PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର: ଶେଷରେ ଚେତିଲେ ସମ୍ବଲପୁର ପୁଲିସ, ଭାଙ୍ଗିଲା କୋରେକ୍ସ ମାଫିଆଙ୍କ ଘର
  • ||
  • ବଲାଙ୍ଗୀର: ରାସ୍ତା ଉପରେ ଜଳିଗଲା ଚଳନ୍ତା କାର୍, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ଟିମ୍
  • ||
  • ନୂଆପଡ଼ା : ଘର ଭିତରୁ ବୃଦ୍ଧାଙ୍କୁ ଟାଣିନେଲା ମହାବଳ ବାଘ, ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ
  • ||
  • ବିଶ୍ୱ ଘରଚଟିଆ ଦିବସ, ଏ ବର୍ଷର ଥିମ୍ ‘ଆଇ ଲଭ୍‌ ସ୍ପାରୋ’..
  • ||
  • ଭୁବନେଶ୍ଵର : ଆଜି ବିଶ୍ୱ ପଖାଳ ଦିବସ, ପାଗ ଖରାପ ଲାଗି ଟିକେ ମାନ୍ଦା, ଆଗୁଆ ପାଳିଲେ ଆମିଷ ପ୍ରେମୀ
  • ||
  • କେନ୍ଦୁଝର ସଦର : ଥାନାରେ ପହଞ୍ଚିଲା ସ୍ଵାମୀ-ସ୍ତ୍ରୀଙ୍କ କଳି, ଫାଶୀ ଲଗାଇ ଆତ୍ମହତ୍ୟା କଲା ସ୍ଵାମୀ
  • ||
  • ବୌଦ୍ଧ : କେନ୍ଦୁକାଠ ବୋଝେଇ ଟ୍ରକ୍ ଜବତ, ୩ ଗିରଫ
  • ||

ଆଜିଠୁ ସୋଆରେ ଭାରତୀୟ ବିଶ୍ୱବିଦ୍ୟାଳୟ ସଂଘର ବାର୍ଷିକ ସାଧାରଣ ସଭା, ୯୩ତମ ସଭାରେ ଯୋଗ ଦେବେ ୨ଶହ କୁଳପତି

ଭୁବନେଶ୍ୱର,୧୫ ।୨(ବ୍ୟୁରୋ): ଆସନ୍ତାକାଲି (ଶନିବାର)ରୁ ” ଶିକ୍ଷା ଓ ଅନୁସନ୍ଧାନ (ସୋଆ ଡିମ୍ଡ ୍‌ ଟୁ ବି ୟୁନିଭର୍ସିଟି)ରେ ଆରମ୍ଭ ହେବ ଭାରତୀୟ ବିଶ୍ୱବିଦ୍ୟାଳୟ ସଂଘ(ଦ ଆସୋସିଏସନ୍‌ ଅଫ୍‌ ଇଣ୍ଡିଆନ୍‌ ୟୁନିଭର୍ସିଟିଜ୍‌)ର ୯୩ତମ ବାର୍ଷିକ ସାଧାରଣ ସଭା । ଏଥିରେ ରାଜ୍ୟ ତଥା ରାଜ୍ୟ ବାହାରୁ ପାଖାପାଖି ୨ଶହ କୁଳପତି ଯୋଗ ଦେବେ ବୋଲି ସଂଘର ସଭାପତି ପ୍ରଫେସର ସନ୍ଦିପ୍‌ ସଞ୍ଚେତି କହିଛନ୍ତି ।
ଶୁକ୍ରବାର ସୋଆ ମୁଖ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଫେସର ସଞ୍ଚେତି କହିଛନ୍ତି, ଦେଶର ଉଚ୍ଚଶିକ୍ଷା ନିମନ୍ତେ ଉଦ୍ଦିଷ୍ଟ ଶୀର୍ଷ ସଂସ୍ଥା ଭାରତୀୟ ବିଶ୍ୱବିଦ୍ୟାଳୟ ସଂଘର ୯୩ତମ ବାର୍ଷିକ ସାଧାରଣ ସଭା ଚଳିତ ମାସ୧୬ ରୁ ଆରମ୍ଭ ହୋଇ ୧୮ରେ ସରିବ । ଏହି ଅବସରରେ “ଅଟୋନୋମି ଫର୍‌ ଏକ୍ସଲେନ୍ସ ଇନ୍‌ ହାୟାର୍‌ ଏଜୁକେସନ୍‌ “ଶୀର୍ଷକ ଜାତୀୟ କର୍ମଶାଳା ମଧ୍ୟ ଅନୁଷ୍ଠିତ ହେବ ।
ଏହି ଅବସରରେ ସଂଘର ଉପସଭାପତି ପ୍ରଫେସର ମାଣିକଲାଲ୍‌ କହିଛନ୍ତି, ଭାରତୀୟ ବିଶ୍ୱବିଦ୍ୟାଳୟ ସଂଘର ୯୩ତମ ବାର୍ଷିକ ସାଧାରଣ ସଭାର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷର ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚି ଯୋଗ ଦେବେ । ସଂଘର ସଭାପତି ପ୍ରଫେସର ସଞ୍ଚେତି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିବାର କାର୍ଯ୍ୟକ୍ରମ ଥିବା ବେଳେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି)ର ସଚିବ ପ୍ରଫେସର ରଜନୀଶ ଜୈନ୍‌, ଡେପୁଟି ହେଡ୍‌ ଅଫ୍‌ ଡେଲିଗେସନ୍‌ ଅଫ ଦ ୟୁରୋପିଆନ୍‌ ୟୁନିୟନ୍‌ ଟୁ ଇଣ୍ଡିଆ ରାଇମୁଣ୍ଡ ମାଗିସ୍‌, ଓଡ଼ିଶା ସରକାରଙ୍କ ଏମ୍‌ଏସ୍‌ଏମ୍‌ଇ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଏଲ୍‌.ଏନ୍‌. ଗୁପ୍ତା ଏବଂ ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ ସମ୍ମାନିତ ଅତିଥି ଭାବେ ଯୋଗ ଦେବେ । ସଂଘର ମହାସଚିବ ପ୍ରଫେସର ଫୁରକାନ୍‌ କର୍ମା ଏହି କାର୍ଯ୍ୟକ୍ରମ ପରିଚାଳନା କରିବେ । ଏହି ଅବସରରେ ୟୁଜିସିର ପୂର୍ବତନ ଅଧ୍ୟକ୍ଷ ଡ. ଅରୁଣ୍‌ ନିଗାଭେର୍କଙ୍କ ଦ୍ୱାରା ଲିଖିତ “ଡିସରପ୍ଟିଭ୍‌ ଇନୋଭେସନ୍‌ ଇନ୍‌ ହାୟାର୍‌ ଏଜୁକେସନ୍‌ : ଇଣ୍ଡିଆ କ୍ୟାନ୍‌ ନଟ୍‌ ଆଭଏଡ୍‌ ଦ ଚେଞ୍ଜ୍‌’ ପୁସ୍ତକ ଉନ୍ମୋଚିତ ହେବ । ଏଥିସହିତ “ଅଟୋନୋମି ଫର ଏକ୍ସଲେନ୍ସ ଇନ୍‌ ହାୟାର ଏଜୁକେସନ୍‌’ ଶୀର୍ଷକ ପୁସ୍ତକ ମଧ୍ୟ ଉନ୍ମୋଚିତ ହେବ । ଏହି ପୁସ୍ତକକୁ ଡ. ଏସ୍‌. ରମା ଦେବୀ ପାଣି ସମ୍ପାଦିକା ଏବଂ ସୋଆ କୁଳପତି ପ୍ରଫେସର ଅମିତ୍‌ ବାନାର୍ଜୀ ଅତିଥି ସମ୍ପାଦକ ଭାବେ ସଙ୍କଳିତ କରିଛନ୍ତି ।
ସୋଆ ଏହି ତିନି ଦିନିଆ ସମ୍ମିଳନୀର ଆୟୋଜକ ଥିବା ବେଳେ କୁଳପତି ପ୍ରଫେସର ଅମିତ୍‌ ବାନାର୍ଜୀ କାର୍ଯ୍ୟକ୍ରମରେ ଉଦ୍‌ଘାଟନୀ ଭାଷଣ ପ୍ରଦାନ କରିବେ । ଏହି ସମ୍ମିଳନୀରେ ଦେଶର ବିଭିନ୍ନ ବିଶ୍ୱବିଦ୍ୟାଳୟର ପ୍ରାୟ ୨୦୦ କୁଳପତଙ୍କ ସମେତ କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରଣାଳୟ, ୟୁଜିସି, ଏଆଇସିଟିଇ, କାଉନ୍ସିଲ୍‌ ଅଫ୍‌ ଆର୍କିଟେକଚର୍‌ ଏବଂ ଦେଶର ଅନ୍ୟ ଶିକ୍ଷା ପରିଷଦ ତଥା ବିଭିନ୍ନ ଉଚ୍ଚଶିକ୍ଷା ବିଭାଗର ବରିଷ୍ଠ କର୍ମକର୍ତ୍ତା ଏହି ସମ୍ମିଳନୀରେ ଯୋଗ ଦେବେ । ବିଦେଶରୁ ମଧ୍ୟ କେତେକ ପ୍ରତିନିଧି ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ ।

ସମ୍ବନ୍ଧିତ ଖବର