ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ଟିଏମସି ସରକାର ଯିବା ପରଠାରୁ ବଢ଼ିବାରେ ଲାଗିଛି ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଚିନ୍ତା । ରାଜରେ ୮୦ରୁ ୫୯ ବିଧାୟକ ଏବେ ବିରୋଧୀ । ରାଜ୍ୟ ରାଜନୀତିରେ ଦବଦବା କମିବା ପରେ ଦିଲ୍ଲୀ ଯିବାକୁ ଚେଷ୍ଟା କରିଥିଲେ ଦିଦି । ତାହା ମଧ୍ୟ ଧିରେ ଧିରେ ମଉଳିବାରେ ଲାଗିଛି । ଲୋକସଭାରେ ମଧ୍ୟ ତାଙ୍କୁ ପଶାଇ ନଦେବାକୁ ପ୍ରୟାସ ହୋଇଛି । ତେବେ ପୁତୁରା ଅଭିଷେକ ବାନାର୍ଜୀଙ୍କ ଉପରେ ଅଖଣ୍ଡ ବିଶ୍ବାସ ରଖିଥିବା ମମତାଙ୍କ ପାଇଁ ଏବେ କାଳ ସାଜିଥିବା ରାଜନୈତିକ ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି ।
ପଶ୍ଚିମବଙ୍ଗରେ ଟିଏମସି ସରକାରରୁ ଯିବାର ମୁଖ୍ୟ କାରଣ ଅଭିଷେକ ବାନାର୍ଜୀ ବୋଲି ଅନେକ ନିଜର ମତ ପ୍ରକାଶ କରିଛନ୍ତି । ଯାହାକୁ ବିରୋଧ କରି ଦଳରେ ଏବେ ବିଭ୍ରାଟ ବଢ଼ିବାରେ ଲାଗିଛି । ଜଣକ ପରେ ଜଣେ ବଡ଼ ନେତା ଦିଦିଙ୍କ ହାତ ଛାଡ଼ୁଛନ୍ତି । ଏହାରି ଭିତରେ ୧୮ ଜଣ ଟିଏମସି ସାଂସଦ ବାଚସ୍ପତିଙ୍କୁ ଭେଟିବେ ବୋଲି କୁହାଯାଉଛି । ରାଜ୍ୟ ପରେ ଦିଲ୍ଲୀରେ ମଧ୍ୟ ଟିଏମସି ଦୁଇଭାଗରେ ବିଭକ୍ତ ହେବାକୁ ଯାଉଛି । ଯାହା ଦିଦିଙ୍କ ଚିନ୍ତା ବଢ଼ାଉଥିବାବେଳେ ଶୁକ୍ରବାର ସାଂଗଠନିକ ବୈଠକ ଡାକିଥିଲେ ମମତା ।
ବୈଠକରେ ମମତା ଦାୟିତ୍ବ ବଣ୍ଟନ କରିଥିଲେ । ପୁଣିଥରେ ପୁତୁରା ଅଭିଷେକ ବାନାର୍ଜୀଙ୍କୁ ପୁଣିଥରେ TMCର ଜାତୀୟ ସାଧାରଣ ସମ୍ପାଦକ ଦାୟିତ୍ବ ଦେଇଛନ୍ତି । କିନ୍ତୁ ପୂର୍ବଭଳି ଅଭିଷେକଙ୍କୁ କ୍ଷମତା ମିଳିନାହିଁ । ଦଳର ଦୁଇ ବରିଷ୍ଠ ନେତାଙ୍କୁ ମଧ୍ୟ ତାଙ୍କ ସହ ଯୁଗ୍ମ ସାଧାରଣ ସମ୍ପାଦକ ଦାୟିତ୍ବ ଦିଆଯାଇଛି । ତେବେ ଏହାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି କି, ଅଭିଷେକଙ୍କ ଗିରଫ ଭୟରେ ଦିଦି ପୁତୁରାଙ୍କ କ୍ଷମତା କମାଇଛନ୍ତି ।
ଟିଏମସିରେ ଏକ ଏକ ଚର୍ଚ୍ଚା ହେଉଛି କି, ବିଭିନ୍ନ ମାମଲାରେ ଛନ୍ଦି ହୋଇଥିବା ଅଭିଷେକ ବାନାର୍ଜୀଙ୍କୁ ଗିରଫ କରିପାରେ ପୁଲିସ । ତାଙ୍କସହ ଦଳର ଆଉ କିଛି ନେତା ମଧ୍ୟ ଗିରଫ ହୋଇପାରନ୍ତି । ଏଯାବତ ୧୨ରୁ ଅଧିକ ନେତା ମଧ୍ୟ ଗିରଫ ହୋଇଛନ୍ତି । କୋଲକାତା ମ୍ୟୁନିସପାଲିଟିରେ ଅଭିଷେକଙ୍କ ଘର ନିର୍ମାଣକୁ ଅବୈଧ ବୋଲି ମଧ୍ୟ ଅଭିଯୋଗ ହୋଇଛି । ତେବେ ଅଭିଷେକଙ୍କ ନାମରେ କୌଣସି ଘର ନଥିବା କୁହାଯାଉଛି ।
ନିକଟରେ ଇଡି ଅଭିଷେକଙ୍କୁ ନୋଟିସ ପଠାଇଛି । ନିଯୁକ୍ତିରେ ଅନିୟମିତାକୁ ନେଇ ନୋଟିସ ହୋଇଛି । ଏହାସହ କୋଇଲା ଚୋରା ଚାଲାଣ ମାମଲାରେ ମଧ୍ୟ ପଚରାଉଚରା କରାଯିବ । ଏଭଳି ବିଭିନ୍ନ ମାମଲାରେ ଛନ୍ଦି ହୋଇଥିବା ଅଭିଷେକ କେଉଁ ମୁହୂର୍ତ୍ତରେ ଗିରଫ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଯେଉଁ କାରଣରୁ ଦିଦି ପାଓ୍ବାର କମାଇଛନ୍ତି । ଏହାସହ ଅଭିଷେକଙ୍କ ନେତୃତ୍ବକୁ ନେଇ ମଧ୍ୟ ପ୍ରଶ୍ନ ଉଠାଯାଇଛି ।
ଏହାସହ ପଢ଼ନ୍ତୁ : ମମତା ବାନାର୍ଜୀଙ୍କୁ ପୁଣି ଏକ ବଡ ଝଟକା, ବୈଠକରେ ପହଞ୍ଚିଲେ କେବଳ ୬ ସାଂସଦ ଏବଂ ୮ ବିଧାୟକ...