ନୂଆଦିଲ୍ଲୀ ; ୮/୧ : ଭାରତ ଗସ୍ତରେ ଆସିଛି ନ୍ୟୁଜିଲାଣ୍ଡ । ଜାନୁୟାରୀ ୧୧ରୁ ଆରମ୍ଭ ହେବାକୁ ଦିନିକିଆ ସିରିଜ୍ । ଏହାପରେ ଟି-୨୦ ଖେଳାଯିବ । ତେବେ ସିରିଜ୍ ଆରମ୍ଭ ହେବା ପୂର୍ବରୁ ଭାରତକୁ ଲାଗିଛି ଝଟକା । ଭାରତୀୟ ଦଳର ଷ୍ଟାର ଖେଳାଳି ତିଲକ ବର୍ମା ପ୍ରଥମ ତିନୋଟି ଟି-୨୦ରୁ ବାଦ୍ ପଡ଼ିଛନ୍ତି । ଜାନୁୟାରୀ ୭ ତାରିଖରେ ତାଙ୍କର ଅପରେସନ ହୋଇଛି । ଏବେ ସେ ସୁସ୍ଥ ଅଛନ୍ତି । ଏଣୁ ସେ ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ତିନି ଟି-୨୦ ଖେଳିବେନି । ବିସିସିଆଇ ପକ୍ଷରୁ ଏଭଳି ସୂଚନା ମିଳିଛି । ତେବେ ସେ ଶେଷ ଦୁଇଟି ଟି-୨୦ ଖେଳିପାରନ୍ତି । ଯଦି ସେ ସୁସ୍ଥ ହେବେ ତାହେଲେ ତାଙ୍କୁ ଦଳରେ ଖେଳିବାର ସୁଯୋଗ ମିଳିପାରେ ।
🚨 NEWS 🚨
— BCCI (@BCCI) January 8, 2026
Tilak Varma ruled out of the first three T20Is against New Zealand.
His availability for the remaining two matches will be assessed based on his progress during the return-to-training and skill phases.
Details 🔽 | #TeamIndia | #INDvNZ | @IDFCFIRSTBank…
ତାଙ୍କର ସଫଳ ଅସ୍ତ୍ରୋପଚାର ହୋଇଥିବାବେଳେ ମେଡିକାଲରୁ ଡିସଚାର୍ଜ ହୋଇଛନ୍ତି । ଘରେ ସେ ବିଶ୍ରାମ ନେଉଛନ୍ତି । ଶୁକ୍ରବାର ସେ ହାଇଦ୍ରାବାଦ ଯିବେ । ଶରିରୀକଭାବେ ସୁସ୍ଥ ହେବା ପରେ ଅଭ୍ୟାସକୁ ଫେରିବେ ବୋଲି ଡାକ୍ତର କହିଛନ୍ତି । ପ୍ରଥମ ତିନୋଟି ଟି-୨୦ରୁ ସେ ବାଦ ପଡ଼ିଥିବାବେଳେ ଶେଷ ଦୁଇଟି ମ୍ୟାଚ ଖେଳିବା ତାଙ୍କ ସୁସ୍ଥତା ଉପରେ ନିର୍ଭର କରେ । ତାଙ୍କ ଅନୁପସ୍ଥିତି ଦଳ ପାଇଁ କ୍ଷତି ପହଞ୍ଚାଇବ ନିଶ୍ଚିତ । ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ ଭାବେ ତାଙ୍କ ପ୍ରଦର୍ଶନ ଦଳକୁ ବହୁ ଲାଭ ହେଉଛି । ଏସୀଆ କପ ଫାଇନାଲରେ ତାଙ୍କ ଭୂମିକା କଣ ରହିଥିଲା ତାହା ସମସ୍ତଙ୍କୁ ବେଶ ଭଲଭାବେ ଜଣା । ତେବେ ଫ୍ୟାନ୍ସମାନେ ପ୍ରାର୍ଥନା କରିଛନ୍ତି କି, ସେ ଶୀଘ୍ର ସୁସ୍ଥ ହୋଇ ଦଳକୁ ଫେରନ୍ତୁ । କାରଣ ଆଗକୁ ଟି-୨୦ ବିଶ୍ବକପ ଖେଳାଯିବ । ଦଳରେ ତାଙ୍କ ଉପସ୍ଥିତି ବହୁତ ଗୁରୁତ୍ବ ବହନ କରିବ ।