MMA) ମ୍ୟାଟ୍ରିକ୍ସ କମ୍ପାନୀର ଅପରେସନ୍ ନିର୍ଦ୍ଦେଶକ ଭାବରେ ନିଯୁକ୍ତ କରାଯାଇଥିଲା । ତେବେ ଏହି ଏମଏମଏ (MMA) ମ୍ୟାଟ୍ରିକ୍ସ ଜିମ୍ ହେଉଛି ଟାଇଗର ଶ୍ରଫ୍ ଏବଂ ତାଙ୍କ ମା ଆୟେଶା ଶ୍ରଫଙ୍କର । ଜିମର ସମସ୍ତ କାର୍ଯ୍ୟକୁ ଆୟେଶା ଏବଂ ଆଲେନ୍ ଦେଖୁଥିଲେ । କାରଣ ଟାଇଗର ତାଙ୍କ କାର୍ଯ୍ୟରେ ବହୁତ ବ୍ୟସ୍ତ ରହୁଥିଲେ ।

{"id":585073,"sizeSlug":"large","linkDestination":"none"}

ଖବର ଅନୁଯାୟୀ, ଆଲେନ ଭାରତ ଏବଂ ବିଦେଶରେ ୧୧ ଟି ଟୁର୍ନାମେଣ୍ଟ ଆୟୋଜନ ପାଇଁ କମ୍ପାନୀଠାରୁ ବହୁତ ଟଙ୍କା ନେଇଥିଲେ । ଡିସେମ୍ବର ୨୦୧୮ ରୁ ଜାନୁୟାରୀ ୨୦୨୩ ପର୍ଯ୍ୟନ୍ତ କମ୍ପାନୀର ବ୍ୟାଙ୍କ ଆକାଉଣ୍ଟରୁ ୫୮ ଲକ୍ଷରୁ ଅଧିକ ଟଙ୍କା ନେଇଛନ୍ତି । ତେବେ ଆୟେଶା ଶ୍ରଫ ପ୍ରଥମ ଥର ପାଇଁ କାହା ଉପରେ ଏଭଳି ଠକେଇ ମାମଲା ଦାୟର କରିନାହାଁନ୍ତି ବରଂ ୨୦୧୫ ମସିହାରେ ସେ ଅଭିନେତା ସାହିଲ ଖାନଙ୍କ ବିରୋଧରେ ୪ କୋଟି ଟଙ୍କା ଠକେଇ ମାମଲା ମଧ୍ୟ ପଞ୍ଜୀକୃତ କରିଥିଲେ ।

ଆଦିପୁରୁଷ’ର ୧୦ ହଜାର ଟିକେଟ କିଣିବେ ରଣବୀର କପୁର ,ଜାଣନ୍ତୁ କାରଣ...

ଟାଇଗର ଶ୍ରଫଙ୍କ ମା ଏବଂ ଜ୍ୟାକି ଶ୍ରଫଙ୍କ ପତ୍ନୀ ହେବା ବ୍ୟତୀତ ଆୟେଶା ଶ୍ରଫଙ୍କର ମଧ୍ୟ ନିଜର ପରିଚୟ ରହିଛି । ସେ ଜଣେ ଅଭିନେତ୍ରୀ ଏବଂ ମଡେଲ ମଧ୍ୟ । ସେ ୧୯୮୪ ରେ ମୁକ୍ତିଲାଭ କରିଥିବା ବଲିଉଡ ଚଳଚ୍ଚିତ୍ର ‘ତେରି ବାହୋଁ’ରେ କାମ କରିଥିଲେ । ଏଥିରେ ମୋହନଶ ବେହେଲ ମୁଖ୍ୟ ଭୂମିକାରେ ଥିଲେ । ତେବେ ଜ୍ୟାକିଙ୍କୁ ବିବାହ କରିବା ପରେ ସେ ଫିଲ୍ମରୁ ନିଜକୁ ଦୂରେଇ ରଖିଥିଲେ। ବର୍ତ୍ତମାନ ସେ ଚଳଚ୍ଚିତ୍ର ନିର୍ମାଣ କରୁଛନ୍ତି । ସେ ଜିସ୍ ‘ଦେଶ ମେଁ ଗଙ୍ଗା ରେହତା ହୈ, ଗ୍ରହଣ ଏବଂ ବୁମ୍ ଭଳି ଚଳଚ୍ଚିତ୍ର ନିର୍ମାଣ କରିଛନ୍ତି ।

Copyright © 2022 - Summa Real Media Private Limited. All Rights Reserved.