ମେଷ- ଶୁକ୍ଳପକ୍ଷ ଦ୍ୱିତୀୟରେ ଚନ୍ଦ୍ରଙ୍କ ଚଳନ ହେତୁ କର୍ମ କ୍ଷେତ୍ରରେ ସମ୍ମାନ ପାଇବେ । ସାଂସାରିକ ଉତ୍ତମ ବୁଝାମଣା ରହିବ । ଚାକିରିରେ ସହଯୋଗ ପାଇବେ । ପରିବହନ ଓ ବାଣିଜ୍ୟରେ ଲାଭାନ୍ୱିତ ହେବେ । ଶୁଭ ଅଙ୍କ-୨, ଶୁଭ ରଙ୍ଗ-ଧଳା ।
ବୃଷ- ଶ୍ରୀଚନ୍ଦ୍ର କାରଣରୁ ଦିନଟି ଚଳଚଞ୍ଚଳ ରହିବ । ଉଭୟେ ପ୍ରେମ ଓ ସାଂସାରିକ ଉନ୍ନତି କରିବେ । ଚାକିରିରେ ପ୍ରଶଂସା ପାଇବେ । ମହିଳାମାନେ ଆଦରଣୀୟା ହେବେ । କଳା, ବିଜ୍ଞାନ ଓ ବାଣିଜ୍ୟରେ ଶୁଭଫଳ ମିଳିବ । ଶୁଭଅଙ୍କ-୫, ଶୁଭ ରଙ୍ଗ-ସବୁଜ ।
ମିଥୁନ- ଶୁକ୍ଳପକ୍ଷ ବ୍ୟୟ ଭାବରେ ଚନ୍ଦ୍ରଙ୍କ ଗତିଶୀଳ ହେତୁ ହେଉଥିବା କାର୍ଯ୍ୟ ଅଳ୍ପକେ ଅଟକି ଯାଇପାରେ । ସାଂସାରିକ ସମସ୍ୟାକୁ ନେଇ ଚିନ୍ତାରେ ରହିବେ । ପରିବହନ, ଶିଳ୍ପ ଓ ବାଣିଜ୍ୟରେ ମାନ୍ଦା ରହିବ । ଶୁଭଅଙ୍କ-୮, ଶୁଭ ରଙ୍ଗ-ଆକାଶୀ ।
କର୍କଟ- ଏକାଦଶରେ ଚନ୍ଦ୍ରଙ୍କ ପରିକ୍ରମଣ ହେତୁ ସମାଜରେ ପ୍ରତିଷ୍ଠିତ ହେବେ । ସାଂସାରିକ ସୁଖ ସମ୍ମାନ ପାଇବେ । ଚାକିରିରେ ନିଷ୍ଠାପର ରହିବେ । ପରିବହନ ଓ ବାଣିଜ୍ୟରେ ବେଶ୍ ଲାଭ ହେବ । ଶୁଭଅଙ୍କ-୧, ଶୁଭ ରଙ୍ଗ-ପିଙ୍କ୍ ।
ସିଂହ- ଦଶମରେ ଚନ୍ଦ୍ରଙ୍କ ଗତିଶୀଳ ହେତୁ ବିଭିନ୍ନ ଉପାରେ ଅର୍ଥାଗମ ହେବ । ଉଭୟେ ପ୍ରେମ ଓ ସାଂସାରିକ ପ୍ରେମମୟ ରହିବ । ପରିବହନ ଓ ବାଣିଜ୍ୟରେ ଉତ୍ତମ ଆୟ ହେବ । ଶୁଭ ଅଙ୍କ-୩, ଶୁଭ ରଙ୍ଗ-କ୍ରିମ୍ ।
କନ୍ୟା- ଶୁକ୍ଳପକ୍ଷ ନବମରେ ଚନ୍ଦ୍ରଙ୍କ ଚଳନ ହେତୁ ଯୋଜନା କରି ସଫଳ ହେବେ । ସାଂସାରିକ ଅନୁଶାସନ ଭିତରେ କଟିବ । ଚାକିରିରେ କର୍ତ୍ତବ୍ୟନିଷ୍ଠ ରହିବେ । ବାଣିଜ୍ୟରେ ଉନ୍ନତି କରିବେ । ଶୁଭଅଙ୍କ-୪, ଶୁଭରଙ୍ଗ-ମେଟାଲିକ୍ ।
ତୁଳା- ଅଷ୍ଟମରେ ଚନ୍ଦ୍ରଙ୍କ ଗତିଶୀଳ ହେତୁ କେତେକ ବିଷୟକୁ ନେଇ ଚିନ୍ତାରେ ରହିବେ । ସାଂସାରିକ ଚୌରାଦି ଭୟ ରହିପାରେ । ରାଜନୀତିରେ ବିଷମ ପରିସ୍ଥିତି ସୃଷ୍ଟି ହେବ । ପରିବହନ, ଶିଳ୍ପ ଓ ବାଣିଜ୍ୟରେ ହାନି ହୋଇପାରେ । ଶୁଭ ଅଙ୍କ-୮, ଶୁଭ ରଙ୍ଗ-ନୀଳ ।
ବିଛା- ସପ୍ତମ ଭାବରେ ଘାତଚନ୍ଦ୍ର କାରଣରୁ କିଛିଟା ସମସ୍ୟା ଭିତରେ ଆଗେଇ ଚାଲିବେ । ସାଂସାରିକ ଆୟବ୍ୟୟ ସମାନ ରହିବ । ମହିଳାମାନେ ବିରକ୍ତିମନା ରହିବେ । ବାଣିଜ୍ୟରେ ପ୍ରତିକୂଳତା ରହିବ । ଶୁଭ ଅଙ୍କ-୭, ଶୁଭ ରଙ୍ଗ-କଫି ।
ଧନୁ- ଷଷ୍ଠ ଭାବରେ ଚନ୍ଦ୍ରଙ୍କ ଚଳନ ହେତୁ ଦୁଃସାହସିକ ଭିତ୍ତିରେ କର୍ମ ସମ୍ପାଦନ କରିବେ । ସାଂସାରିକ ଅର୍ଥ ପ୍ରାପ୍ତି ରହିବ । ମହିଳାମାନେ ରକ୍ଷଣଶୀଳ ହେବେ । ପରିବହନ ଓ ବାଣିଜ୍ୟରେ ଲାଭଜନକ ରହିବ । ଶୁଭ ଅଙ୍କ-୨, ଶୁଭ ରଙ୍ଗ-ଧଳା ।
ମକର- ଶୁକ୍ଳପକ୍ଷ ପଞ୍ଚମରେ ଚନ୍ଦ୍ରଙ୍କ ଚଳନ ହେତୁ ପ୍ରତି କାର୍ଯ୍ୟକୁ ଅକ୍ଳେଶରେ ସମ୍ପାଦନ କରିବେ । ସାଂସାରିକ ସୁଖୀ ରହିବେ । ରାଜନୀତିରେ ନେତୃତ୍ୱ ବୃଦ୍ଧି ପାଇବ । ବାଣିଜ୍ୟରେ ଲାଭ ମିଳିବ । ଶୁଭ ଅଙ୍କ-୬, ଶୁଭ ରଙ୍ଗ-ସିଲ୍ଭର ।
କୁମ୍ଭ- ଶୁକ୍ଳପକ୍ଷ ଚତୁର୍ଥର୍ରେ ଚନ୍ଦ୍ରଙ୍କ ଚଳନ ହେତୁ ପ୍ରତିକୂଳତା ଭିତରେ ଗତି କରିବେ । ସାଂସାରିକ ଅସହଯୋଗ ରହିବ । ମହିଳାମାନେ ଅପଯଶ ପାଇବେ । ପରିବହନ ଓ ବାଣିଜ୍ୟରେ ଆୟବ୍ୟୟ ସମାନ ରହିବ । ଶୁଭ ଅଙ୍କ-୮, ଶୁଭ ରଙ୍ଗ-କଳା ।
ମୀନ- ତୃତୀୟରେ ଚନ୍ଦ୍ରଙ୍କ ଗତିଶୀଳ ହେତୁ କର୍ମ କ୍ଷେତ୍ରରେ ଦୃଢ଼ମନା ରହିବେ । ସାଂସାରିକ ଅର୍ଥପ୍ରାପ୍ତି ହୋଇପାରେ । ଚାକିରିରେ ସମ୍ମାନ ବୃଦ୍ଧି ହେବ । ପରିବହନ ଓ ବାଣିଜ୍ୟରେ ଉତ୍ତମ ଫଳ ମିଳିବ । ଶୁଭ ଅଙ୍କ-୯, ଶୁଭ ରଙ୍ଗ-ମେରୁନ୍ ।