କୋଲକାତା,୨୯।୪:   ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟିଏମସି ନେତା ଡେରେକ୍ ଓ'ବ୍ରାଏନଙ୍କ  ବଡ଼ ଚ୍ୟାଲେଞ୍ଜ। ସେ କହିଛନ୍ତି ଯେ ନରେନ୍ଦ୍ର ମୋଦି ନିଜେ କହିଛନ୍ତି ଯେ ସେ ବଙ୍ଗଳାର ସମସ୍ତ ୨୯୪ ଆସନରେ ପ୍ରାର୍ଥୀ ହେବେ, ଏଥିପାଇଁ ତାଙ୍କୁ ବଡ଼ ବଡ଼ ଦାବି କରିବା ବନ୍ଦ କରି ସିଧାସଳଖ ଚ୍ୟାଲେଞ୍ଜ ଗ୍ରହଣ କରିବା ଉଚିତ। ଡେରେକ୍ ଓ'ବ୍ରାଏନ୍ ଆହୁରି କହିଛନ୍ତି ଯେ ଯଦି ମମତା ବାନାର୍ଜୀ ଏବଂ ତୃଣମୂଳ କଂଗ୍ରେସ ୪ ମଇରେ ପଶ୍ଚିମବଙ୍ଗରେ ଜିତିଯାଆନ୍ତି, ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ପଦରୁ ଇସ୍ତଫା ଦେବା ଉଚିତ। ଯଦି ସାହାସ ଅଛି ତେବେ ଏହା କରିକି ଦେଖାଅ।’

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ ହେବା ମାତ୍ରେ ବୁଧବାର ରାଜ୍ୟର ବିଭିନ୍ନ ସ୍ଥାନରୁ ହିଂସା ଏବଂ ଭଙ୍ଗାରୁଜାର ରିପୋର୍ଟ ଆସିଛି ବୋଲି ପୋଲିସ କହିଛି। ଅଧିକାରୀଙ୍କ ଅନୁଯାୟୀ, ଚାପଡା, ଶାନ୍ତିପୁର, ନିମତାଲା ଏବଂ ଭାଙ୍ଗର ସମେତ ଅନେକ ସ୍ଥାନରୁ ହିଂସା ଏବଂ ଭଙ୍ଗାରୁଜାର ଅଭିଯୋଗ ଆସିଛି।

ଭାରତୀୟ ଜନତା ପାର୍ଟି (ବିଜେପି) ନେତାମାନେ ଅଭିଯୋଗ କରିଛନ୍ତି ଯେ ନଦିଆ ଜିଲ୍ଲାର ୫୩ ନମ୍ବର ବୁଥରେ ‘ଶାସକ ତୃଣମୂଳ କଂଗ୍ରେସର ଲୋକମାନେ’ ଜଣେ ବିଜେପି ପୋଲିଂ ଏଜେଣ୍ଟଙ୍କୁ ଆକ୍ରମଣ କରିଛନ୍ତି, ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଆହତ ବ୍ୟକ୍ତିଙ୍କ ପରିଚୟ ମୁଶରଫ୍ ମୀର ଭାବରେ ହୋଇଛି, ଯାହାଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରରାଯାଇଛି।