PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟୋକିଓ – ରନୱେରେ ଧକ୍କା ହେଲା ଦୁଇଟି ବିମାନ ; ଆତଙ୍କରେ ଥରିଲେ ଯାତ୍ରୀ
  • ||
  • ଧାରା ୩୭୦ ଉଚ୍ଛେଦ ବେଳେ କେଜ୍ରିଓ୍ବାଲ କେଉଁଠି ଥିଲେ ? ଏବେ ଆମକୁ ସମର୍ଥନ ମାଗୁଛନ୍ତି : ଓମାର ଅବଦୁଲ୍ଲା
  • ||
  • ରାଉରକେଲା : ପାଞ୍ଚ ବର୍ଷର ପୁଅକୁ ମାରି ଟାଙ୍ଗି ଦେଲା ବାପା, ପରକୀୟା ପ୍ରୀତିରୁ ହତ୍ୟା ସନ୍ଦେହ
  • ||
  • ହିନ୍ଦୋଳ : ହାତୀ ଆକ୍ରମଣରେ ବୃଦ୍ଧ ମୃତ, ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା
  • ||
  • ଭୁବନେଶ୍ଵର : ୧୭ରେ ଓଡ଼ିଶା ଆସିବେ ଅମିତ ଶାହ, ଢେଙ୍କାନାଳ ସମାବେଶରେ ୫୦ ହଜାର ଲୋକଙ୍କୁ ଦେବେ ଉଦବୋଧନ
  • ||

ଲଣ୍ଡନରେ ୧୪୩ କୋଟି ଟଙ୍କାରେ ନିଲାମ ହେଲା ଟିପୁ ସୁଲତାନଙ୍କ ଖଣ୍ଡା

ନୂଆଦିଲ୍ଲୀ – ଟିପୁ ସୁଲତାନଙ୍କ ବେଡଚ୍ୟାମ୍ୱର ଖଣ୍ଡାର ନିଲାମୀ ହୋଇଛି ଏବଂ ଏହା ଲଣ୍ଡନରେ ଏକ ନିଲାମୀରେ ୧.୪ କୋଟି ପାଉଣ୍ଡ (୧୪୩ କୋଟି ଟଙ୍କାରୁ ଅଧିକ) ରେ ବିକ୍ରି ହୋଇଛି। ନିଲାମୀ ଘର ବୋନହମ୍ସର ଏକ ପ୍ରେସ୍‌ ବିଜ୍ଞପ୍ତି ଅନୁସାରେ , ଏହା ଇତିହାସର ଏକ ଭାରତୀୟ ଓ ଇସଲାମୀ ବସ୍ତୁର ବିକ୍ରିରେ ଏ ନୂଆ ବିଶ୍ୱ ରେକର୍ଡ। ବୋନହମ୍ସରେ ଇସଲାମୀ ଓ ଭାରତୀୟ କଳାର ସମୂହର ପ୍ରମୁଖ ନିମା ସାଗରଚି କହିଥିଲେ , ଖଣ୍ଡାର ଏକ ଆସାଧାରଣ ଇତିହାସ  ଓ ଏକ ଆଶ୍ଚର୍ଯ୍ୟଜନକ ନିଆରା ଶିଳ୍ପ କୌଶଳ ରହିଛି।

ଟିପୁ ସୁଲତାନଙ୍କର ଏହି ଖଣ୍ଡା ୧୮ତମ ଶତାବ୍ଦୀରେ ତିଆରି ହୋଇଥିଲା ଏବଂ ଭାରତ ଛାଡ଼ି ଯାଇଥିବା ଇଂରେଜ ମାନେ ଏହାକୁ ନିଜ ସାଥିରେ ନେଇ ଯାଇଥିଲେ।  ଇଂରେଜଙ୍କ ବିରୋଧରେ ଯୁଦ୍ଧରେ ହାରିବା ପରେ ମୈସୂର ଶାସକ ଟିପୁ ସୁଲତାନଙ୍କର ଶୟନକକ୍ଷରୁ ବ୍ରିଟିଶ ସୈନିକ ଏହାକୁ ପାଇଥିଲେ। ଏହାକୁ ୪ ମଇ, ୧୭୯୯ରେ ଶ୍ରୀରଙ୍ଗପଟନରେମୈସୂର ଶେର୍‌ ମହଲରୁ ଉଠାଇ ନିଆ ଯାଇଥିଲା ।

Tipu sultans gold sword auctioned

ନିଲାମୀ ଆରମ୍ଭ ହେବା ପୂର୍ବରୁ , ଓଲିଭର ହ୍ୱାଇଟ୍‌ ଯିଏ ଇସଲାମିକ ଓ ଭାରତୀୟ କଳାର ବୋନହମ୍ସର ପ୍ରମୁଖ  , କହିଛନ୍ତି ଏହା ଏକ ସୁନ୍ଦର ଖଣ୍ଡା, ଟିପୁ ସୁଲତାନଙ୍କ ସହ ଜଡ଼ିତ ସବୁ ଅସ୍ତ୍ରଶସ୍ତ୍ର ଠାରୁ ମହାନ , ଯାହା ଏବେ ବି ବ୍ୟକ୍ତିଗତ ହାତରେ ରହିଛି।

ଏହି ଖଣ୍ଡାର ମୁଷ୍ଟି ରାଜସ୍ଥାନର ଅଧିବାସୀଙ୍କ ଦ୍ୱାରା ପ୍ରସ୍ତୁତ ରାଜକୀୟ ଅସ୍ତ୍ରର ଉତ୍କୃଷ୍ଟ ନିଦର୍ଶନ ରୂପେ ଜଣାଶୁଣା । ଏହାର ଦୈର୍ଘ୍ୟ ପାଖାପାଖି ୧୦୦ ସେଣ୍ଟିମିଟର । ଏହା କୁହାଯାଇଛି କି ରାଜା ଟିପୁ ସୁଲତାନଙ୍କ ପାଖାରେ ଏହି ପ୍ରତିଷ୍ଠିତ  ଖଣ୍ଡା ୧୭୮୨ରୁ ୧୭୯୯ ଯାଏ ଥିଲା । ଟିପୁ ସୁଲତାନଙ୍କୁ ମୈସୂରର ଟାଇଗର କୁହାଯାଉ ଥିଲା, ସେ ଇଂରେଜଙ୍କ ଠାରୁ ନିଜ ପ୍ରାନ୍ତକୁ ରକ୍ଷା କରିଥିଲେ ।

ସମ୍ବନ୍ଧିତ ଖବର