ଆଜିର ରାଶିଫଳ (୧୩/୩, ବୁଧବାର)

ମେଷ-ଶୁକ୍ଳପକ୍ଷ ଦ୍ୱିତୀୟରେ ଚନ୍ଦ୍ରଙ୍କ ଚଳନ ହେତୁ କର୍ମ କ୍ଷେତ୍ରରେ ସହଯୋଗ ମିଳିବ । ସାଂସାରିକ ଉତ୍ତମ ବୁଝାମଣା ରହିବ । ଚାକିରିରେ ଚଳଚଞ୍ଚଳ ରହିବେ । ପରିବହନ ଓ ବାଣିଜ୍ୟରେ ଲାଭଜନକ ରହିବ । ଶୁଭ ଅଙ୍କ-୩, ଶୁଭ ରଙ୍ଗ-ଗୋଲ୍ଡେନ୍ ।
ବୃଷ- ଚନ୍ଦ୍ରଙ୍କ ଚଳନ ହେତୁ ଦିନଟି ପ୍ରସନ୍ନତା ଭିତରେ କଟିବ । ସାଂସାରିକ ସୁଖଶାନ୍ତି ପ୍ରାପ୍ତି ହେବ । ଚାକିରିରେ ଆଦରଣୀୟା ହେବେ । କଳା, ବିଜ୍ଞାନ ଓ ବାଣିଜ୍ୟରେ ଆଶାନୁରୂପ ଫଳ ମିଳିବ । ଶୁଭଅଙ୍କ-୮, ଶୁଭ ରଙ୍ଗ-ଆକାଶୀ ।
ମିଥୁନ- ଶୁକ୍ଳପକ୍ଷ ଦ୍ୱାଦଶରେ ଚନ୍ଦ୍ରଙ୍କ ଚଳନ ହେତୁ ନାନା ସମସ୍ୟା ଭିତରେ ଗତି କରିବେ । ସାଂସାରିକ ଆୟବ୍ୟୟ ସମାନ ରହିବ । ମହିଳାମାନେ ଚିନ୍ତାରେ ରହିବେ । ବାଣିଜ୍ୟରେ ମାନ୍ଦା ସ୍ଥିତି ରହିବ । ଶୁଭଅଙ୍କ-୪, ଶୁଭ ରଙ୍ଗ-ମେଟାଲିକ୍ ।
କର୍କଟ- ଏକାଦଶରେ ଚନ୍ଦ୍ରଙ୍କ ଗତିଶୀଳ ହେତୁ ଦୀର୍ଘ ଦିନର ସ୍ୱପ୍ନ ସାକାର ହେବ । ସାଂସାରିକ ଉନ୍ନତି କରିବେ । ଚାକିରିରେ ମାନ ମର୍ଯ୍ୟାଦା ପ୍ରାପ୍ତି ହେବ । ପରିବହନ ଓ ବାଣିଜ୍ୟରେ ଉଚ୍ଚ ଫଳ ପାଇବେ । ଶୁଭଅଙ୍କ-୩, ଶୁଭ ରଙ୍ଗ-ଗୋଲ୍ଡେନ୍ ।
ସିଂହ- ଦଶମରେ ଚନ୍ଦ୍ରଙ୍କ ପରିକ୍ରମଣ ହେତୁ କାର୍ଯ୍ୟ ସିଦ୍ଧି ସହ ମାନସମ୍ମାନ ବୃଦ୍ଧି ପାଇବ । ସାଂସାରିକ ସୁଖଶାନ୍ତି ପ୍ରାପ୍ତି ହେବ । ମହିଳାମାନେ ଆଦରଣୀୟା ହେବେ । ପରିବହନ ଓ ବାଣିଜ୍ୟରେ ପ୍ରସାର ହେବ । ଶୁଭ ଅଙ୍କ-୫, ଶୁଭ ରଙ୍ଗ-ସବୁଜ ।
କନ୍ୟା- ଶୁକ୍ଳପକ୍ଷ ନବମରେ ଚନ୍ଦ୍ରଙ୍କ ଚଳନ ହେତୁ ଶୃଙ୍ଖଳିତ ଧାରାରେ କର୍ମ କରି ସଫଳ ହେବେ । ସାଂସାରିକ ଧର୍ମାଦି କାର୍ଯ୍ୟରେ ମନ ରହିବ । ପରିବହନ ଓ ବାଣିଜ୍ୟରେ ଲାଭଜନକ ରହିବ । ଶୁଭଅଙ୍କ-୨, ଶୁଭରଙ୍ଗ-ସିଲ୍ଭର ।
ତୁଳା- ଅଷ୍ଟମରେ ଚନ୍ଦ୍ରଙ୍କ ଚଳନ ହେତୁ କର୍ମ କ୍ଷେତ୍ରରେ ସମସ୍ୟାକୁ ନେଇ ବିଚଳିତ ରହିବେ । ସାଂସାରିକ ଶତ୍ରୁ ବୃଦ୍ଧି ହେବେ । ଚାକିରିରେ କର୍ତ୍ତୃପକ୍ଷଙ୍କର ଚାପ ରହିବ । ବାଣିଜ୍ୟରେ ହାନି ହୋଇପାରେ । ଶୁଭ ଅଙ୍କ-୫, ଶୁଭ ରଙ୍ଗ-ସବୁଜ ।
ବିଛା-ଘାତଚନ୍ଦ୍ର କାରଣରୁ କର୍ମ କ୍ଷେତ୍ରରେ ଉତ୍ତେଜନା ରହିବ । ସାଂସାରିକ ଆବଶ୍ୟକତାକୁ ନେଇ ଚିନ୍ତାରେ ରହିବେ । ଚାକିରିରେ କାର୍ଯ୍ୟଭାର ରହିବ । ପରବହନ ଓ ବାଣିଜ୍ୟରେ ପ୍ରତିକୂଳତା ରହିବ । ଶୁଭ ଅଙ୍କ-୨, ଶୁଭ ରଙ୍ଗ-ସିଲ୍ଭର ।
ଧନୁ- ଷଷ୍ଠ ଭାବରେ ଚନ୍ଦ୍ରଙ୍କ ଚଳନ ହେତୁ ଦୁଃସାହସିକ ଭିତ୍ତିରେ କର୍ମ ସମ୍ପାଦନ କରିବେ । ସାଂସାରିକ ଆର୍ଥିକ ସ୍ୱଚ୍ଛଳତା ରହିବ । ଚାକିରିରେ ନିଷ୍ଠା ରହିବ । ପରିବହନ ଓ ବାଣିଜ୍ୟରେ ଲାଭ ମିଳିବ । ଶୁଭ ଅଙ୍କ-୮, ଶୁଭ ରଙ୍ଗ-ବାଇଗଣି ।
ମକର- ଶୁକ୍ଳପକ୍ଷ ପଞ୍ଚମରେ ଚନ୍ଦ୍ରଙ୍କ ଚଳନ ହେତୁ କର୍ମ କ୍ଷେତ୍ରରେ ସହଯୋଗ ମିଳିବ । ସାଂସାରିକ ସନ୍ତାନ ସନ୍ତତିମାନେ ସୁଖୀ ରହିବେ । ରାଜନୀତିରେ ଲୋକସମ୍ପର୍କ ବୃଦ୍ଧି ପାଇବ । ବାଣିଜ୍ୟରେ ଶୁଭଫଳ ମିଳିବ । ଶୁଭ ଅଙ୍କ-୫, ଶୁଭ ରଙ୍ଗ-ସବୁଜ ।
କୁମ୍ଭ- ଶୁକ୍ଳପକ୍ଷ ଚତୁର୍ଥରେ ଚନ୍ଦ୍ରଙ୍କ ଚଳନ ହେତୁ କର୍ମ କ୍ଷେତ୍ରରେ ଅସ୍ଥିରତା କାରଣରୁ କାର୍ଯ୍ୟ ତ୍ରୁଟି କରିବେ । ସାଂସାରିକ ପଡ଼ୋଶୀଙ୍କ ସହ ବାଦବିବାଦ ଉପୁଜିପାରେ । ବାଣିଜ୍ୟରେ ଆୟବ୍ୟୟ ସମାନ ରହିବ । ଶୁଭ ଅଙ୍କ-୬, ଶୁଭ ରଙ୍ଗ-ସିଲ୍ଭର ।
ମୀନ- ତୃତୀୟରେ ଚନ୍ଦ୍ରଙ୍କ ଚଳନ ହେତୁ କର୍ମ କ୍ଷେତ୍ରରେ ଉଚ୍ଚ ଆଶା ସଫଳ ହେବ । ସାଂସାରିକ ଭ୍ରାତୃଭଗ୍ନୀଙ୍କର ସହଯୋଗ ମିଳିବ । କଳା, ବିଜ୍ଞାନ ଓ ବାଣିଜ୍ୟରେ ଉତ୍ତମ ଫଳ ମିଳିବ । ଶୁଭ ଅଙ୍କ-୭, ଶୁଭ ରଙ୍ଗ-କଫି ।