PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୟାଗଡ଼ : ବାଘ ଶୀକାର କରି ଫଟୋ ଉଠାଇବା ପଡ଼ିଲା ମହଙ୍ଗା, ୫ ବର୍ଷ ପରେ ଧରାପଡ଼ିଲା ବାଘ ଶିକାରୀ
  • ||
  • ବାରିପଦା : ସୁବର୍ଣ୍ଣରେଖା ଓ ଦେଓ ଜଳସେଚନ ପ୍ରକଳ୍ପ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ, ୨୭ ହଜାର ହେକ୍ଟରରୁ ଉର୍ଦ୍ଧ୍ଵ ଜମିକୁ ମିଳିବ ଜଳସେଚନ ସୁବିଧା
  • ||
  • ଉଦଳା : ଉଦଳା ଏନଏସି ଅଧୀନ ୱାର୍ଡ ନମ୍ବର ୩ରେ ଥିବା ଅଙ୍ଗନବାଡି କେନ୍ଦ୍ରରେ କୃମି ଔଷଧ ଖାଇ ଶିଶୁ ପୁତ୍ର ଗୁରୁତର , ଡାକ୍ତରଖାନାରେ ଭର୍ତ୍ତି
  • ||
  • ସମ୍ବଲପୁର : ହୀରାକୁଦର ତଳମୁଣ୍ଡରେ ବନ୍ୟା ପରିସ୍ଥିତି ସୃଷ୍ଟି ସମ୍ଭାବନା, ସତର୍କ ସୂଚନା ଜାରି କଲା ପ୍ରଶାସନ
  • ||
  • ପାଟଣା : ଘର ଉପରେ ମାଡ଼ି ବସିଲା ବିରାଟକାୟ ବଉଳ ବୃକ୍ଷ, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକ
  • ||
  • ପୁରୀ : ଶ୍ରୀମନ୍ଦିରରେ ଗହ୍ମା ପୂର୍ଣ୍ଣିମା ଉତ୍ସବ, ବୀରଡୋରିରେ ଦୁଇ ଭାଇଙ୍କ ହାତରେ ୬ ଥାକିଆ ରାକ୍ଷୀ ବାନ୍ଧିଲେ ଭଉଣୀ ସୁଭଦ୍ରା
  • ||
  • ପାଟଣା : ଚୋରାଚାଲାଣ ବେଳେ ମାଡ଼ିବସିଲା ବନ ବିଭାଗ, ଶାଳ କାଠ ବୋଝେଇ ସ୍କର୍ପିଓ ଜବତ
  • ||
  • ଜଳେଶ୍ଵର : ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା, ବନ୍ୟା ଆଶଙ୍କା
  • ||
  • ଭଦ୍ରକ : ଫୁଲୁଛି ବୈତରଣୀ ଓ ସାଳନ୍ଦୀ, ହଦଗଡ଼ ଡ୍ୟାମ୍‌ରୁ ୨ଟି ଗେଟ୍ ଦେଇ ହେଉଛି ବନ୍ୟାଜଳ ନିଷ୍କାସନ
  • ||

ଆଜି ହେରାପଞ୍ଚମୀ, ନନ୍ଦିଘୋଷ ରଥ ଭାଙ୍ଗି ରାଗ ଶୁଝାଇବେ ଅଭିମାନିନୀ ମା’ ଲକ୍ଷ୍ମୀ ସାଆନ୍ତାଣୀ

ପୁରୀ,୦୫/୦୭: ଭାଇ, ଭଉଣୀଙ୍କୁ ସାଙ୍ଗରେ ନେଇ ଜନ୍ମବେଦିରେ ବିଜେ ମହାପ୍ରଭୁ । ଏପଟେ ଶ୍ରୀମନ୍ଦିରରେ ମହାଲକ୍ଷ୍ମୀ ପ୍ରଚଣ୍ଡ ଅଭିମାନରେ । ନନ୍ଦିଘୋଷ ଠାକୁରଙ୍କୁ ନେଇ ଗୁଣ୍ଡିଚାଘରକୁ ଯାଇଛନ୍ତି । ଏଣୁ ମହାଲକ୍ଷ୍ମୀଙ୍କ ରୋଷର ଶିକାର ହେବ ନନ୍ଦିଘୋଷ । ମଙ୍ଗଳବାର ହେରା ପଞ୍ଚମୀରେ ସେବକ ଓ ଦାସୀଙ୍କ ଗହଣରେ ଶ୍ରୀମନ୍ଦିରରୁ ଆସି ମହାଲକ୍ଷ୍ମୀ ଗୁଣ୍ଡିଚାଘର ସମ୍ମୁଖରେ ବିଜେ ହେବେ । ନନ୍ଦିଘୋଷ ରଥ ଭାଙ୍ଗିବେ ଲକ୍ଷ୍ମୀ ଠାକୁରାଣୀ । ଜଗମୋହନରେ ଠାକୁରାଣୀ ବିଜେ ହୋଇ ଠାକୁରଙ୍କ ଆଜ୍ଞାମାଳ ଲାଗି ହେବ । ପରେ ହେରାଗୌରୀ ସାହି ହୋଇ ଠାକୁରାଣୀ ଶ୍ରୀମନ୍ଦିରକୁ ଫେରିବେ । ମଙ୍ଗଳବାର ହେରାପଞ୍ଚମୀ ଅବସରରେ ଦାରୁଦିଅଁଙ୍କ ଏହି ଅନନ୍ୟ ନୀତି ସମ୍ପନ୍ନ ହେବ ।

ସୋମବାର ରାତିରେ ଶ୍ରୀବିଗ୍ରହଙ୍କ ବନକଲାଗି ତଥା ଶ୍ରୀମୁଖ ସିଂହାର ହୋଇଛି । ଦ୍ୱିତୀୟ ଭୋଗମଣ୍ଡପ ସରିଲା ସନ୍ଧ୍ୟା ୭ଟା୫ ମିନିଟ୍‌ରେ ଏହା ପରେ ଦତ୍ତମହାପାତ୍ର ଶ୍ରୀମୁଖ ସିଂହାର ପାଇଁ ଗର୍ଭଗୃହକୁ ପ୍ରବେଶ କରିଥିଲେ। ଏହି ସ୍ୱତନ୍ତ୍ର ନୀତି ପାଇଁ ସାଧାରଣ ଦର୍ଶନ ୩ ଘଣ୍ଟାରୁ ଉଦ୍ଧ୍ୱର୍ ସମୟ ବନ୍ଦ ରହିଥିଲା । ମହାଲକ୍ଷ୍ମୀଙ୍କ ଆଗମନ ବେଳକୁ ଶ୍ରୀମୁଖ ଝଟକୁଥିବ । ହେରାପଞ୍ଚମୀ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ପ୍ରସ୍ତୁତ ହୋଇଛି । ପ୍ରାତଃ୪ଟାରେ ଦ୍ୱାରଫିଟା ନୀତି ହୋଇ ୪ଟା୩୦ମିନିଟ ସୁଦ୍ଧା ଭିତର ଶୋଧ କରାଯିବ । ମଙ୍ଗଳାଳତି, ଅବକାଶ ସରିବ । ସକାଳ ୬ଟା୩୦ମିନିଟରୁ ୭ଟା୩୦ମିନିଟ ସାହାଣମେଲା ଦର୍ଶନ ରହିଛି ।

ଗୋପାଳବଲ୍ଲଭ,ସକାଳ ଧୂପ, ଯାତ୍ରାଙ୍ଗୀ ମହାସ୍ନାନ,ନୂଆଲାଗି ଲାଗି, ବେଶ,ମଧ୍ୟାହ୍ନଧୂପ ହୋଇ ସାଢେ୫ଟା ସୁଦ୍ଧା ୨ୟ ଭୋଗ ମଣ୍ଡପ କରାଯିବ। ରାତ୍ର ୯ଟା ସୁଦ୍ଧା ସନ୍ଧ୍ୟାଧୂପ ପୂଜା ବସିବ । ରାତି ସାଢ଼େ୯ଟାରେ ମା’ଲକ୍ଷ୍ମୀଠାକୁରାଣୀ ରଥ ନିକଟରେ ପାରମ୍ପରିକ ନୀତି ସାରି ଜଗମୋହନକୁ ବିଜେ କରିବେ । ମହାପ୍ରଭୁଙ୍କୁ ଚନ୍ଦନ ଲାଗି ପରେ ରାତି ୧୨ଟାରେ ବଡ଼ସିଂହାର ବେଶ ହୋଇ ସାଢ଼େ ୧୨ଟାରେ ବଡସିଂହାର ଭୋଗ ଶେଷ କରିବାକୁ ପ୍ରଶାସନ ନୀତିନିର୍ଘଣ୍ଟ ପ୍ରସ୍ତୁତ କରିଛି । ଠାକୁରମାନଙ୍କ ରାତ୍ର ପହୁଡ଼ ୧ଟା ସୁଦ୍ଧା ହେବ ବୋଲି ଧାର୍ଯ୍ୟ ହୋଇଛି ।