ମମତାଙ୍କୁ ଆଉ ଏକ ଝଟକା,ଟିଏମସିର ବିଧାୟକ ଓ ପରିଷଦ ବିଜେପିରେ ମିଶିଲେ

କୋଲକାତା,୧୭।୬: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସୋମବାର ଲାଗିଛି ଯୋରଦାର ଝଟକା। ତାହା ହେଲା ନିର୍ବାଚନରେ ବିଜେପିର ବିଜୟ ପରେ ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ(ଟିଏମସି)ବିଧାୟକ ସୁନିଲ ସିଂହ ତଥା ଦଳର ୧୨ ଜଣ ପରିଷଦ ସୋମବାର ଦିଲ୍ଲୀରେ ବିଜେପିରେ ସାମିଲ ହୋଇଛନ୍ତି। ସୁନିଲ କହିଛନ୍ତି ପଶ୍ଚିମବଙ୍ଗର ଜନତା ‘ସବକା ସାଥ ସବକା ବିକାଶ’ ଚାହାନ୍ତି। ଏ ହେଉଛି ମୋଦିଙ୍କ ସରକାର ଓ ଆମେ ରାଜ୍ୟରେ , ଏହିୀ ସରକାର ଗଂନ କରିବାକୁ ଚାହୁଛୁ, ଯାହାଫଳରେ ପଶ୍ଚିମବଙ୍ଗର ବିକାଶ କରାଯାଇ ହେବ।

ଉଲ୍ଲେଖନୀୟ ଯେ, ଏହା ପୂର୍ବରୁ ୩ ବିଧାୟକ ଓ ୫୦ରୁ ଅଧିକ ପରିଷଦ ଟିଏମସି ଛାଡି ବିଜେପିରେ ଯୋଗ ଦେଇସାରଛନ୍ତି। ପଶ୍ଚିମବଙ୍ଗର ୪୨ ଲୋକସଭା ଆସନରେ ଟିଏମସିକୁ ୨୨ ଟି ଆସନ ମିଳିଛି। ସେଭଳି ବିଜେପି ଖାତାରେ ୧୮ଟି ଆସନ ଯାଇଛି। ୨୦୧୪ରେ ବିଜେପିକୁ ଏହି ରାଜ୍ୟରେ ମାତ୍ର ଦୁଇଟି ଆସନରେ ସନ୍ତୁଷ୍ଟ ହେବାକୁ ପଡିଥିଲା। ତେଣୁ ମମତା ବାନାର୍ଜୀ ଓ ବିଜେପି ଭିତରେ ଏବେ ବିବାଦ ଲାଗି ରହିଛି। ପଶ୍ଚିମବଙ୍ଗ ରାଲିରେ ମୋଦି ଥରେ କହିଥିଲେ ଟିଏମସିର ୪୦ ବିଧାକୟ ବିଜେପିରେ ସାମିଲ ହେବେ।