PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ବିଜେବି କଲେଜ ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର
  • ||
  • ୨୦୨୨-୨୩ ବଜେଟ୍‌ : ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ର ପାଇଁ ୨୭,୩୨୪କୋଟି ଟଙ୍କା ଆବଣ୍ଟନ
  • ||
  • ଉଦୟପୁର ହତ୍ୟାକାଣ୍ଡ ଘଟଣା : କୋର୍ଟ ୪ ଅଭିଯୁକ୍ତଙ୍କୁ ୧୦ଦିନର NIA ରିମାଣ୍ଡରେ ପଠାଇଲେ
  • ||
  • ଭୁବନେଶ୍ବର ପରେ କଟକରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ
  • ||
  • ପୁରୀ : ଗୁଣ୍ଡିଚା ମନ୍ଦିର ରୋଷଘର ଚୁଲି ଭାଙ୍ଗିଲେ ଦୁର୍ବୃତ୍ତ, ୨୦ରୁ ଅଧିକ ଚୁଲି ଭାଙ୍ଗି ଥିବା ସୂଚନା
  • ||
  • ଭୁବନେଶ୍ୱର: ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ: ପ୍ରଥମ ଦିନରେ ଶୋକ ପ୍ରସ୍ତାବ ପାରିତ, ଆସିବ ପୂର୍ଣ୍ଣାଙ୍ଗ ବଜେଟ୍
  • ||
  • ନୂଆଦିଲ୍ଲୀ; ଫୁଟ୍‌ ଉପରେ ବିମାନ କ୍ୟାବିନରେ ଦେଖିବାକୁ ମିଳିଲା ଧୁଆଁ; ଦିଲ୍ଲୀ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କଲା ସ୍ପାଇସଜେଟ୍‌
  • ||
  • ଭୁବନେଶ୍ୱର: ୪ରେ ଲଘୁଚାପ, ଆଜିଠୁ ବଢ଼ିବ ବର୍ଷା
  • ||
  • ଚୌଦ୍ୱାର : ଜଗା ଦର୍ଶନ ସାରି ଘରକୁ ଫେରୁଥିବା ବେଳେ ବୋଲେରୋକୁ ପିଟିଲା ଟ୍ରକ: ଜଣେ ମୃତ, ୯ ଗୁରୁତର
  • ||
  • ପୁରୀ: ଦାରୁବ୍ରହ୍ମଙ୍କ ପତିତପାବନ ଯାତ୍ରା: ଆଜି ଜନ୍ମବେଦିକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବାରିପଦା: ଆଜି ଗଡ଼ିବ ଦ୍ୱିତୀୟ ଶ୍ରୀକ୍ଷେତ୍ର ରଥ, ସୁଭଦ୍ରାଙ୍କ ରଥକୁ ଟାଣିବେ ମହିଳା ଶ୍ରଦ୍ଧାଳୁ
  • ||
  • କଟକ: ଆଜିଠୁ ମିଳିତ ପୁଲିସ୍‌ ସେବା ପରୀକ୍ଷା, ୩୪ କେନ୍ଦ୍ରରେ ପରୀକ୍ଷା ଦେବେ ୨୯ ହଜାର ୬୪୪ ପରୀକ୍ଷାର୍ଥୀ
  • ||

ଆଜି ବିଶ୍ୱ ବାଇ ସାଇକେଲ ଦିବସ: ଟ୍ରାକ୍‌ରୁ ଗାଏବ ‘ମୋ ସାଇକେଲ’

ଭୁବନେଶ୍ୱର,୨ ।୬(ବ୍ୟୁରୋ): ରାଜଧାନୀବାସୀଙ୍କୁ ସାଇକେଲିଂ ପାଇଁ ଆକୃଷ୍ଟ କରିବାକୁ ଆରମ୍ଭ ହୋଇଥିଲା ‘ମୋ ସାଇକେଲ’ । ଲୋକଙ୍କୁ ଫିଟ୍‌ ରଖିବା, ପ୍ରଦୂଷଣ କମାଇବା, ମୋଟର ଯାନ ଚଳାଚଳ ନିୟନ୍ତ୍ରଣରେ ରଖିବା ଥିଲା ଉଦ୍ଦେଶ୍ୟ । ହେଲେ ଦୂରଦୂଷ୍ଟିର ଅଭାବ ଯୋଗୁ ଏହି ସାଇକେଲର ବ୍ୟବହାର ଅଧାରୁ ଅଧିକ କମିଗଲାଣି । ଧୀରେ ଧୀରେ ରାସ୍ତାରୁ ‘ମୋ ସାଇକେଲ’ ଗାଏବ ହୋଇଗଲାଣି ।

ନଭେମ୍ବର ମାସ ଶେଷରେ ରାଜଧାନୀରେ ‘ମୋ ସାଇକେଲ’ସେବାର ଶୁଭାରମ୍ଭ ହୋଇଥିଲା । ୨୦୦ ସାଇକେଲ ଷ୍ଟେସନ୍‌ରେ ୨ହଜାର ସାଇକେଲ ରଖାଯାଇଥିଲା । ମୋବାଇଲ ଆପସ୍‌ ଯୋଗେ ଏହାକୁ ବ୍ୟବହାର କରିବାକୁ ସର୍ତ୍ତ ରହିଲା । ପ୍ରଥମ ଅଧ ଘଣ୍ଟା ମାଗଣା ଓ ପରେ ଏଥିପାଇଁ ଦେୟ ଦେବାକୁ ପଡୁଥିଲା । ଆରମ୍ଭରୁ ଏହି ସାଇକେଲ ଚଲାଇବାକୁ ଲୋକେ ଆଗ୍ରହୀ ହେଲେ । ଦିନକୁ ଦିନ ବ୍ୟବହାରୀଙ୍କ ସଂଖ୍ୟା ବଢିଲା । କିନ୍ତୁ ଏବେ ଗତ କିଛି ମାସ ହେଲା ମୋ ସାଇକେଲରୁ ଲୋକେ ମୁହଁ ଫେରାଇ ଆଣୁଥିବା ଦେଖିବାକୁ ମିଳୁଛି ।

ଆପସ୍‌ ବ୍ୟବହାର କରିବାରେ ଥିବା ଜଟିଳତା ଓ ସୁବ୍ୟବସ୍ଥିତ ସାଇକେଲ ଟ୍ରାକ୍‌ର ଅଭାବ ଯୋଗୁ ଏହି ସମସ୍ୟା ହେଉଛି । ମୋ ସାଇକେଲ ବ୍ୟବହାର ପାଇଁ ଆପସ୍‌ ଡାଉନଲୋଡ କରି ଏହାକୁ ବ୍ୟବହାର କରିବାକୁ ପଡୁଛି । କିନ୍ତୁ ଅନେକ ସମୟରେ ଆପସ୍‌ ବ୍ୟବହାରରେ ଥିବା ଜଟିଳ ପ୍ରକ୍ରିୟା ଯୋଗୁ ଏହାକୁ ବ୍ୟବହାର କରି ପାରୁନାହାନ୍ତି । ପୁଣି ସବୁଠୁ ବଡ଼ ବାଧକ ସାଜିଛି ସାଇକେଲ ଟ୍ରାକ୍‌ର ଅଭାବ । ସହରର ଅଧିକାଂଶ ସାଇକେଲ ଟ୍ରାକ୍‌ ଜବରଦଖଲ ହୋଇ ରହିଛି । ଉଠାଦୋକାନୀମାନେ ଏହାକୁ ମାଡି ବସିଛନ୍ତି । ଟ୍ରାକ୍‌ ଅଭାବରୁ ଲୋକେ ସାଇକେଲ ଚଲାଇବାକୁ ଇଚ୍ଛୁକ ହେଉନାହାନ୍ତି । ହକି ବିଶ୍ୱକପ ସମୟରେ ଯେଉଁ ସାଇକେଲ ଟ୍ରାକ୍‌ ତିଆରି ହୋଇଥିବା ତା ବି ଅନେକ ସ୍ଥାନରେ ଗାଏବ ହୋଇଗଲାଣି । କେଉଁଠି ଜବରଦଖଲ ତ, ଅନ୍ୟ କେଉଁଠି ଡ୍ରେନ୍‌ କାମ ଯୋଗୁ ସାଇକେଲ ଚଲାଇବା ସମ୍ଭବ ହେଉନି । ଆଉ ଗାଡିମୋଟରର ଗହଳି ଭିତରେ ସାଇକେଲ ଚଲାଇବାକୁ ଲୋକେ ପସନ୍ଦ କରୁନାହାନ୍ତି ।

ଫୋନି ସମୟରେ ବି ଅନେକ ସାଇକେଲ କ୍ଷତିଗ୍ରସ୍ତ ହୋଇଛି । ତେବେ ବାତ୍ୟା ପରେ ଏବେ ୨୪୦ଟି ସାଇକେଲ ଷ୍ଟେସନ୍‌ରେ ୨ ହଜାର ସାଇକେଲ ମହଜୁଦ ରହିଛି । ଖରା କାରଣରୁ ମୋ ସାଇକେଲ ବ୍ୟବହାର କମିଛି ବୋଲି କ୍ୟାପିଟାଲ ରିଜିଅନ ଅରବାନ ଟ୍ରାନ୍ସପାର୍ଟ(ସିଆରୟୁଟି)ର ଜଣେ ଅଧିକାରୀ କହିଛନ୍ତି । ତେବେ ଜଣାଶୁଣା ସାଇକ୍ଲିଷ୍ଟ ପିୟୂଷ ରାଉତ କହିଛନ୍ତି, ମୋ ସାଇକେଲ ଆପସ୍‌କୁ ବ୍ୟବହାର କରିବାରେ ଅନେକ ଜଟିଳ ପ୍ରକ୍ରିୟା ଲୋକଙ୍କୁ ଦ୍ୱନ୍ଦ୍ୱ ସୃଷ୍ଟି କରୁଛି । ଏଥିସହ ସାଇକେଲକୁ ଚଲାଇବା ଆରାମଦାୟକ ଲାଗୁନି । ଏଥିପାଇଁ ଲୋକେ ଏହାକୁ ମୁହଁ ମୋଡୁଛନ୍ତି । ଏ ଦିଗରେ କର୍ତ୍ତୃପକ୍ଷ ଧ୍ୟାନ ଦେଲେ ଏହା ପୂର୍ବ ଭଳି ପୁଣି ଆଦୃତ ହେବ ବୋଲି ସେ କହିଛନ୍ତି ।