ନୂଆଦିଲ୍ଲୀ : ଅନେକ ସମୟରେ ଆପଣମାନେ ଦେଖିଥିବେ କି, କିଛି ଲୋକ ଗାଡ଼ି ଚଲାଉଥିବା ସମୟରେ ରାସ୍ତା ଉପରେ ପାନ-ଗୁଟଖା ଖାଇ ଛେପ ପକାନ୍ତି । କେବଳ ଏତିକି ନୁହେଁ ସଫା ସ୍ଥାନକୁ ମଧ୍ୟ କେମିତି ମଇଳା କରାଯାଉଛି ଦେଖିଥିବେ ନିଶ୍ଚୟ । ସରକାରୀ କାର୍ଯ୍ୟାଳୟ ହେଉ ବା ମେଡିକାଲ ପାନ-ଗୁଟଖା ଖାଉଥିବା ଲୋକେ ଛେପ ପକାଇ ଲାଲ କରିଦିଅନ୍ତି । ତେବେ ପୋଳରେ ରାସ୍ତାରେ ଦୁଇ ଭାରତୀୟ ନାଗରିକ ଗୁଟଖା ଛେପ ପକାଇଥିବାବେଳେ ସ୍ଥାନୀୟ ଲୋକେ ସମାଲୋଚନା କରିଛନ୍ତି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।
These gutka pichkari lovers have caused the highest level of embarrassment for Indians across the globe. Video from Nepal shows a local forcing such gutka spitters to clean their own mess. If the govt bans these pichkari spitting habits, half of India’s cleanliness problem would… pic.twitter.com/p5KhCFoOWK
— Nikhil saini (@iNikhilsaini) April 8, 2026
ଭିଡିଓରେ ଦେଖା ଯାଇଛି କି, ଜଣେ ସ୍ଥାନୀୟ ଲୋକ ଭାରତୀୟ ନାଗରିକଙ୍କ ସହ ଯୁକ୍ତି କରୁଛନ୍ତି । ସେ କହୁଛନ୍ତି କି, ଏହା ତୁମ ଭାରତ ନୁହେଁ ନେପାଳ । ଏଠାରେ ଏମିତି ମଇଳା କରନ୍ତୁ ନାହିଁ । ଭାରତ ଭଳି ଏକ ମହାନ ଦେଶରୁ ଆସିଥିବାବେଳେ ତୁମେ କିଭଳି ଏମିତି କରିପାରୁଛ ବୋଲି ସେ ପ୍ରଶ୍ନ କରିଛନ୍ତି । ଭାରତୀୟ ଯୁବକ ଜଣକ ଭୁଲ୍ ହୋଇ ଯାଇଛି ଆଉ ଏମିତି ହେବନି ବୋଲି ମଧ୍ୟ କହୁଥିବା ଦେଖିବାକୁ ମିଳିଛି । ଏହି ଭିଡିଓଟି ଜଣେ ନେପାଳୀ ନାଗରି କରିଥିବାବେଳେ ଭିଡିଓକୁ ଏକ୍ସରେ ପୋଷ୍ଟ କରିଛନ୍ତି । ଯେଉଁଥିରେ ୟୁଜର୍ସମାନେ ଭିନ୍ନ ଭିନ୍ନ କମେଣ୍ଟମାନ ଦେଉଛନ୍ତି ।
ସେପଟେ ଭିଡିଓରେଦେଖାଯାଉଛି ଯେ ସେମାନେ କେବଳ କ୍ଷମା ମାଗି ଖସି ନଥିଲେ, ବରଂ ସେମାନଙ୍କ ମଧ୍ୟରୁ ଜଣେ ତାଙ୍କ ପାଣି ବୋତଲ ବାହାର କରି ରାସ୍ତାରେ ପଡ଼ିଥିବା ଗୁଟଖାର ଲାଲ ଦାଗକୁ ସଫା କରିଥିଲେ।ସାର୍ବଜନୀନ ଶିଷ୍ଟାଚାର କେବଳ ନିୟମ ପାଳନ କରିବା ବିଷୟରେ ନୁହେଁ, ଏହା ଆପଣଙ୍କ ମାନସିକତାର ପ୍ରତିଫଳନ ମଧ୍ୟ। ଯେତେବେଳେ ଜଣେ ନାଗରିକ ବିଦେଶ ଯାତ୍ରା କରନ୍ତି, ସେମାନେ ଅନୌପଚାରିକ ଭାବରେ ତାଙ୍କ ଦେଶର "ରାଜଦୂତ"। ଗୋଟିଏ ଛୋଟ ଭୁଲ ଅନ୍ତର୍ଜାତୀୟ ସ୍ତରରେ ସମଗ୍ର ଦେଶର ପ୍ରତିଛବିକୁ କ୍ଷତି ପହଞ୍ଚାଇପାରେ। ଏହି ଭାଇରାଲ ଭିଡିଓଟି ଏକ ସ୍ପଷ୍ଟ ଶିକ୍ଷା ଯେ ନାଗରିକ ଦାୟିତ୍ୱ ସୀମା ବାହାରକୁ ବିସ୍ତାର କରେ।
ଏହାସହ ପଢ଼ନ୍ତୁ : ୧୬ ବର୍ଷୀୟା ନାବାଳିକାଙ୍କୁ ଗଣଦୁଷ୍କର୍ମ, ୭ ଅଭିଯୁକ୍ତଙ୍କ ନାଁରେ ମାମଲା