କୋଲକାତା,୦୭/୦୬; ପୁଲିସକୁ ଚକମା ଦେବାକୁ ନିଆରା ଉପାୟ କରିଥିଲେ । ଗିରଫ ଭୟରେ ଛାନିଆ ହୋଇ ପୁଲିସ୍ ଯେପରି ଧରି ନପାରେ ଲୁଚିବାର ଅନ୍ୟନ୍ୟ ପ୍ରୟାସ କରିଥିଲେ । ବିଡା ବିଡ଼ା ଶାଢୀ ଗଦା ଭିତରେ ଲୁଚି ଥିଲେ ଟିଏମସି ନେତା । ଶାଢୀ ଗଦା ଭିତରେ ଲୁଚିବା ପରେ ବି ବର୍ତ୍ତି ପାରିଲେନି । ମାଡ଼ି ବସିଲା ପଶ୍ଚିମବଙ୍ଗ ପୁଲିସ୍ । ପଶ୍ଚିମବଙ୍ଗ ହାୱଡା ଜିଲ୍ଲା ତୃଣମୂଳ କଂଗ୍ରେସର ଜଣେ ନେତାଙ୍କ ଗିରଫଦାରୀର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯେଉଁଥରେ ଦେଖିବାକୁ ମିଳିଛି କି, ପୁଲିସଠୁ ବର୍ତ୍ତିବା ପାଇଁ ସେ ଏକ ଲୁଗା ଦୋକାନର ଷ୍ଟୋରରୁମରେ ଗଦା ହୋଇଥିବା ଶାଢୀ ବିଡ଼ା ତଳେ ଲୁଚି ଥିଲେ । ହେଲେ ସେ ପୁଲିସ୍ ନଜରରୁ ଖସି ପାରିନଥିଲେ । ପୁଲିସ୍ ଶାଢୀ ବଣ୍ଡଲ୍ ହଟାଇ ଟିଏମସି ନେତା ବ୍ରହ୍ମାନନ୍ଦ ଚକ୍ରବର୍ତ୍ତୀଙ୍କୁ ଗିରଫ କରିଛି ।

ଏହି ଘଟଣା ହାୱଡ଼ା ଉଦୟନାରାୟଣପୁର ଥାନା ବିଳାସପୁର ଅଞ୍ଚଳରେ ଘଟିଥିବା ଜଣାପଡିଛି । ଗିରଫ ବ୍ୟକ୍ତିଙ୍କୁ ସ୍ଥାନୀୟ ତୃଣମୂଳ କଂଗ୍ରେସ ନେତା ବ୍ରହ୍ମାନନ୍ଦ ଚକ୍ରବର୍ତ୍ତୀ ବୋଲି ଚିହ୍ନଟ କରାଯାଇଛି । ସ୍ଥାନୀୟ ବାସିନ୍ଦାମାନେ ତାଙ୍କ ଉପରେ ସରକାରୀ ଆବାସ ଯୋଜନା ପାଣ୍ଠିରୁ ବଟି ଆଦାୟ କରିବାର ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ, ପୁଲିସ୍ ବ୍ରହ୍ମାନନ୍ଦଙ୍କୁ ଖୋଜିବାକୁ ପହଞ୍ଚିଥିଲା । ଗିରଫ ଭୟରେ ବ୍ରହ୍ମାନନ୍ଦ ଚକ୍ରବର୍ତ୍ତୀ ଏକ କପଡ଼ା ଦୋକାନ ଭିତରେ ଏକ ବଡ଼ ଶାଢ଼ି ଗଦା ତଳେ ଲୁଚି ରହିଥିଲେ। ପୁଲିସ ତଲାସି କରିବା ପରେ ସନ୍ଦେହ ହୋଇଥିଲା ଏବଂ ଶାଢ଼ି ଗଦାକୁ ହଟାଇ ଦେଇଥିଲା । ବ୍ରହ୍ମାନନ୍ଦ ଚକ୍ରବର୍ତ୍ତୀ ଗଦା ତଳେ ଲୁଚି ରହିଥିବାର ଦେଖିବାକୁ ମିଳିଥିଲା। ପୁଲିସ ତାଙ୍କୁ ଗିରଫ କରିଛି । 

ଏହା ବି ପଢନ୍ତୁ...INDIA bloc Meet : ଇଣ୍ଡି ମେଣ୍ଟରେ ଘମାସନ; ବୈଠକକୁ ସିପିଆଇ-ଜେଏମ୍ଏମ୍ର ବୟକଟ୍, ଦୂରେଇ ଗଲେ DMK-AAP    

ଏହି ସମୟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ସୁତ୍ର ଅନୁସାରେ ବ୍ରହ୍ମାନନ୍ଦ ଚକ୍ରବର୍ତ୍ତୀ ୨୦୨୧ ପଶ୍ଚିମବଙ୍ଗ ବିଧାନସଭା ନର୍ବାଚନ ପରେ ହୋଇଥିବା ରାଜନୈତିକ ହିଂସା ସହିତ ଜଡ଼ିତ ଅଭିଯୋଗର ମଧ୍ୟ ସମ୍ମୁଖୀନ ହୋଇଛନ୍ତି । ଏହି ମାମଲାରେ ପୁଲିସ ବ୍ରହ୍ମାନନ୍ଦ ଚକ୍ରବର୍ତ୍ତୀଙ୍କୁ ମଧ୍ୟ ଖୋଜୁଥିଲା । ପୁଲିସ ଅଧିକାରୀମାନେ କହିଛନ୍ତି ଯେ, ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ ଆଧାରରେ, ବ୍ରହ୍ମାନନ୍ଦ ଚକ୍ରବର୍ତ୍ତୀଙ୍କ ବିରୋଧରେ ଅଭିଯୋଗର ତଦନ୍ତ ଚାଲିଛି ।