PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଏକାଧିକ କିଓସ୍କୋରେ ନାହିଁ ଇଣ୍ଟରନେଟ୍, ହେଉନି ବ୍ୟବହାର… ଖତ ଖାଉଛି ଡିଜିଟାଲ୍ କିଓସ୍କୋ
  • ||
  • ଭୁବନେଶ୍ଵର : ନନ୍ଦନକାନନକୁ ଆସିବେ ନୂଆ ଅତିଥି, ଯିବେ ୨ ବାଘ ଆସିବେ ହୁଲୁକ ଗିବନ
  • ||

ଆଜି ଭାଲେଣ୍ଟାଇନ୍‌ସ ଡେ’: ପାର୍କ, ସପିଂ ମଲ୍‌ରେ ଜମିବ ଭିଡ

source:nationaldebtadvisors.co.za

ଭୁବନେଶ୍ୱର, ୧୪ ।୨(ବ୍ୟୁରୋ): ଆଜି ଭାଲେଣ୍ଟାଇନ୍‌ସ ଡେ’ । ପ୍ରେମ ସପ୍ତାହର ଅନ୍ତିମ ପର୍ବ । ଏହି ଦିନକୁ ମନଭରି ଉପଭୋଗ କରିବା ଓ ପ୍ରେମିକା ସହ ସମୟ କାଟିବାକୁ ସବୁ ପ୍ରସ୍ତୁତି ସରିଛି । ବର୍ଷକର ଅନ୍ତହୀନ ପ୍ରତୀକ୍ଷା ପରେ ଏହି ଦିନ ଆସିଛି । କୌଣସି ହାଲତ୍‌ରେ ଭାଲେଣ୍ଟାଇନ୍‌ସ ଡେ’ ସେଲିବ୍ରେସନକୁ ମିସ୍‌ କରିବାକୁ ଚାହାଁନ୍ତିନି ପ୍ରେମୀଯୁଗଳ । ପ୍ରେମିକ, ପ୍ରେମିକା ମନରେ ନିଜ ପ୍ରେମର ବସାକୁ ସବୁଦିନ ପାଇଁ ସୁରକ୍ଷିତ ଭାବେ ବାନ୍ଧି ରଖିବାକୁ ନିଜ ନିଜ ଢଙ୍ଗରେ କସରତ ଆରମ୍ଭ କରି ଦେଇଛନ୍ତି । ଭାଲେଣ୍ଟାଇନ୍‌ସ ଡେ’ ସେଲିବ୍ରେସନ୍‌ ପାଇଁ ବଡ଼ ବଡ଼ ହୋଟେଲ, ମଲ୍‌, ରେସ୍ତୋରାଁ, କ୍ଲବ୍‌ ଓ ଅନୁଷ୍ଠାନରେ ଅଘୋଷିତ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ମଲ୍‌ ମାନଙ୍କରେ ଭାଲେଣ୍ଟାଇନ୍‌ସ ଥିମ୍‌ରେ ସାଜସଜ୍ଜା କରାଯାଇଛି । ହୋଟେଲ ଓ ରେଷ୍ଟୁରାଣ୍ଟରେ ମଧ୍ୟ କ୍ୟାଣ୍ଡେଲ୍‌ ନାଇଟ୍‌ ଡିନର ପାର୍ଟି ପାଇଁ ପ୍ରସ୍ତୁତି ସରିଛି । ଖାଲି ପ୍ରେମୀଯୁଗଳ ନୁହେଁ କପଲ୍‌ ବା ଦମ୍ପତିମାନେ ଯେମିତି ଭାଲେଣ୍ଟାଇନ୍‌ସକୁ ନିଆରା ଢଙ୍ଗରେ ପାଳିବେ ସେଥିପାଇଁ ଖାସ୍‌ ଆୟୋଜନ ହୋଇଛି । ଭାଲେଣ୍ଟାଇନ୍‌ସ ଗିଫ୍ଟ ପାଇଁ ବିଏମ୍‌ସି ଭବାନୀ ମଲ୍‌, ବିଗ୍‌ବଜାର, ଦ ୱାଲ୍ଡ, ଆର୍ଚିସ୍‌ ଷ୍ଟୋର୍‌, ଅନ୍ୟ ଗିଫ୍ଟ ଦୋକାନମାନଙ୍କରେ ଖଚାଖଚ୍‌ ଭିଡ଼ ହେଉଛି । ଦିନ ବେଳା କିଛି ପାର୍କ ବନ୍ଦ ରହୁଥିବାରୁ କାଲି ଏକାମ୍ର ହାଟ, ଫରେଷ୍ଟ ପାର୍କ, ଏକାମ୍ର କାନନ, ନନ୍ଦନକାନନ, ଧଉଳି, ଖଣ୍ଡଗିରି, ଉଦୟଗିରି, ରାଜାରାଣୀ ମନ୍ଦିର, କେଦାରଗୌରୀ ପାର୍କ, ପୋଖରୀପୁଟ ମଧୁସୂଦନ ପାର୍କ, ଜୟଦେବ ବାଟିକାରେ ପ୍ରେମୀଯୁଗଳମାନେ ଡେରା ପକାଇବେ ।
ଭାଲେଣ୍ଟାଇନ୍‌ସ ଡେ’ ସେଲିବ୍ରେସନ୍‌ ପାଇଁ ଗୋଡ଼ ଟେକି ବସିଥିବା ପ୍ରେମୀଯୁଗଳଙ୍କ ପାଇଁ ଦୁଃଖ ଖବର ବି ଅଛି । କଳିଙ୍ଗ ସେନା ପକ୍ଷରୁ ପ୍ରେମୀଯୁଗଳଙ୍କୁ ଜୋର୍‌ଦାର ବିରୋଧ କରାଯିବ ବୋଲି ଆଗୁଆ ସୂଚନା ଦେଇଛନ୍ତି । ଚଳିତ ବର୍ଷ ଭାଲେଣ୍ଟାଇନ୍‌ସ ଡେ’ରେ କଳିଙ୍ଗସେନା ପକ୍ଷରୁ ଏକାମ୍ର ପାର୍କ, ମୁଖାର୍ଜୀ ପାର୍କ, ଇନ୍ଦିରା ଗାନ୍ଧୀ ପାର୍କ, ବିଜୁ ପଟ୍ଟନାୟକ ପାର୍କ, ସାଇନ୍ସ ପାର୍କ, ଖଣ୍ଡଗିରିସ୍ଥିତ ଜୟଦେବ ବାଟିକା, ବଟାନିକାଲ ଗାର୍ଡେନ, ଏସ୍‌ପ୍ଲାନେଡ, ପାଣ୍ଟାଲୁନ୍‌, ଆଇନକ୍ସ, ବିଗ୍‌ବଜାର, ଏକାମ୍ର ହାଟ, ଇନ୍‌ଫୋସିଟି, ଶିଖରଚଣ୍ଡି ଆଦି ପ୍ରମୁଖ ସ୍ଥାନରେ ଡେରା ପକାଯିବ ।