ନୂଆଦିଲ୍ଲୀ,୧୧/୦୬; ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଟିଏମସିରେ ହଇଚଇ ଜାରି ରହିଛି । ଦଳରେ ଲଗାତାର ବିଦ୍ରୋହ ଏବଂ ବିଭାଜନ ମମତାଙ୍କ ସମସ୍ୟା ବଢାଇ ଦେଇଛି । ଜଣେ ପରେ ଜଳେ ହେବିୱେଟ୍ ରାଜ୍ୟସଭାରୁ ଇସ୍ତଫା ଦେଉଛନ୍ତି । ମମତାଙ୍କୁ ଝଟକା ପରେ ଝଟକା ଲାଗିଛି । ଏବେ ଟିଏମସି ସାଂସଦ କଲ୍ୟାଣ ବାନାର୍ଜୀ ମମତାଙ୍କୁ ଏକ ଅଲ୍ଟିମେଟମ ଦେଇଛନ୍ତି । ଏହା ତୃଣମୂଳ କଂଗ୍ରେସ ଭିତରେ ଚାଲିଥିବା ସଙ୍କଟକୁ ଆହୁରି ଘନୀଭୂତ ହୋଇଛି । କୋଲକାତା ହସ୍ତାକ୍ଷର ଜାଲିଆତି ମାମଲାରେ ତୃଣମୂଳ କଂଗ୍ରେସର ଆଭ୍ୟନ୍ତରୀଣ ଦ୍ୱନ୍ଦ୍ୱ ସାମ୍ନାକୁ ଆସିଛି । ସାଂସଦ ଅଭିଷେକ ବାନାର୍ଜୀଙ୍କ କଥିତ ଅହଂକାରୀ ମନୋଭାବରେ ଅସନ୍ତୁଷ୍ଟ ହୋଇ ସାଂସଦ କଲ୍ୟାଣ ବାନାର୍ଜୀ ମାମଲାରୁ ଓହରି ଯାଇଛନ୍ତି । ଅଭିଷେକ ବାନାର୍ଜୀଙ୍କ ଅହଂକାରକୁ ଆଉ ସହିହେବନି ବୋଲି କହିବା ସହ ମମତାଙ୍କୁ ଅଭିଷେକ ଏବଂ ତାଙ୍କ ଭିତରୁ ଜଣଙ୍କୁ ବାଛିବାକୁ ଅଲ୍ଟିମେଟମ୍ ଦେଇଛନ୍ତି ।

"ଅଭିଷେକ ରୁହନ୍ତୁ ନଚେତ୍ ଆମେ ," କଲ୍ୟାଣଙ୍କ ଖୋଲା ଚ୍ୟାଲେଞ୍ଜ- ମମତା ବାନାର୍ଜୀଙ୍କୁ ସିଧାସଳଖ ଚେତାବନୀ ଦେଇ କଲ୍ୟାଣ ସ୍ପଷ୍ଟ ଭାବରେ କହିଛନ୍ତି ଯେ, ପରିସ୍ଥିତି ଅସହ୍ୟ ହୋଇଗଲାଣି । ଏଥର ସେରାମପୁରର ଟିଏମସି ସାଂସଦ କଲ୍ୟାଣ୍ଡ ବାନାର୍ଜୀଙ୍କ କ୍ରୋଧ କୋର୍ଟରେ ପହଞ୍ଚି ନଥିଲା । ସଧାସଳଖ ମମତା ବାନାର୍ଜୀଙ୍କ ନିକଟରେ ଶେଷ ସର୍ତ୍ତ ରଖିଥିଲେ । ସେ କହିଛନ୍ତି, ୪୫ ବର୍ଷ ଧରି ଆଇନ ଅଭ୍ୟାସ କରୁଛି ଏବଂ ମୋର ବ୍ୟାପକ ରାଜନୈତିକ ଅଭିଜ୍ଞତା ଅଛି । ମୁଁ ଏହି ପ୍ରକାରର ଅହଂକାରୀ ଏବଂ ଅସମ୍ମାନଜନକ ମନୋଭାବକୁ ସହ୍ୟ କରିବି ନାହିଁ । ମୁଁ ମମତା ବାନାର୍ଜୀଙ୍କ ସ୍ପଷ୍ଟ ଭାବରେ କହିଛୁ, ଅଭିଷେକଙ୍କୁ ଖ ନଚେତ୍ ଆମକୁ ଛାଡିଦିଅ ।' ଏହି ବୟାନ ମମତା ବାନାର୍ଜୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି ।

ଏହା ବି ପଢନ୍ତୁ...Mamata Banerjee TMC Crumbling: ସୁଖେନ୍ଦୁ ଓ ସୁସ୍ମିତାଙ୍କ ପରେ ରାଜ୍ୟସଭାରୁ ଇସ୍ତଫା ଦେଲେ ପ୍ରକାଶ ଚିକ୍, ଟିଏମସିରେ ବିଦ୍ରୋହ !  

ଏହି ବିବାଦର ମୂଳ ବୁଧବାର ମଧ୍ୟରାତ୍ରିରେ ଆସିଥିବା ଏକ ଫୋନ୍ କଲରୁ ଆରମ୍ଭ ହୋଇଛି । କଲ୍ୟାଣ ବାନାର୍ଜୀ କହିଛନ୍ତି, ପ୍ରାୟ ୧୨ଟା ୩୦ରେ ତାଙ୍କ ପୁଅ ପ୍ରଭଣୀ ବାନାର୍ଜୀଙ୍କୁ ଅଭିଷେକଙ୍କ ଟିମର ଫୋନ୍ ଆସିଥିଲା । କଲ୍ କରିଥିବା ବ୍ୟକ୍ତି ସ୍ୱାଭାବିକ ଭାବେ ତାଙ୍କୁ ଜଣାଇଥିଲେ ଯେ ଏହି ହାଇ-ପ୍ରୋଫାଇଲ୍ ସିଗ୍ନେଚର ଜାଲିଆତି ମାମଲାରେ ବରିଷ୍ଠ ଓକିଲଙ୍କ ପରିବର୍ତ୍ତେ ଜୁନିଅର ଓକିଲ ଆୟନ ଭଟ୍ଟାଚାର୍ଯ୍ୟଙ୍କୁ କୋର୍ଟର ପ୍ରତିନିଧିତ୍ୱ କରିବା ପାଇଁ ନିଯୁକ୍ତ କରାଯାଉଛି । କଲ୍ୟାଣ ଏହିଭଳି ଜଣେ ବରିଷ୍ଠ ନେତା ଏବଂ ଓକିଲଙ୍କ ଅଜାଣତରେ କରାଯାଇଥିବା ଏହି ହଠାତ୍ ପରିବର୍ତ୍ତନକୁ ଅପମାନ ବୋଲି ମନେ କରିଥିଲେ ।

ରାଜନୈତିକ ବିଶ୍ଳେଷକମାନେ ବିଶ୍ୱାସ କରନ୍ତି ଯେ, କଲ୍ୟାଣ ବାନାର୍ଜୀଙ୍କ ଏହି ମତ ମମତା ବାନାର୍ଜୀଙ୍କ ପାଇଁ ସବୁଠାରୁ ମୁଣ୍ଡବିନ୍ଧାର କାରଣ ହୋଇପାରେ । କଲ୍ୟାଣ ବାନାର୍ଜୀ କେବଳ ଜଣେ ସାଂସଦ କିମ୍ବା ଓକିଲ ନୁହଁନ୍ତି, ବରଂ ଦଳର ପ୍ରତିଷ୍ଠା ପରଠାରୁ ତାଙ୍କୁ ମମତା ବାନାର୍ଜୀଙ୍କ ସବୁଠାରୁ ବିଶ୍ୱସ୍ତ ସହଯୋଗୀଙ୍କ ମଧ୍ୟରୁ ଜଣେ ଭାବରେ ବିବେଚନା କରାଯାଉଛି ।