ନୂଆଦିଲ୍ଲୀ,୦୭/୦୬; ଜୁନ୍ ୮ରେ ହେବାକୁ ଥିବା ଇଣ୍ଡିଆ ବ୍ଲକ୍ ବୈଠକ ପୂର୍ବରୁ ମତଭେଦ ଦେଖାଦେଇଛି । କଂଗ୍ରେସର ଉପସ୍ଥିତି ଯୋଗୁଁ ଡିଏମକେ ବୈଠକରୁ ଦୂରେଇ ରହିବା ଘୋଷଣା କରିବା ପରେ, ସିପିଆଇ(ଏମ୍) ମଧ୍ୟ କଂଗ୍ରେସର କାର୍ଯ୍ୟଶୈଳୀ ପ୍ରତି ଘୋର ଅସନ୍ତୋଷ ପ୍ରକାଶ କରିଛି । ସିପିଆଇ(ଏମ୍) କଂଗ୍ରେସ ଉପରେ ତୀବ୍ର ଆକ୍ରମଣ କରି କହିଛି କି, କେରଳରେ ନେତାମାନେ ବିଜେପି ସହିତ କରିଥିବା ଡିଲ୍ ଅଭିଯୋଗ ମେଣ୍ଟ ବିରୋଧୀ । ସେହିପରିକଂଗ୍ରେସ ଝାଡ଼ଖଣ୍ଡର ଦୁଇଟି ରାଜ୍ୟସଭା ଆସନ ମଧ୍ୟରୁ ଗୋଟିଏ ପାଇଁ ଅଖିଳ ଭାରତ କଂଗ୍ରେସ କମିଟି (AICC) ଖାଡଗେଙ୍କ କାର୍ଯ୍ୟାଳୟର ପ୍ରଭାରୀ ପ୍ରଣବ ଝାଙ୍କୁ ପ୍ରାର୍ଥୀ ଭାବରେ ଘୋଷଣା କରିଛି, ଯାହା ଜେଏମଏମକୁ କ୍ରୋଧିତ କରିଛି । ଜୁନ୍ ୮ରେ ହେବାକୁ ଥିବା ବେଠକରେ ଯୋଗ ଦେବେନି ସିପିଏମ୍ ଏବଂ ଜେଏମ୍ଏମ୍ । ଏହା ଇଣ୍ଡି ମେଣ୍ଟରେ ଫାଟକୁ ଆଉ ଟିକେ ବଢାଇଛି ।
ଆସନ୍ତାକାଲି ଅର୍ଥାତ୍ ଜୁନ୍ ୮ ତାରିଖରେ କଂଗ୍ରେସ ଦ୍ୱାରା ଇଣ୍ଡି ମେଣ୍ଟ ବୈଠକ ଡାକିଛି । ଡିଏମକେ ମିଟିଂକୁ ପ୍ରତ୍ୟାଖାନ କରିଛି । ଏବେ ବିରୋଧୀ ମେଣ୍ଟରେ ନୂଆ ଫାଟ ଦେଖାଦେଇଛି । ସିପିଆଇ (ଏମ୍) ଓ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍ଏମ୍) କଂଗ୍ରେସ ନେତୃତ୍ୱଙ୍କ କାର୍ଯ୍ୟଶୈଳୀ ଉପରେ ରହିଥିବା ସେମାନଙ୍କ ତୀଗ୍ର ଅସନ୍ତୋଷ ପ୍ରକାଶ କରି ବୈଠକରେ ସାମିଲ ହେବେ ନାହିଁ ବୋଲି ଘୋଷଣା କରିଛନ୍ତି । ଝାଡ଼ଖଣ୍ଡର ଦୁଇଟି ରାଜ୍ୟସଭା ଆସନ ମଧ୍ୟରୁ ଗୋଟିଏ ପାଇଁ କଂଗ୍ରେସ ଏକପାଖିଆ ଭାବେ ପ୍ରାର୍ଥୀ ଘୋଷଣ କରିବାକୁ ନେଇ ଜେଏମଏମ୍ ଅସନ୍ତୋଷ ପ୍ରକାଶ କରିଛି । ସେହିପରି ସିପିଆଇ(ଏମ୍) ସଦ୍ୟ ସମାପ୍ତ କେରଳ ବିଧାନସଭା ନିର୍ବାଚନରେ ପ୍ରଚାର ସମୟରେ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ସମେତ କଂଗ୍ରେସ ନେତାମାନଙ୍କ ଦ୍ୱାରା କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନଙ୍କ ଉପରେ ଆକ୍ରମଣକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛି ।
ସିପିଆଇଏମ୍ ସାଧାରଣ ସମ୍ପାଦକ ଏମ୍ ଏ ବେବୀ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କୁ କଡ଼ା ଶବ୍ଦରେ ଏକ ଚିଠି ଲେଖି ଏହି ପ୍ରସଙ୍ଗ ଉଠାଇଛନ୍ତି । ଖଡଗେଙ୍କ ସହିତ ଇଣ୍ଡି ମେଣ୍ଟର ଅନ୍ୟ ସଦସ୍ୟଙ୍କୁ ମଧ୍ୟ ବେବୀ ଏହି ଚିଠି ପ୍ରଦାନ କରିଛନ୍ତି । ସେ କହିଛନ୍ତି ଯେ, କେରଳ ବିଧାନସଭା ନିର୍ବାଚନ ପ୍ରଚାର ସମୟରେ, କଂଗ୍ରେସ ବାରମ୍ବାର ସିପିଆଇ(ଏମ୍) ଏବଂ ବିଜେପି ମଧ୍ୟରେ ଏକ ରାଜନୈତିକ ଚୁକ୍ତି ଏବଂ ତତ୍କାଳୀନ ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନ ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କ ମଧ୍ୟରେ ଏକ ସ୍ୱତନ୍ତ୍ର ଚୁକ୍ତି ପ୍ରଚାର କରିଥିଲା । ସିପିଆଇଏମ୍ ଏହାକୁ ବିରୋଧୀ ମେଣ୍ଟର ଆତ୍ମା ବିରୋଧୀ ।
ଏହା ବି ପଢନ୍ତୁ...India Alert : ସୀମାରେ ଚୀନୀ କ୍ୟାମେରା ଲଗାଉଛି ନେପାଳ, ଭାରତ ଭିତରେ ୧୦ କି.ମି. ଉପରେ ରଖିବ ନଜର
ସିପିଆଇ(ଏମ୍) ନେତା ଏହି ଅଭିଯୋଗଗୁଡ଼ିକୁ ସମ୍ପୂର୍ଣ୍ଣ କପୋଳକଳ୍ପିତ ଏବଂ ମିଥ୍ୟା ବୋଲି କହିଥିଲେ, ଯାହାକୁ ସେ କୌଣସି ପରିସ୍ଥିତିରେ ସହ୍ୟ କରିପାରିବେ ନାହିଁ। ସେ କଂଗ୍ରେସ ନେତୃତ୍ୱକୁ ମନେ ପକାଇ ଦେଇଥିଲେ ଯେ, କେରଳ ମାଟିରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଏବଂ ବିଜେପି ବିରୋଧରେ ସିଧାସଳଖ ରାଜନୈତିକ ଯୁଦ୍ଧ ଲଢିବା ସମୟରେ ସିପିଆଇଏମ୍ ଶହ ଶହ ଉତ୍ସର୍ଗୀକୃତ କର୍ମୀଙ୍କୁ ହରାଇଛି । ବିଜେପି ବିରୋଧରେ ରାଜନୈତିକ ଲଢେଇ ପାଇଁ ଇଣ୍ଡିଆ ବ୍ଲକ ଗଠନ କରାଯାଇଥିଲା । ଏପରି ସମୟରେ ସହଯୋଗୀ ଦଳ ଉପରେ ସନ୍ଦେହ କରିବା ମେଣ୍ଟର ବିଶ୍ୱସନୀୟତା ଉପରେ ବିରାଟ ପ୍ରଶ୍ନ । ସେ ଚେତାବନୀ ଦେଇଛନ୍ତି ଯଦି, ଅଭିଯୋଗ ଉପରେ ସ୍ଥିତି ସ୍ପଷ୍ଟ କରାନଯାଏ, ତେବେ ଜୁନ୍ ୮ ତାରିଖରେ ମେଣ୍ଟ ବୈଠ ପୂର୍ବରୁ ମଧ୍ୟ ଏକତା ଉପରେ ପ୍ରଶ୍ନ ଉଠିବ ।