PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ଵର : ରାଜଧାନୀରୁ ଲୁଟେରା ଗ୍ୟାଙ୍ଗ ଗିରଫ, ୧୭୧ ଗ୍ରାମର ସୁନା ଜବତ
  • ||
  • ଢେଙ୍କାନାଳ : କପି ଯାଞ୍ଚ୍ ବାହାନାରେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ, ପରୀକ୍ଷା କେନ୍ଦ୍ର ସମ୍ମୁଖରେ ଛାତ୍ରଛାତ୍ରୀଙ୍କ ଧାରଣା
  • ||
  • ଝାରସୁଗୁଡ଼ା : ଏସଏମସି ପାୱାର ଜେନେରେସନ କାରଖାନାରେ ଦୁର୍ଘଟଣା, ନିଆଁରେ ପୋଡ଼ି ହୋଇ ଶ୍ରମିକ ଗୁରୁତର
  • ||
  • ଭୁବନେଶ୍ଵର : ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କୁଲତା ସମାଜ, ନୃସିଂହନାଥ ପୀଠର ଉନ୍ନତିକରଣ ପଦକ୍ଷେପ ପାଇଁ ଦେଲେ ଧନ୍ୟବାଦ
  • ||
  • ମାର୍ଶାଘାଇ : ଦିନ ଦ୍ଵିପ୍ରହରେ ଲୁଟ୍, ମହିଳାଙ୍କୁ ଭୁଜାଲି ଦେଖାଇ ଅଳଙ୍କାର ଲୁଟିନେଲେ ୨ ଦୁର୍ବୃତ୍ତ
  • ||
  • ବିଜୟ ହଜାରେ ଟ୍ରଫି: ଇତିହାସ ରଚିଲେ ଋତୁରାଜ, ଗୋଟିଏ ଓଭରରେ ମାରିଲେ ୭ ଛକା
  • ||
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • କେନ୍ଦ୍ରାପଡ଼ା: ବାଲିଆ ବାଣ ବିସ୍ଫୋରଣ ଅଘଟଣ: ଏସ୍‌ସିବିରେ ଆଉ ଜଣଙ୍କ ମୃତ୍ୟୁ, ଆହୁରି ୧୧ ଜଣଙ୍କ ଅବସ୍ଥା ଗୁରୁତର
  • ||
  • କଟକ: ଡିସେମ୍ବର ୯ରୁ ମାଟ୍ରିକ୍‌ ଏସ୍‌ଏ-୧ ଖାତା ଦେଖା, ୫୬ଟି କେନ୍ଦ୍ରରେ ହେବ ମୂଲ୍ୟାୟନ
  • ||
  • ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଅସମ୍ଭାଳ: ୧୦ ଡିଗ୍ରୀ ତଳେ ୭ ସହର, ସେମିଳିଗୁଡା ସବୁଠୁ ଥଣ୍ଡା
  • ||

ସରୁନି ମାଙ୍କଡ଼ ଖୁଆଡ଼ ନିର୍ମାଣ, ହାତ ଗଣତି ମାଙ୍କଡ଼ ଦେଖି ପର୍ଯ୍ୟଟକ ନିରାଶ

ବାରଙ୍ଗ,୪/୧୦: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଏବେ ହାତ ଗଣତି କିଛି ମାଙ୍କଡ ଦେଖି ପର୍ଯ୍ୟଟକ ନିରାଶ ହୋଇ ଫେରୁଛନ୍ତି । ଯେତିକି ଅଛନ୍ତି ସେଥିରୁ କିଛି ମାଙ୍କଡ଼ଙ୍କୁ ପ୍ରାଣୀ ଚିକିତ୍ସାଳୟ ପଛରେ ରଖାଯାଇଛି । ଯାହାକୁ ପର୍ଯ୍ୟଟକ ଦେଖି ପାରୁନାହାନ୍ତି । ୭ ମାସ ହେବ ପୁରୁଣା ଖୁଆଡ଼ ଗୁଡ଼ିକ ଭାଙ୍ଗି ନୂଆ ଖୁଆଡ଼ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲେ ମଧ୍ୟ ଏଯାଏ ୫୦ ପ୍ରତିଶତ କାର୍ଯ୍ୟ ଶେଷ ହୋଇନାହିଁ ।

ନନ୍ଦନକାନନ ପ୍ରାଣୀ ଉଦ୍ୟାନ ବିଶ୍ୱସ୍ତରୀୟ କରିବା ପରିକଳ୍ପନା କରାଯାଉଥିବାବେଳେ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ କର୍ତ୍ତୃପକ୍ଷ ବିଭିନ୍ନ  ପନ୍ଥା ଗ୍ରହଣ କରିଛନ୍ତି । ଦେଶ ବିଦେଶରୁ ବିଭିନ୍ନ ପ୍ରଜାତିର ମାଙ୍କଡ଼ ପ୍ରାଣୀଉଦ୍ୟାନକୁ ଆଣିବା ପାଇଁ ଅଣ୍ଟା ଭିଡ଼ିଛନ୍ତି । ତେଣୁ ମାଙ୍କଡ଼ଙ୍କ ପାଇଁ ଆବଶ୍ୟକୀୟ ଖୁଆଡ଼ ନଥିବାରୁ ପୁରୁଣାକୁ ଭଙ୍ଗାଯାଇ ସେଠାରେ ନୂତନ  ଖୁଆଡ଼ ନିର୍ମାଣ ପାଇଁ କାର୍ଯ୍ୟ ଆରମ୍ଭ କରାଯାଇଛି । ନୂଆ ଖୁଆଡ଼ରେ ପର୍ଯ୍ୟଟକ ଗୋଟିଏ ସ୍ଥାନରେ ଅନେକ ପ୍ରଜାତିର ମାଙ୍କଡଙ୍କୁ ଏକ ସଙ୍ଗେ ଦେଖିବାର ସୁଯୋଗ ପାଇପାରିବେ ।  ଏଥିପାଇଁ ପ୍ରାୟ ଦେଢ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିଲା । ତେଣୁ ଗତ ଫେବ୍ରୁଆରୀ ମାସରେ ୨ଟି ବବୁନ ମାଙ୍କଡ଼ ଖୁଆଡ, ଗୋଟିଏ ଆସାମୀ ମାଙ୍କଡ଼ ଖୁଆଡ଼, ଗୋଟିଏ ବଡ଼ ବନେଟ୍‌ ମାଙ୍କଡ଼ ଖୁଆଡ଼ ଓ ୨ଟି ପାତି ମାଙ୍କଡ଼ ଖୁଆଡ଼କୁ ଭଙ୍ଗାଯାଇ  ସେମାନଙ୍କୁ ପ୍ରାଣୀ ଚିକିତ୍ସାଳୟ ପଛ ପଟ ଏକ ସ୍ୱତନ୍ତ୍ର ଖୁଆଡ଼କୁ ସ୍ଥାନାନ୍ତର କରାଯାଇଥିଲା ।

କିନ୍ତୁ ନିର୍ମାଣାଧୀନ ମାଙ୍କଡ଼ ଖୁଆଡ଼ ଏବେ ଅଧାରେ ବିପଦପୂର୍ଣ୍ଣ ଭାବରେ ପଡି ରହିଛି । ମାଙ୍କଡ ଆସିବା ପରିବର୍ତ୍ତେ ଏବେ କର୍ତ୍ତୃପକ୍ଷଙ୍କ ଖୁଆଡ଼ ନିର୍ମାଣ କାର୍ଯ୍ୟକୁ ନେଇ ପ୍ରଶ୍ନ ଉଠିଲାଣି । ତେବେ ଦୁଇ ଦୁଇଥର ପାଚେରୀ ଭୁଶୁଡ଼ି ପଡ଼ିବା ପରେ ଏବେ ଖୁଆଡ଼ କାମ ବନ୍ଦ ହୋଇପଡିରହିଛି । ତେବେ ପାଚେରୀ ଭୁଶୁଡିଥିବା ସମ୍ମୁଖରେ  ବିଦେଶୀ ମାଙ୍କଡ଼ ଖୁଆଡ଼ ରହିଛି । ତେଣୁ ଏହି ରାସ୍ତା ଦେଇ ଯିବା ଏବେ ପର୍ଯ୍ୟଟକଙ୍କ ପାଇଁ ବିପଦ ସୃଷ୍ଟି କରୁଛି । ସେପଟେ  ଖଣ୍ଡି ଲାଞ୍ଜି ମାଙ୍କଡ଼ ଖୁଆଡ଼ ସମ୍ମୁଖରେ ନିର୍ମାଣ କାର୍ଯ୍ୟପାଇଁ ଗଦା ହୋଇଥିବା ଇଟା ଏବେ ଭୁଶୁଡ଼ିବାକୁ ଲାଗିଲାଣି । ତେଣୁ ମାଙ୍କଡ଼ ଖୁଆଡ଼ ମାନଙ୍କୁ ବୁଲିବାକୁ ଯାଉଥିବା ପର୍ଯ୍ୟଟକ ଏବେ ସେଠାରେ ନିରାପଦ ନୁହନ୍ତି ବୋଲି ଅଭିଯୋଗ ହେଉଛି । ପ୍ରାଣୀ ଉଦ୍ୟାନରେ ପ୍ରାୟ ୧୦ରୁ ୧୨ ପ୍ରଜାତିର ମାଙ୍କଡ଼ମାନଙ୍କୁ ପର୍ଯ୍ୟଟକ ଦେଖିବାର ସୁଯୋଗ ପାଉଥିଲେ । କିନ୍ତୁ  ଅଧିକ ପ୍ରଜାତିର ଦେଶୀ ବିଦେଶୀ ମାଙ୍କଡ଼ ଆଣିବା ନାମରେ ଏବେ ପର୍ଯ୍ୟଟକ କିଛି ହାତ ଗଣତି ମାଙ୍କଡ଼ ଦେଖି ନିରାଶ ହୋଇ ଫେରୁଛନ୍ତି ।

ତେବେ ଏଠାରେ କେବେ ଖୁଆଡ଼ ନିର୍ମାଣ ସରିବା ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ତେବେ ପର୍ଯ୍ୟଟକ ଏବେ କେବଳ ମାର୍ମୋସେଟ୍‌, ଷ୍ଟମ୍ପଟେଲ୍‌ଡ୍‌,ସିମ୍ପାଞ୍ଜି, କାପୁଚିନ୍‌, ଗୁଣ୍ଡୁଚି ଓ ତାମାରିନ ମାଙ୍କଡ଼ ଦେଖିବାର ସୁଯୋଗ ପାଇ ପାରୁଛନ୍ତି ।  ଚଳିତ ଫେବୃୟାରୀ ମାସରେ ମାଙ୍କଡ଼ ଖୁଆଡ଼ ନବୀକରଣ ପାଇଁ  ଅର୍ଥ ବ୍ୟୟ ବରାଦ କରାଯାଇଥିଲା । ଏହି ଅର୍ଥ ବ୍ୟୟ ହୋଇ ଚାଲିଛି ହେଲେ ଖୁଆଡ଼ କାର୍ଯ୍ୟ ୫୦ ପ୍ରତିଶତ ଶେଷ ହୋଇନଥିବା ଅଭିଯୋଗ ହେଉଛି । ତେବେ ଆଗକୁ ପର୍ଯ୍ୟଟନ ୠତୁ ଆସୁଥିବାରୁ ଖୁଆଡ଼ କାର୍ଯ୍ୟ ଶୀଘ୍ର ଶେଷ କରି ଅଧକ ମାଙ୍କଡ଼ ଆଣିବା ପାଇଁ ପର୍ଯ୍ୟଟକଙ୍କ ମହଲରେ ଦାବି ହେଇଛି ।