PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଲାୟମ ସିଂହ ଯାଦବ ICUରେ ଭର୍ତ୍ତି ,ଅଖିଳେଶ ଓ ଅପର୍ଣ୍ଣା ଯାଦବଙ୍କ ତୁରନ୍ତ ଦିଲ୍ଲୀ ଯାତ୍ରା
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପରତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୧୩୧ ପଜିଟିଭ୍ ଚିହ୍ନଟ
  • ||
  • କଟକ : ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଧାୟକ ମହମ୍ମଦ ମୋକିମ୍, ବିଧାୟକ ପଦ ରଦ୍ଦ ହେବାର ଆଶଙ୍କା
  • ||
  • କେନ୍ଦୁଝର : ସାମାନ୍ୟ ବଚସାରୁ ତୁମୁଳ କାଣ୍ଡ, ଯୁବକଙ୍କୁ ବିଭତ୍ସ ଭାବେ ହତ୍ୟା
  • ||
  • କୋରାପୁଟ : ବିଜୁଳି ଘଡ଼ଘଡ଼ିରେ ଭୁଶୁଡ଼ିଲା କୋରାପୁଟର ଜେଇଏଲ୍ ଚର୍ଚ୍ଚ
  • ||
  • ବ୍ରହ୍ମପୁର : କାର୍‌ରୁ ୩ କେ.ଜି ସୁନା ଏବଂ ୧୭ କେ.ଜି ରୂପା ଜବତ, ୩ ଅଟକ
  • ||

ପୁଣି ଭାରତ ଫେରିବ ଟିକ୍‌ଟକ୍‌ ! ୱେଟ୍‌ ଆଣ୍ଡ ୱାଚ୍‌ ମୋଡ୍‌ରେ ସର୍ଟ-ଭିଡିଓ ଆପ୍‌ ନିବେଶକ

https://www.timesnownews.com/

ମୁମ୍ବାଇ,୧୧/୦୮: ଟିକ୍‌ଟକ୍‌ ପୁଣିଥରେ ଭାରତ ଫେରିବା ନେଇ ଆକଳନ ତୀବ୍ର ହେବାରେ ଲାଗିଛି । ଚାଇନାଭିତ୍ତିକ ଏହି ଆପ୍‌ର ଭାରତ ବ୍ୟବସାୟକୁ ମାଇକ୍ରୋସଫ୍ଟ କିଣିବାକୁ ବିଚାର କରୁଛି ବୋଲି ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିବା ପରେ ଏହି ସମ୍ଭାବନା ବଢ଼ିଚାଲିଛି ।

ଅପରପକ୍ଷରେ ଟିକ୍‌ଟକ୍‌ର ଆମେରିକା ବ୍ୟବସାୟକୁ କିଣିବା ପାଇଁ ଏହାର ପୃଷ୍ଠପୋଷକ କମ୍ପାନି ବାଇଟ୍‌ଡ୍ୟାନ୍ସ ସହ ଟ୍ୱିଟର୍‌ ପ୍ରାରମ୍ଭିକ ପର୍ଯ୍ୟାୟ ଆଲୋଚନା କରିଛି ବୋଲି ଶନିବାର ୱାଲ୍‌ ଷ୍ଟ୍ରିଟ୍‌ ଜର୍ଣ୍ଣାଲ ରିପୋର୍ଟ ପ୍ରକାଶ କରିଛି । ଏଭଳି ସ୍ଥିତିରେ ଏବେ ଭାରତରେ ଟିକ୍‌ଟକ୍‌ର ବିକଳ୍ପ ଦେଶୀ ସର୍ଟ-ଭିଡିଓ ଆପ୍‌ରେ ପୁଞ୍ଜି ଖଟାଇବାକୁ ଇଚ୍ଛୁକ ଥିବା ନିବେଶକମାନେ ୱେଟ୍‌ ଆଣ୍ଡ ୱାଚ୍‌ ମୋଡ୍‌ରେ ରହିଛନ୍ତି । ସେମାନେ ଟିକ୍‌ଟକ୍‌ ପ୍ରସଙ୍ଗରେ ସ୍ପଷ୍ଟତା ନ ଆସିବା ଯାଏ କୌଣସି ଆପ୍‌ରେ ନିବେଶ କରିବା ନେଇ ବିଚାର କରିପାରୁନାହାନ୍ତି ।

ଇନ୍‌ଭେଣ୍ଟସ୍‌ କ୍ୟାପିଟାଲ ପାର୍ଟନର ପରିଚାଳନା ନିର୍ଦ୍ଦେଶକ ଋତ୍ୱିକ୍‌ ଦୋଶୀ କହିଛନ୍ତି, ଏବେ ପ୍ରତି ସପ୍ତାହରେ ସବୁକିଛି ବଦଳିବାରେ ଲାଗିଛି । ଟିକ୍‌ଟକ୍‌ର ନକଲ ପରିବର୍ତ୍ତେ ନୂଆ ସର୍ଟ-ଭିଡିଓ ସେୟାରିଂ ଆପ୍‌ରେ ପୁଞ୍ଜିନିବେଶ ପାଇଁ ବଡ଼ ସୁଯୋଗ ରହିଛି । ଏ କ୍ଷେତ୍ରରେ ବହୁମାତ୍ରାରେ ପୁଞ୍ଜିନିବେଶ ମଧ୍ୟ ଆସିବ । କିନ୍ତୁ ଏବେ ଟିକ୍‌ଟକ୍‌ର ଆମେରିକା ଓ ଭାରତ ବ୍ୟବସାୟ ଅଧିଗ୍ରହଣ ନେଇ କୌଣସି ସ୍ପଷ୍ଟତା ଆସିନାହିଁ । ଯଦି ଟିକ୍‌ଟକ୍‌ ପୁଣିଥରେ ଭାରତ ଫେରିବାର ସମ୍ଭାବନା ବଢ଼ିବ, ତେବେ ଅନ୍ୟ ଭିଡିଓ ସେୟାରିଂ ଆପ୍‌ରେ ମୋଟା ନିବେଶ ନେଇ ପୁନଃବିଚାର କରିବାକୁ ପଡ଼ିବ । ତେଣୁ ଏବେ ଆମ କମ୍ପାନି ସମେତ ବହୁ ନିବେଶକ ଟିକ୍‌ଟକ୍‌ର ଡିଲ୍‌ରେ ସ୍ପଷ୍ଟତା ଆସିବା ଯାଏଁ ଅପେକ୍ଷା କରିବାକୁ ବିଚାର କରୁଛନ୍ତି ।