PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାବୁଲ ସ୍ଥିତ ଏକ ମସଜିଦ୍‌ରେ ଭୟଙ୍କର ବିସ୍ଫୋରଣ , ବିସ୍ଫୋରଣରେ ୨୦ ମୃତ , ୪୦ ଆହତ , ଆହତଙ୍କୁ ନିଆଯାଉଛି ହସ୍ପିଟାଲ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ୪ ଦିନ ଏଭଳି ବନ୍ୟା ସ୍ଥିତି ରହିବ, ଆଗାମୀ ୨୪ ଘଣ୍ଟା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ଏସଆରସିଙ୍କ ସୂଚନା
  • ||
  • ବୌଦ୍ଧ : ବୌଦ୍ଧ ଜିଲ୍ଲା ଭେଜିଗୋରା ଗ୍ରାମରେ ପାଣି ଘେରରେ ଥିବା ଗର୍ଭବତୀ ମହିଳା ଓ ଅନ୍ୟ ଜଣେ ମହିଳାଙ୍କୁ ଉଦ୍ଧାର କରିଛନ୍ତି ଅଗ୍ନିଶମ କର୍ମଚାରୀ
  • ||
  • ଭଦ୍ରକ : ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ କାସିମପୁର ପଞ୍ଚାୟତ ହେମେନ୍ଦ୍ର ନାଥ ହାଇସ୍କୁଲରେ କ୍ଲାସ ରୁମ୍‌ରେ ପଶିଲା ବନ୍ୟା ପାଣି, ବାତିଲ ହେଲା ପରୀକ୍ଷା
  • ||
  • ସୋର : ବାଲେଶ୍ବର ଜିଲ୍ଲା ନୀଳଗିରି ଅଧିନ ଔପଦା ବ୍ଲକର ବିଡ଼ିଓ ଅଭିଷେକ ଦାସଙ୍କର ବଦଳିକୁ ନେଇ ବୁଧବାର ଔପଦା ବ୍ଲକ୍ ସମ୍ମୁଖରେ ସରପଞ୍ଚ, ସମିତି ସଭ୍ୟ/ସଭ୍ୟା, ବୁଦ୍ଧିଜୀବୀ, ଔପଦାର ଜନସାଧାରଣଙ୍କ ଧାରଣା
  • ||
  • ଜଗତସିଂହପୁର : ତିର୍ତ୍ତୋଲ ବ୍ଲକର ଗୋତିଆକୁଦ ଗାଁରେ ହଠାତ ପାଣି ବଢିଯିବାରୁ ଗୋଟିଏ ପରିବାରର ୩ ଜଣ ଫଶି ରହିଥିଲେ, ବୁଧବାର ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କରିଛି
  • ||
  • କଟକ : ମୁଣ୍ଡଳୀରେ କମୁଛି ଜଳସ୍ତର, ତଥାପି ଵିପଦ ସଙ୍କେତ ଉପରେ ମହାନଦୀ
  • ||
  • ବାଲିପାଟଣା : ଧନୁଆ ନଦୀରେ ବନ୍ୟା, ବାଲିପାଟଣା ବ୍ଲକ୍‌ର ୫ଟି ପଞ୍ଚାୟତର ବିଭିନ୍ନ ଗାଁ ଜଳମଗ୍ନ
  • ||
  • ବାରିପଦା : ଆଇଟିଆଇ କଲେଜରେ ଆଦିବାସୀ ଛାତ୍ରଙ୍କୁ ମାଡ ଘଟଣା, ୧୨ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ଡାକରା
  • ||
  • କଣାସ : ମକରା ନଦୀରେ ୫୦ ଫୁଟର ଘାଇ, ୨୦ ରୁ ଅଧିକ ଗାଁରେ ପଶିଲା ବନ୍ୟାଜଳ
  • ||
  • ଜଳେଶ୍ବର : ତ୍ରୀର୍ଥଯାତ୍ରୀ ବସ୍‌କୁ ପିଟିଲା ମାଲବାହୀ ଟ୍ରକ୍, ଜଣେ ମୃତ ଓ ୪ ଗୁରୁତର
  • ||

ଆଜିଠୁ ମାଲେସିଆ ମାଷ୍ଟର୍ସ ବ୍ୟାଡ଼ମିଣ୍ଟନ, କଷ୍ଟକର ଗ୍ରୁପ୍‌ରେ ସିନ୍ଧୁ

କ୍ୱାଲାଲମ୍ପୁର, ୦୫/୦୭: ଆଜି ଠାରୁ ଆରମ୍ଭ ହେଉଛି ମାଲେସିଆ ମାଷ୍ଟର୍ସ ସୁପର ୫୦୦ ବ୍ୟାଡ଼ମିଣ୍ଟନ ଟୁର୍ଣ୍ଣାମେଣ୍ଟ । ଏଥିରେ ଡବଲ୍‌ ଅଲିମ୍ପିକ୍‌ ପଦକ ବିଜୟିନୀ ପିଭି ସିନ୍ଧୁ ଓ ଅଭିଜ୍ଞ ପୁରୁଷ ଖେଳାଳି ଏଚ୍‌ଏସ୍‌ ପ୍ରଣୟ ଭାରତର ନେତୃତ୍ୱ ନେବେ । ସପ୍ତମ ସିଡ୍‌ ମାନ୍ୟତା ପାଇଥିବା ସିନ୍ଧୁ କଷ୍ଟକର ଗ୍ରୁପ୍‌ରେ ସ୍ଥାନ ପାଇଛନ୍ତି । ସେ ପ୍ରଥମ ରାଉଣ୍ଡରେ ଚୀନର ହି ବିଙ୍ଗ୍‌ ଜିଆଓଙ୍କୁ ଭେଟିବେ । କ୍ୱାର୍ଟର ଫାଇନାଲ୍‌କୁ ଯୋଗ୍ୟତା ଅର୍ଜନ କଲେ ସେ ଚୀନର ତାରକା ଖେଳାଳି ତାଇ ଜୁ ୟିଙ୍ଗ୍‌ଙ୍କୁ ଭେଟିବା ସମ୍ଭାବନା ରହିଛି ।

ଗତ ମାଲେସିଆ ଓପନ କ୍ୱାର୍ଟର ଫାଇନାଲ୍‌ରେ ୟିଙ୍ଗ୍‌ଙ୍କଠୁ ହାରି ସିନ୍ଧୁ ବିଦାୟ ନେଇଥିଲେ । ସେହିପରି ସାଇନା ନେହୱାଲ୍‌ ପ୍ରଥମ ରାଉଣ୍ଡରେ କୋରିଆର କିମ୍‌ ଗା ୟୁନ୍‌ ବିପକ୍ଷରେ ଅଭିଯାନ ଆରମ୍ଭ କରିବେ। ପୁରୁଷ ବର୍ଗରେ ପ୍ରଣୟ ଇଣ୍ଡୋନେସିଆର ସିସାର ରୁସ୍ତାଭିଟୁଙ୍କୁ ଭେଟିବାକୁ ଥିବାବେଳେ ବି ସାଇ ପ୍ରଣୀତ ଗୁଏଟମାଲାର କେଭିନ କର୍ଡନଙ୍କୁ, ସମୀର ବର୍ମା ଚତୁର୍ଥ ସିଡ୍‌ ତାଇୱାନ୍‌ ଖେଳାଳି ଚୌ ତିଏନ୍‌ ଚେନ୍‌ଙ୍କ ବିପକ୍ଷରେ ଅଭିଯାନ ଆରମ୍ଭ କରିବେ । ମହିଳା ଡବଲ୍ସରେ ତ୍ରିଶା ଜୋଲି ଓ ଗାୟତ୍ରୀ ଗୋପୀଚାନ୍ଦ ଏବଂ ଅଶ୍ୱିନୀ ପୋନାପ୍ପା ଓ ଏନ୍‌ ସିକି ରେଡ୍ଡୀ ଆକ୍ସନକୁ ଓହ୍ଲାଇବେ।

ସମ୍ବନ୍ଧିତ ଖବର