PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ଵର : ରାଜଧାନୀରୁ ଲୁଟେରା ଗ୍ୟାଙ୍ଗ ଗିରଫ, ୧୭୧ ଗ୍ରାମର ସୁନା ଜବତ
  • ||
  • ଢେଙ୍କାନାଳ : କପି ଯାଞ୍ଚ୍ ବାହାନାରେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ, ପରୀକ୍ଷା କେନ୍ଦ୍ର ସମ୍ମୁଖରେ ଛାତ୍ରଛାତ୍ରୀଙ୍କ ଧାରଣା
  • ||
  • ଝାରସୁଗୁଡ଼ା : ଏସଏମସି ପାୱାର ଜେନେରେସନ କାରଖାନାରେ ଦୁର୍ଘଟଣା, ନିଆଁରେ ପୋଡ଼ି ହୋଇ ଶ୍ରମିକ ଗୁରୁତର
  • ||
  • ଭୁବନେଶ୍ଵର : ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କୁଲତା ସମାଜ, ନୃସିଂହନାଥ ପୀଠର ଉନ୍ନତିକରଣ ପଦକ୍ଷେପ ପାଇଁ ଦେଲେ ଧନ୍ୟବାଦ
  • ||
  • ମାର୍ଶାଘାଇ : ଦିନ ଦ୍ଵିପ୍ରହରେ ଲୁଟ୍, ମହିଳାଙ୍କୁ ଭୁଜାଲି ଦେଖାଇ ଅଳଙ୍କାର ଲୁଟିନେଲେ ୨ ଦୁର୍ବୃତ୍ତ
  • ||
  • ବିଜୟ ହଜାରେ ଟ୍ରଫି: ଇତିହାସ ରଚିଲେ ଋତୁରାଜ, ଗୋଟିଏ ଓଭରରେ ମାରିଲେ ୭ ଛକା
  • ||
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • କେନ୍ଦ୍ରାପଡ଼ା: ବାଲିଆ ବାଣ ବିସ୍ଫୋରଣ ଅଘଟଣ: ଏସ୍‌ସିବିରେ ଆଉ ଜଣଙ୍କ ମୃତ୍ୟୁ, ଆହୁରି ୧୧ ଜଣଙ୍କ ଅବସ୍ଥା ଗୁରୁତର
  • ||
  • କଟକ: ଡିସେମ୍ବର ୯ରୁ ମାଟ୍ରିକ୍‌ ଏସ୍‌ଏ-୧ ଖାତା ଦେଖା, ୫୬ଟି କେନ୍ଦ୍ରରେ ହେବ ମୂଲ୍ୟାୟନ
  • ||
  • ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଅସମ୍ଭାଳ: ୧୦ ଡିଗ୍ରୀ ତଳେ ୭ ସହର, ସେମିଳିଗୁଡା ସବୁଠୁ ଥଣ୍ଡା
  • ||

ଆଜି କମ୍ପିବ ରାଜଧାନୀ: ମିଶନ ୨୪ ପାଇଁ ଜନତା ମଇଦାନରେ ବିଜେପି, ବରମୁଣ୍ଡା ପଡ଼ିଆରେ ବିଜେଡିର ଶକ୍ତି ପ୍ରଦର୍ଶନ

ଭୁବନେଶ୍ୱର,୨୯/୦୯: ଜନତା ମଇଦାନରେ ବିଜେପି । ବରମୁଣ୍ଡା ପଡ଼ିଆରେ ବିଜେଡି । ଗୋଟିଏ ପଟେ ମିଶନ ୨୪ ପାଇଁ ପଦ୍ମ ଦଳର ମୁଖିଆ ଦେବେ ରଣହୁଙ୍କାର । ଅନ୍ୟପଟେ ଜନସମ୍ପର୍କ ପଦଯାତ୍ରା ଓ ଆଗାମୀ କାର୍ଯ୍ୟକ୍ରମ ପାଇଁ ରଣନୀତି ତିଆରି କରିବ ବିଜେଡି । ବିଜେପି ସମାବେଶରେ ହଜାର ହଜାର କର୍ମକର୍ତ୍ତାଙ୍କୁ ମନ୍ତ୍ର ଦେବେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଉପସ୍ଥିତ ରହିବେ ଦଳର ସବୁ ବଡ଼ ନେତା, ପ୍ରଭାରୀ । ଅନ୍ୟପଟେ ବରମୁଣ୍ଡା ପଡ଼ିଆରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ସାମିଲ ହେବେ ବିଜୁ ଜନତା ଦଳର ସାଂସଦ, ବିଧାୟକ, ଛାମୁଆ ନେତାଙ୍କ ସହ ରାଜ୍ୟରୁ ଜିଲ୍ଲା, ବ୍ଲକ ଓ ନଗରସ୍ତରୀୟ ନେତା ଏବଂ ନିର୍ବାଚିତ ପ୍ରତିନିଧି ।

ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ଗସ୍ତକୁ ନେଇ ରାଜ୍ୟ ବିଜେପି ପୂରା ଚଳଞ୍ଚଳ । ମିଶନ ୨୦୨୪ ପାଇଁ ନଡ୍ଡା କି ମନ୍ତ୍ର ଦେବେ, ତାହାକୁ କର୍ମକର୍ତ୍ତା ଅପେକ୍ଷା କରିଛନ୍ତି । ସଭାରେ ନଡ୍ଡାଙ୍କ ସହ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ, ବିଶ୍ୱେଶ୍ୱର ଟୁଡୁ, କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ, ପ୍ରଭାରୀ ଡି.ପୁରନ୍ଦେଶ୍ୱରୀ, ସହପ୍ରଭାରୀ ବିଜୟପାଲ ସିଂ ତୋମାର, ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ସମେତ ସାଂସଦ, ବିଧାୟକ ଓ ରାଜ୍ୟସ୍ତରୀୟ ନେତାମାନେ ଉପସ୍ଥିତ ରହିବେ ।

ଗୁରୁବାର ଜନତା ମଇଦାନରେ ହେବ ଶକ୍ତି କେନ୍ଦ୍ର କାର୍ଯ୍ୟକର୍ତ୍ତା ସମ୍ମିଳନୀ । ଏହି ସମ୍ମିଳନୀରେ ପ୍ରତି ପଞ୍ଚାୟତ ଏବଂ ପୌରାଞ୍ଚଳର ୱାର୍ଡସ୍ତରରେ ଥିବା ବିଜେପି ଶକ୍ତି କେନ୍ଦ୍ରରୁ ୩ଜଣ ଲେଖାଏଁ (ଶକ୍ତିି କେନ୍ଦ୍ର ମୁଖ୍ୟ, ସହପ୍ରମୁଖ, ପ୍ରଭାରୀ) ଯୋଗ ଦେବେ । ୮ ହଜାରରୁ ଅଧିକ ବିଜେପି ଶକ୍ତିି କେନ୍ଦ୍ର ରହିଛି ରାଜ୍ୟରେ । ଏଭଳି ଭାବେ ପ୍ରାୟ ୨୫ ହଜାର କର୍ମକର୍ତ୍ତା ସାମିଲ ହେବେ କାର୍ଯ୍ୟକ୍ରମରେ । ଶୁକ୍ରବାର ପୁଣି ଥରେ ଜନତା ମଇଦାନରେ ବିଜେପି ସମାବେଶ ରଖିଛି । ସେଦିନ ଯୁବ, ମହିଳା, ଏସ୍‌ସି, ଏସ୍‌ଟି, ଓବିସି, ସଂଖ୍ୟାଲଘୁ ଓ କୃଷକ ମୋର୍ଚ୍ଚାର ଜିଲ୍ଲା ପଦାଧିକାରୀ ଆସିବେ ।

ଅନ୍ୟପଟେ ବିଜେଡି ଆସନ୍ତା ଅକ୍ଟୋବର ୨ରୁ ପଦଯାତ୍ରା ଆରମ୍ଭ କରିବାକୁ ଯାଉଛି । ମୁଖ୍ୟମନ୍ତ୍ରୀ ନିବେଶକ ସମ୍ମିଳନୀ ପାଇଁ ବେଙ୍ଗାଲୁରୁ ଗସ୍ତରେ ଥିବାବେଳେ ଆସନ୍ତାକାଲିଠାରୁ ବିଜେଡି ପଦଯାତ୍ରା ପ୍ରସ୍ତୁତି ପାଇଁ ଦୁଇଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ରଖିଛି ବରମୁଣ୍ଡା ପଡ଼ିଆରେ ।

ପ୍ରଥମ ଦିନରେ (ଗୁରୁବାର) ସମସ୍ତ ବିଧାୟକ, ସାଂସଦଙ୍କ ସହ ବିଧାୟକ ପ୍ରାର୍ଥୀ, ଯୁବ, ଛାତ୍ର, ମହିଳା ସଂଗଠନର ରାଜ୍ୟସ୍ତରୀୟ କମିଟିର କର୍ମକର୍ତ୍ତା, ତିନି ଛାମୁଆ ସଂଗଠନର ଜିଲ୍ଲା/ଜୋନାଲ/ବ୍ଲକ ଓ ନଗର କମିଟି ସଭାପତିଙ୍କ ସହ କଟକ ଓ ଭୁବନେଶ୍ୱରରେ ନବଗଠିତ କ୍ୟାମ୍ପସ କମିଟିର ପ୍ରତିନିଧିଙ୍କୁ ନେଇ ପ୍ରଶିକ୍ଷଣ ଦିଆଯିବ । ଶୁକ୍ରବାର ସାଂସଦ, ବିଧାୟକ, ବିଧାୟକ/ସାଂସଦ ପ୍ରାର୍ଥୀଙ୍କ ସହ ଦଳର ରାଜ୍ୟସ୍ତରୀୟ ସମସ୍ତ କର୍ମକର୍ତ୍ତା, ଜିଲ୍ଲା ସଭାପତି, ବ୍ଳକ ସଭାପତି, ନଗର ସଭାପତି, ଜିଲ୍ଲା ପରିଷଦ ଅଧ୍ୟକ୍ଷ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ, ସମସ୍ତ ଜିଲ୍ଲା ପରିଷଦ ସଭ୍ୟ, ବ୍ଲକ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ, ପୌରସଂସ୍ଥା ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ, କଟକ-ଭୁବନେଶ୍ୱର-ବ୍ରହ୍ମପୁର ମହାନଗର ନିଗମ ମେୟର ଓ କର୍ପୋରେଟର ଯୋଗ ଦେବା କାର୍ଯ୍ୟକ୍ରମ ରହିଛି ।

ସମ୍ବନ୍ଧିତ ଖବର