ଆଜିର ରାଶିଫଳ (୭/୨, ଗୁରୁବାର)

ମେଷ- ଏକାଦଶରେ ଚନ୍ଦ୍ରଙ୍କ ଚଳନ ହେତୁ କୌଣସି ବଡ଼ ଧରଣର କାର୍ଯ୍ୟକୁ ତୁଲାଇବେ । ସାଂସାରିକ ସୁଖ ସମ୍ମାନ ପାଇବେ । ଚାକିରିରେ ମାନମର୍ଯ୍ୟାଦା ପ୍ରାପ୍ତି ହେବ । ପରିବହନ ଓ ବାଣିଜ୍ୟରେ ଆୟ ବୃଦ୍ଧି ହେବ । ଶୁଭ ଅଙ୍କ-୯, ଶୁଭ ରଙ୍ଗ-ଲାଲ୍ ।
ବୃଷ- ଦଶମରେ ଚନ୍ଦ୍ରଙ୍କ ଗତିଶୀଳ ହେତୁ ଦିନଟି ଚଳଚଞ୍ଚଳ ରହିବେ । ସାଂସାରିକ ଅସମ୍ପୂର୍ଣ୍ଣ କାର୍ଯ୍ୟମାନ ତୁଲାଇବେ । ମହିଳାମାନେ ରକ୍ଷଣଶୀଳ ହେବେ । ପରିବହନ, ଶିଳ୍ପ ଓ ବାଣିଜ୍ୟରେ ପୁଞ୍ଜି ନିବେଶ କରି ସଫଳ ହେବେ । ଶୁଭଅଙ୍କ-୮, ଶୁଭ ରଙ୍ଗ-ବାଇଗଣି ।
ମିଥୁନ- ଶୁକ୍ଳପକ୍ଷ ନବମରେ ଘାତଚନ୍ଦ୍ର କାରଣରୁ ଅନ୍ୟ ପାଇଁ ସମସ୍ୟାରେ ପଡ଼ିବେ । ସାଂସାରିକ ଚୋରାଦି ଭୟ ଓ ଦ୍ରବ୍ୟାଦି ହାନି ହୋଇପାରେ । ଚାକିରିରେ ଅବହେଳା ରହିବ । ପରିବହନ ଓ ବାଣିଜ୍ୟରେ ସମସ୍ୟା ରହିବ । ଶୁଭଅଙ୍କ-୪, ଶୁଭ ରଙ୍ଗ-ମେଟାଲିକ୍ ।
କର୍କଟ- ଅଷ୍ଟମରେ ଚନ୍ଦ୍ରଙ୍କ ଚଳନ ହେତୁ ବିଭିନ୍ନ ବାଟରେ କ୍ଷତିଗ୍ରସ୍ତ ହେବେ । ସାଂସାରିକ ହତୋତ୍ସାହ ରହିବେ । ଚାକିରିରେ ଅଭିଯୋଗ ଆସିପାରେ । ପରିବହନ ଓ ବାଣିଜ୍ୟରେ କ୍ଷତି ହୋଇପାରେ । ଶୁଭଅଙ୍କ-୨, ଶୁଭ ରଙ୍ଗ-ଧଳା ।
ସିଂହ- ସପ୍ତମରେ ଚନ୍ଦ୍ରଙ୍କ ଗତିଶୀଳ ହେତୁ ଦିନଟି ପ୍ରସନ୍ନତା ଭିତରେ କଟିବ । ସାଂସାରିକ ବନ୍ଧୁବାନ୍ଧବଙ୍କର ଆଗମନ ହୋଇପାରେ । ରାଜନୀତିରେ ସୁନାମ ପାଇବେ । ପରିବହନ ଓ ବାଣିଜ୍ୟରେ ପ୍ରସାର ହେବ । ଶୁଭ ଅଙ୍କ-୧, ଶୁଭ ରଙ୍ଗ-ପିଙ୍କ୍ ।
କନ୍ୟା- ଷଷ୍ଠ ଭାବରେ ଚନ୍ଦ୍ରଙ୍କ ଚଳନ ହେତୁ ପରିଶ୍ରମ ମୁତାବକ ଫଳ ପାଇବେ । ସାଂସାରିକ ସୁଖଶାନ୍ତି ପ୍ରାପ୍ତି ହେବ । ମହିଳାମାନେ ଆଦରଣୀୟା ହେବେ । ପରିବହନ ଓ ବାଣିଜ୍ୟରେ ଲାଭାନ୍ୱିତ ହେବେ । ଶୁଭଅଙ୍କ-୨, ଶୁଭରଙ୍ଗ-ସିଲ୍ଭର ।
ତୁଳା- ଶୁକ୍ଳପକ୍ଷ ପଞ୍ଚମରେ ଚନ୍ଦ୍ରଙ୍କ ଚଳନ ହେତୁ ବହୁ ପରିଶ୍ରମ କରି ସୁଫଳ ପାଇବେ । ସାଂସାରିକ ସନ୍ତାନ ସନ୍ତତିମାନେ ଉନ୍ନତି କରିବେ । ପରିବହନ ଓ ବାଣିଜ୍ୟରେ ଲାଭଜନକ ରହିବ । ଶୁଭ ଅଙ୍କ-୮, ଶୁଭ ରଙ୍ଗ-ନୀଳ ।
ବିଛା- ଶୁକ୍ଳପକ୍ଷ ଚତୁର୍ଥରେ ଚନ୍ଦ୍ରଙ୍କ ଚଳନ ହେତୁ ଅନିଶ୍ଚିତତା କାରଣରୁ କାର୍ଯ୍ୟରେ ତ୍ରୁଟି କରିପାରନ୍ତି । ସାଂସାରିକ ଭୁଲ୍ ବୁଝାମଣା ରହିବ । ପରିବହନ, ଶିଳ୍ପ ଓ ବାଣିଜ୍ୟରେ ଆୟବ୍ୟୟ ସମାନ ରହିବ । ଶୁଭ ଅଙ୍କ-୯, ଶୁଭ ରଙ୍ଗ-ମେରୁନ୍ ।
ଧନୁ- ପରାକ୍ରମ ସ୍ଥାନରେ ଚନ୍ଦ୍ରଙ୍କ ଚଳନ ହେତୁ ନିଜର ବୁଦ୍ଧିମତା ଦ୍ୱାରା ସଫଳତା ପାଇବେ । ସାଂସାରିକ ଦକ୍ଷ ପ୍ରତିପାଦିତ ହେବେ । ମହିଳାମାନେ ଆତ୍ମନିର୍ଭରଶୀଳ ହେବେ । ବାଣିଜ୍ୟରେ ଉତ୍ତମ ଆୟ ହେବ । ଶୁଭ ଅଙ୍କ-୧, ଶୁଭ ରଙ୍ଗ-ପିଙ୍କ୍ ।
ମକର- ଶଶୁକ୍ଳପକ୍ଷ ଦ୍ୱିତୀୟରେ ଚନ୍ଦ୍ରଙ୍କ ଚଳନ ହେତୁ କୌଣସି ନୂତନ କାର୍ଯ୍ୟରେ ଶୁଭାରମ୍ଭ କରିପାରନ୍ତି । ସାଂସାରିକ ପଡ଼ୋଶୀଙ୍କ ସହଯୋଗ ମିଳିବ । ପରିବହନ ଓ ବାଣିଜ୍ୟରେ ଲାଭାନ୍ୱିତ ହେବେ । ଶୁଭ ଅଙ୍କ-୩, ଶୁଭ ରଙ୍ଗ-କ୍ରିମ୍ ।
କୁମ୍ଭ- ଚନ୍ଦ୍ରଙ୍କ ସ୍ୱ-ପାରଗମନ ହେତୁ ଦିନଟି ସୁଖଶାନ୍ତି ଭିତରେ କଟିବ । ଉଭୟେ ପ୍ରେମ ଓ ସାଂସାରିକ ଉତ୍ତମ ବୁଝାମଣା ରହିବ । ମହିଳାମାନେ ଆଦର ସମ୍ମାନ ପାଇବେ । ବାଣିଜ୍ୟରେ ଉତ୍ତମ ଆୟ ହେବ । ଶୁଭ ଅଙ୍କ-୫, ଶୁଭ ରଙ୍ଗ-ସବୁଜ ।
ମୀନ- ଘାତଚନ୍ଦ୍ର କାରଣରୁ ବିଷମତା ଭିତରେ କର୍ମ କରିବେ । ସାଂସାରିକ ଅଶାନ୍ତି ରହିବ । ରାଜନୀତିରେ ଜଟୀଳ ପରିସ୍ଥିତି ଉପୁଜିପାରେ । ପରିବହନ ଓ ବାଣିଜ୍ୟରେ ପ୍ରତିବନ୍ଧକ ରହିବ । ଶୁଭ ଅଙ୍କ-୩, ଶୁଭ ରଙ୍ଗ-ହଳଦିଆ ।