ପ୍ରମୂଖ ଖବର
  • ବିହାର ଭୋଟର ତାଲିକାରୁ କଟିପାରେ ୩୪ ଲକ୍ଷ ମତଦାତାଙ୍କ ନାଁ, କାରଣ କହିଲେ ନିର୍ବାଚନ ଆୟୋଗ
  • ||
  • ବିହାର ରାଜନୀତିରେ ବଡ଼ ଟ୍ବିଷ୍ଟ, ଖୁବଶୀଘ୍ର ନୂଆ ଦଳ ଘୋଷଣା କରିପାରନ୍ତି ତେଜ ପ୍ରତାପ ଯାଦବ
  • ||
  • ଜନ୍ମଦିନରେ ଛତିଶଗଡ଼ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ ଗିରଫ; ଅବକାରୀ ଦୁର୍ନୀତି ମାମଲାରେ ବନ୍ଧିଲା ଇଡି
  • ||
  • ସକାଳେ ଗୁଳୁଗୁଳି, ଅପରାହ୍ନରେ ବର୍ଷା: ଭିଜିବ ଉପକୂଳରୁ ନେଇ ଆଭ୍ୟନ୍ତରୀଣ ଓଡ଼ିଶା, ୨୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||
  • FM କଲେଜରେ ପହଞ୍ଚିଲେ ୟୁଜିସି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍, ତଦନ୍ତ କରୁଛନ୍ତି ୪ ଜଣିଆ ଦଳ
  • ||
  • ଚାକିରି ଆଶା ଦେଖାଇ ଯୁବତୀଙ୍କୁ ନିର୍ଯାତନା: ରାଜସ୍ଥାନରୁ ଉଦ୍ଧାର ପରେ ଘରକୁ ଫେରିଲେ ଝିଅ
  • ||
  • ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ, ଯୁବକଙ୍କୁ ପଥରରେ ଛେଚି ମାରିଦେଲେ ବାଇକ୍ ଚୋର
  • ||
  • ଦିଲ୍ଲୀରେ ପୁଣି ୨୦ ଅଧିକ ବୋମା ଧମକ,ଆସିଥିଲା ଧମକପୂର୍ଣ୍ଣ ମେଲ୍, ପୁଲିସର ତଦାଘନା
  • ||
  • ଭୂକମ୍ପ ଝଟକାରେ ଥରିଲା ଚିଲି, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ
  • ||
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||

ଅଡ଼ୁଆରେ କେନ୍ଦ୍ରମନ୍ତ୍ରୀ କିରେନ ରିଜିଜୁ, ସ୍ବାଧିକାର ଭଙ୍ଗ ପ୍ରସ୍ତାବ ଆଣିଲେ ଟିଏମସି ସାଂସଦ

Published By : Tapas Panda | December 12, 2024 6:08 PM

Image Courtesy: indiatoday

ନୂଆଦିଲ୍ଲୀ: ସଂସଦର ଶୀତକାଳୀନ ଅଧିବେଶନରେ ହୋହଲ୍ଲା ଥମିବାର ନାଁ ଧରୁନାହିଁ । ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ଙ୍କ ବିରୋଧରେ ଅନାସ୍ଥା ନୋଟିସ୍‌ ଆସିବା ପରେ ଏବେ କିରେନ ରିଜିଜୁଙ୍କ ବିରୋଧର ସ୍ବାଧିକାର ଭଙ୍ଗ ପ୍ରସ୍ତାବ ଆଣିଛନ୍ତି ଟିଏମସି ସାଂସଦ ସାଗରିକା ଘୋଷ ।  ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ ନିଜ କର୍ତ୍ତବ୍ୟ ନିର୍ବାହ କରିବାରେ ବିଫଳ ହୋଇଛନ୍ତି ବୋଲି ସାଗାରିକା ଘୋଷ ଅଭିଯୋଗ କରିଛନ୍ତି । 

ରିଜିଜୁ ସବୁ ବେଳେ ବିରୋଧୀ ସାଂସଦଙ୍କୁ ଅପମାନ କରୁଛନ୍ତି । ଗୃହରେ ବସିବାକୁ ବିରୋଧୀ ସାଂସଦ ଯୋଗ୍ୟ ନୁହଁନ୍ତି ବୋଲି କହିଥିଲେ ରିଜିଜୁ । ତେଣୁ ତାଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ପ୍ରସ୍ତାବ ଆଣିଛୁ ବୋଲି ଟିଏମସି ସାଂସଦ କହିଛନ୍ତି । ଏହି ପ୍ରସ୍ତାବ ଉପରେ ପ୍ରାୟ ସବୁ ବିରୋଧୀ ଦଳ ହସ୍ତାକ୍ଷର କରିଥିବା କହିଛନ୍ତି ସାଗରିକା ।

ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଥିବାରୁ କିରେନ ରିଜିଜୁ କଂଗ୍ରେସ ଏବଂ ଏହାର ଅନ୍ୟ ସହଯୋଗୀ ଦଳଙ୍କୁ ଟାର୍ଗେଟ କରିଥିଲେ । କେନ୍ଦ୍ରମନ୍ତ୍ରୀ ରିଜିଜୁ କହିଥିଲେ ଯେ, କଂଗ୍ରେସ ଏବଂ ଅନ୍ୟ ବିରୋଧୀ ଦଳ ରାଜ୍ୟସଭାର ଗାରିମାକୁ ହତାଦର କରିଛନ୍ତି । ବିରୋଧୀ ବାରମ୍ବାର ଉଭୟ ଗୃହର ଅଧ୍ୟକ୍ଷଙ୍କ ସମ୍ମାନ କ୍ଷୁର୍ଣ୍ଣ କରୁଥିବା ଅଭିଯୋଗ କରି ରାଜ୍ୟସଭାରେ ଏନଡିଏର ସଂଖ୍ୟା ଗରିଷ୍ଠତା ରହିଛି ବୋଲି କହିଥିଲେ କିରେନ ରିଜିଜୁ । 

ସେ ଆହୁରି କହିଥିଲେ ଯେ, କଂଗ୍ରେସ ବାସ୍ତବିକ ପ୍ରସଙ୍ଗରୁ ନଜର ହଟାଇବା ଲାଗି ଚେଷ୍ଟା କରୁଛି । ଏଭଳି କାର୍ଯ୍ୟକୁ ମୁଁ ନିନ୍ଦା କରୁଛି । ଯେତେବେଳେ ତାରିଖ ଓ ସମୟ ସବୁକିଛି ଧାର୍ଯ୍ୟ ହୋଇସାରିଛି ରାଜ୍ୟସଭା ଅଧ୍ୟକ୍ଷଙ୍କ ବିରୋଧରେ ନୋଟିସ୍‌ ଦେବାର ଆବଶ୍ୟକତା କଣ ? ଏହା କେବଳ ସୋରୋସ୍‌ ମାମଲାରୁ ଦୂରେଇବାକୁ ଚେଷ୍ଟା ବୋଲି ଅଭିଯୋଗ କରିଥିଲେ କିରେନ ରିଜିଜୁ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.