ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ଟିଏମସି ସରକାରର ପତନ ପରେ ମମତାଙ୍କ ହାତ ଛାଡ଼ୁଛନ୍ତି ଦଳର ବଡ଼ ବଡ଼ ମଙ୍ଗୁଆଳ । ରାଜ୍ୟ ପରେ ଦିଲ୍ଲୀରେ ମଧ୍ୟ ବିଦ୍ରୋହ ଆରମ୍ଭ ହୋଇଛି । ଦଳର ୧୯ ଜଣ ସାଂସଦ ବାଚସ୍ପତିଙ୍କ ନିକଟରେ ଦାବି କରିଥିବାବେଳେ ଏଥିରେ ଶତ୍ରୁଘ୍ନ ସିହ୍ନାଙ୍କ ନାମ ମଧ୍ୟ ଚର୍ଚ୍ଚା ହୋଇଥିଲା । ଯାହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଶତ୍ରୁଘ୍ନ ସିହ୍ନା । ସେ ମମତାଙ୍କ ସମର୍ଥନରେ ଯୁକ୍ତି ବାଢ଼ିଛନ୍ତି ।
ଶତ୍ରୁଘ୍ନ ସିହ୍ନା କହିଛନ୍ତି କି, ମମତା ମୋ ଅସୁବିଧା ସମୟରେ ସମର୍ଥନ କରିଛନ୍ତି । ମୁଁ ତାଙ୍କ ସହ ଛିଡ଼ା ହୋଇଛି । ପିଟିଆଇ ସହ ଆଲୋଚନା ସମୟରେ ସେ କହିଛନ୍ତି କି, କିଚିଦିନ ହେବ ମୋ ନାମକୁ ନେଇ ଗୁଜବ ଚାଲିଛି । କୁହାଯାଉଛି କି, ମୁଁ ବିଦ୍ରୋହୀ ଗୋଷ୍ଠୀରେ ରହିଛି । ହଁ ମୁଁ ସ୍ବଭାବରେ ସ୍ପଷ୍ଟବାଦୀ । ମୁଁ ପ୍ରାୟତଃ ସତ କହି ବିଦ୍ରୋହ କରେ । ତାହେଲେ ମୁଁ ଜଣେ ବିଦ୍ରୋହୀ । ଏହାସହ ସେ କହିଛନ୍ତି କି, ମମତା ମୋ କଷ୍ଟକର ସମୟରେ ମୋ ସହ ଛିଡ଼ା ହୋଇଥିଲେ । ଏଣୁ ତାଙ୍କୁ କେବେ ମଧ୍ୟ ଛାଡ଼ିପାରିବି ନାହିଁ । ମୁଁ ତାଙ୍କ ସହ ରହିଛି ।
ଏହାସହ ଶତ୍ରୁଘ୍ନ କହିଛନ୍ତି କି, ପଶ୍ଚିମବଙ୍ଗର ଲୋକମାନେ ଏବଂ ଆସାନସୋଲର ଲୋକମାନେ ମୋତେ ବହୁତ ଭଲ ପାଇବା ଦେଇଛନ୍ତି । ସେମାନଙ୍କ ସମର୍ଥନ ପାଇଁ ବାରମ୍ବାର ବିଜୟୀ ହୋଇପାରିଛି । ଦିଦିଙ୍କ ନିମନ୍ତ୍ରଣରେ ମୁଁ ପ୍ରଥମେ ଏହି ଆସନରୁ ନିର୍ବାଚନ ଲଢ଼ିଥିଲି । ଏବଂ ରେକର୍ଡ ସଂଖ୍ୟକ ଭୋଟରେ ବିଜୟୀ ହେଲି । ଦ୍ବିତୀୟଥର ମଧ୍ୟ ବଡ଼ ବ୍ୟବଧାନରେ ବିଜୟୀ ହେଲି ବୋଲି ସେ କହିଛନ୍ତି ।
ପୂର୍ବରୁ, ଟିଏମସି ସାଂସଦ ଶତ୍ରୁଘ୍ନ ସିହ୍ନା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ୧୨ ବର୍ଷ କାର୍ଯ୍ୟକାଳ ପୂରଣ କରିବା ପାଇଁ ଅଭିନନ୍ଦନ ଜଣାଇଥିଲେ। ସେ କହିଥିଲେ, "ପ୍ରକୃତ କ୍ରୀଡାବିତ ମନୋଭାବରେ, ଆମର ବନ୍ଧୁ ଏବଂ ସମାଜ/ରାଷ୍ଟ୍ରର ମାର୍ଗଦର୍ଶକ, ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ୧୨ ବର୍ଷ କାର୍ଯ୍ୟକାଳ ପୂରଣ କରିବା ପାଇଁ ଅଭିନନ୍ଦନ, ହୁଏତ ଏହା ସବୁଠାରୁ ଦୀର୍ଘ କାର୍ଯ୍ୟକାଳ। ଆପଣଙ୍କ ଦୀର୍ଘ, ସୁସ୍ଥ ଏବଂ ସୁଖୀ ଜୀବନ କାମନା କରୁଛି। ଜୟ ହିନ୍ଦ।"
ଏହାସହ ପଢ଼ନ୍ତୁ : TMC Controversy: 'ପୁତୁରା ରହିବ ନହେଲେ ଆମେ'; ଟିଏମ୍ସିର ଟେନ୍ସନ୍ ଭିତରେ ମମତାଙ୍କୁ କଲ୍ୟାଣଙ୍କ ଅଲ୍ଟିମେଟମ୍