PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୀଳଗିରି ସହରରେ ଆତଙ୍କ ଖେଳାଉଛି କୁଳଡିହା ଦନ୍ତା
  • ||
  • ହକି ବିଶ୍ୱକପ୍‌ ଫାଇନାଲରେ ଜର୍ମାନୀ , ଅଷ୍ଟ୍ରେଲିଆକୁ ୪-୩ ଗୋଲରେ ହରାଇଲା ଜର୍ମାନୀ
  • ||
  • ଦିନ ଦ୍ୱିପ୍ରହରରେ ଘରେ କଳାକନା ବୁଲାଇଲା ଚୋର : ଲୁଟି ନେଲା ୨ ଲକ୍ଷ ଟଙ୍କା ମୂଲ୍ୟର ସୁନାଗହଣା, ନଗଦ ୧ଲକ୍ଷ ୧୦ ହଜାର ଟଙ୍କା
  • ||
  • ଗୋଟିଏ ରିପୋର୍ଟରେ ଦୋହଲି ଗଲା ଆଦାନୀଙ୍କ ସାମ୍ରାଜ୍ୟ , କୋଟିପତିଙ୍କ ତାଲିକାରୁ ଖସି ରହିଲେ ୭ମ ନମ୍ୱରରେ
  • ||

ଜଙ୍ଗଲରୁ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ସଇଁତଳା, ୨୪/୦୧ : ଜଙ୍ଗଲରୁ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର। ସଇଁତଳା ଥାନା ଅଧିନସ୍ଥ ଦେଢ଼େଳ ଜଙ୍ଗଲରୁ ଜଣେ ମହିଳାଙ୍କ ଅର୍ଦ୍ଧଦଗ୍ଧ ଶବ ଉଦ୍ଧାର ହୋଇଛି । ମୃତଦେହଟି ଠୁଁନିକାନି ଗ୍ରାମର ରସିକ ରଣାଙ୍କ ସ୍ତ୍ରୀ ରତ୍ନୀ ରଣା ବୋଲି ଜଣାପଡିଛି। ଘଟଣାସ୍ଥଳରେ ସଇଁତଳା ପୋଲିସ ଓ ଟିଟିଲାଗଡ଼ ଏସଡିପିଓ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ଘଟଣାରୁ ପ୍ରକାଶ ଯେ, ଘୁନସର ପଞ୍ଚାୟତ ଅନ୍ତର୍ଗତ ଠୁନିକାନି ଗ୍ରାମର ରସିକ ରାଣା ବଲାଙ୍ଗୀର ଜାମଗାଁରେ ଜଣେ ଠିକାଦାରଙ୍କ ପାଖରେ କାମ କରୁଥିଲେ। ତାଙ୍କ ପୁଅ ଦୀର୍ଘ ୪ ମାସ ହେଲା ରାଜକୋଟ ଦାଦନ ଖଟିବାକୁ ଯାଇଛି। ତେବେ ରତ୍ନୀ ପ୍ରତିଦିନ ଭଳି ସୋମବାର ଦିନ ସକାଳୁ ନିଜ ଚାଷ ଜମିକୁ ବୁଲିବାକୁ ଯାଇ ଆଉ ଫେରିନଥିଲେ। ବହୁ ଖୋଜାଖୋଜି କରିବା ପରେ ରତ୍ନୀଙ୍କ ସନ୍ଧାନ ନପାଇବାରୁ ବୋହୁ ଶ୍ଵଶୁର ଓ ସ୍ୱାମୀକୁ ଫୋନକରି ଜଣାଇଥିଲେ । ଏହାପରେ ଶ୍ଵଶୁର ବଲାଙ୍ଗୀରରୁ ରାତିରେ ଆସିବା ପରେ ଆଜି ସକାଳେ ଖୋଜାଖୋଜି କରିବା ଲାଗି ଚାଷ ଜମି ନିକଟ ଦେଢ଼େଳ ଜଙ୍ଗଲକୁ ଯାଇଥିଲେ । ସେଠାରେ ଦରପୋଡ଼ା ଅବସ୍ଥାରେ ଶବ ପଡ଼ିଥିବା ଦେଖି ପୁଲିସକୁ ଖବର ଦେଇଥିଲେ। ଏହା ପରେ ସଇଁତଲା ଥାନାଧିକାରୀ ଅବନି ସାହୁଙ୍କ ସମେତ ଟିଟିଲାଗଡ଼ ଏସଡିପିଓ ଅଙ୍କିତା କୁମ୍ଭାର ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।