PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯାତ୍ରା ଅଭିନେତା ଦୈତାରୀ ପଣ୍ଡାଙ୍କ ନାଁରେ ରାଜଧାନୀ ମିଡ଼ିଆ ହାଉସ୍ ସିଇଓ ଥାନାରେ କଲେ ଅଭିଯୋଗ , ଯାତ୍ରା ରାଜିନାମା ଅଗ୍ରୀମ ଟଙ୍କା ଫେରସ୍ତ ନକରିବାରୁ ବାଲେଶ୍ୱର ଜିଲ୍ଲା ଔପଦା ଥାନାରେ ରୁଜୁ ହୋଇଛି ମାମଲା, ପାର୍ବତୀ ଗଣନାଟ୍ୟ ଠାରୁ ୧୫ ଲକ୍ଷ ଟଙ୍କା ନେଇଥିଲେ ଅଗ୍ରୀମ
  • ||
  • ନୂଆଦିଲ୍ଲୀ : ଆସାମ ବନ୍ୟା ପୀଡିତଙ୍କ ପାଇଁ ସାହାଯ୍ୟର ହାତ ବଢାଇଲେ ଫିଲ୍ମ ନିର୍ମାତା କରନ ଜୋହର, ରିଲିଫ ପାଣ୍ଠିକୁ ଦେଲେ ୧୧ଲକ୍ଷ
  • ||
  • ଭୁବନେଶ୍ବର : କଂଗ୍ରେସ ବିଧାୟକ ରାଜନ ଏକ୍କାଙ୍କୁ ଭେଟିଲେ ବିଜେଡି ଟିମ୍, ରାଷ୍ଟ୍ରପତି ପ୍ରାର୍ଥି ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବାକୁ କଲେ ନିବେଦନ
  • ||
  • କଟକ : ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ, ଚଳିତ ବର୍ଷ ପାସ ହାର ୯୦.୫୫
  • ||
  • ନିଶ୍ଚିନ୍ତକୋଇଲି : କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ସୁକରପଡା ଗାଁରେ ପାରିବାରିକ କଳହରୁ ମା’କୁ ହତ୍ୟା କରିଛି ପୁଅ
  • ||
  • ଆନନ୍ଦପୁର : ଶାଳବଣୀ ଛକ ନିକଟରେ ଟାୟାର ଫାଟିଯିବାରୁ ପୋଲିସ ହାବୁଡରେ ଧରାପଡିଲା ବେଆଇନ ଗୋ-ଚାଲାଣ ଟ୍ରକ, ଜବତ କଲା ଆନନ୍ଦପୁର ପୋଲିସ
  • ||
  • ଭୁବନେଶ୍ୱର : ଅଭିନେତ୍ରୀ ରଶ୍ମିରେଖାଙ୍କ ମୃତ୍ୟୁ ଘଟଣା, ପ୍ରେମିକ ସନ୍ତୋଷ ପାତ୍ର ରାଉରକେଲା ବାସନ୍ତୀକଲୋନୀରେ ଆତ୍ମହତ୍ୟା କରିଛନ୍ତି
  • ||
  • ରାଉରକେଲା : ରାଉରକେଲାରେ ୩୧୧ କୋଟିର GST ଠକେଇ, ବନ୍ଧାହେଲେ ୫ ବ୍ୟବସାୟୀ
  • ||
  • ରାୟଗଡ଼ା : ଚାନ୍ଦିଲି ଥାନା ଅନ୍ତର୍ଗତ ୩୨୬ ନମ୍ବର ଜାତୀୟ ରାଜପଥର ହାତୀଖମ୍ବ ଗାଁ ନିକଟରେ ଏକ ଯାତ୍ରୀବାହୀ ବସ୍ ଓଲଟି ଜଣେ ମହିଳାଙ୍କ ମୃତ୍ୟୁ, ୩୦ ଆହତ
  • ||

ଆଜି ଦୋକାନ ବଜାର ବନ୍ଦ, ଦିନ ୨ଟା ଯାଏଁ ଖୋଲିବନି ପେଟ୍ରୋଲ ପମ୍ପ

source:www.livehindustan.com

ଭୁବନେଶ୍ୱର,୧୮/୨(ବ୍ୟୁରୋ): ପୁଲୱାମା ଆତଙ୍କବାଦୀ ଆକ୍ରମଣର ପ୍ରତିବାଦରେ ସୋମବାର ସାରା ଦେଶରେ ଦୋକାନ ବଜାର ବନ୍ଦ ରହିବ । ସର୍ବଭାରତୀୟ ବ୍ୟବସାୟୀ ମହାସଂଘ (ସିଏଆଇଟି) ଏହି ଧର୍ମଘଟ ଡାକରା ଦେଇଛି । ଓଡ଼ିଶା ବ୍ୟବସାୟୀ ମହାସଂଘ ସମେତ ରାଜ୍ୟର ୧୯୩ଟି ବ୍ୟବସାୟିକ ସଂଘ ଏହି ନିଷ୍ପତ୍ତିରେ ହଁ ଭରିଛନ୍ତି । ତେଣୁ ସୋମବାର ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଓଡ଼ିଶାର ସମସ୍ତ ଛୋଟ ବଡ଼ ବ୍ୟବସାୟିକ ପ୍ରତିଷ୍ଠାନ, ଦୋକାନ ବଜାର ବନ୍ଦ ରହିବ । ଉତ୍କଳ ପେଟ୍ରୋଲିୟମ ଡିଲର ସଂଘ ମଧ୍ୟ ବନ୍ଦ ପାଳନକୁ ସମର୍ଥନ ଜଣାଇଛି । ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ସୋମବାର ସକାଳ ୬ରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ପେଟ୍ରୋଲ ପମ୍ପ ମଧ୍ୟ ବନ୍ଦ ରହିବ ।
ଓଡ଼ିଶା ବ୍ୟବସାୟୀ ମହାସଂଘ ସାଧାରଣ ସମ୍ପାଦକ ସୁଧାକର ପଣ୍ଡା କହିଛନ୍ତି, ପୁଲ୍‌ୱାମାରେ ଆତଙ୍କୀ ଆକ୍ରମଣକୁ ଆମେ ଦୃଢ଼ ଭାବେ ନିନ୍ଦା କରୁଛୁ । ଏଥିପାଇଁ ଆମେ ପ୍ରତୀକ ସ୍ୱରୂପ ଶାନ୍ତିପୂର୍ଣ୍ଣ ଭାବେ ବ୍ୟାବସାୟିକ କାରବାର ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛୁ । ସବୁ ଜିଲ୍ଲାରୁ ବ୍ୟବସାୟୀମାନେ ଏହାକୁ ସ୍ୱତଃ ସମର୍ଥନ ଜଣାଇଛନ୍ତି । କଟକ ମାଲଗୋଦାମ ବ୍ୟବସାୟୀ ସଂଘ ବି ବନ୍ଦ ପାଳନ ନିଷ୍ପତ୍ତିକୁ ସମର୍ଥନ ଜଣାଇଛନ୍ତି । ଆଜି ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଦୋକାନ ବଜାର ବନ୍ଦ ରହିବ । ବ୍ୟାବସାୟିକ କାରବାର ହେବନି । ଜରୁରିକାଳୀନ ସେବାକୁ ଏଥିରୁ ବାଦ୍‌ ଦିଆଯାଇଛି । ସନ୍ଧ୍ୟାରେ ୟୁନିଟ୍‌-୬ସ୍ଥିତ ବ୍ୟବସାୟୀ ସଂଘ କାର୍ଯ୍ୟାଳୟରୁ ମହମବତୀ ଶୋଭାଯାତ୍ରା ବାହାରିବ । ରାଜଭବନଛକସ୍ଥିତ ମଧୁବାବୁଙ୍କ ପ୍ରତିମୂର୍ତ୍ତି ତଳେ ମହମବତୀ ଜଳାଇ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଯିବ ।
ଓଡ଼ିଶା ସମେତ ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ, ଉତ୍ତର ପ୍ରଦେଶ, ରାଜସ୍ଥାନ, ତାମିଲନାଡୁ, ପଞ୍ଜାବ, ହରିଆନା, ଜମ୍ମୁ ଓ କଶ୍ମୀର ଏବଂ ଅନ୍ୟ ରାଜ୍ୟଗୁଡ଼ିକ ଏହି ବ୍ୟବସାୟ ବନ୍ଦରେ ସାମିଲ ହେବେ । ସିଏଆଇଟି ସାଧାରଣ ସମ୍ପାଦକ ପ୍ରବୀଣ ଖଣ୍ଡେଲୱାଲ୍‌ କହିଛନ୍ତି, ବଜାର ବନ୍ଦ ସହ ସୋମବାର ବ୍ୟବସାୟୀମାନେ ଦିନସାରା ଉପବାସ ପାଳନ କରିବେ । ନିଜ ନିଜ ରାଜ୍ୟରେ ସେମାନେ ଶ୍ରଦ୍ଧାଞ୍ଜଳି ରାଲି ଆୟୋଜନ କରିବେ । ପୁଲ୍‌ୱାମା ସହିଦଙ୍କ ପରିବାରକୁ ବ୍ୟବସାୟୀମାନେ ଆର୍ଥିକ ସହାୟତା ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛି ସିଏଆଇଟି ।
ଖାଲି ସେତିକି ନୁହେଁ, ପାକିସ୍ତାନକୁ ଚୀନ୍‌ ବିଭିନ୍ନ ସାହାଯ୍ୟ ଓ ସହାୟତା ଯୋଗାଉ ଦେଉଥିବାରୁ ଏହାକୁ ମଧ୍ୟ ଗୁରୁତ୍ୱର ସହ ନିଆଯାଇଛି । ଆଗାମୀଦିନରେ ଚୀନ୍‌ ସାମଗ୍ରୀକୁ ବର୍ଜନ କରିବା ପାଇଁ ସଂଘ ପକ୍ଷରୁ ଦେଶବ୍ୟାପୀ ଅଭିଯାନ ଆରମ୍ଭ କରାଯିବ । ଆଜି ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ପାଳନ କରାଯିବ । କେବଳ ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକ ବନ୍ଦ ରହିବ । ଏହି ବନ୍ଦ ଯୋଗୁ ଅତ୍ୟାବଶ୍ୟକ ସାମଗ୍ରୀ କାରବାର ଏବଂ ସାଧାରଣ ପରିବହନ ପ୍ରଭାବିତ ହେବନାହିଁ ।