PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦୁଝର ସଦର : ମଦ୍ୟପଙ୍କ ଉନ୍ମୁକ୍ତ କାଣ୍ଡ, ବାପାକୁ ପିଟିପିଟି ହତ୍ୟା କଲା ପୁଅ
  • ||
  • ଭୁବନେଶ୍ଵର : ଅକ୍ଟୋବର ୨ରୁ ଏକ ମାସ ବ୍ୟାପି ପଦଯାତ୍ରା କରିବ ବିଜେଡି, ୨୯ ଏବଂ ୩୦ ତାରିଖରେ ବସିବ ପ୍ରସ୍ତୁତି ବୈଠକ
  • ||
  • ବାରିପଦା : ବ୍ୟାଙ୍କ୍‌ରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଏଟିଏମ୍
  • ||
  • ଭୁବନେଶ୍ଵର : ରାଜଧାନୀରେ ଚାଞ୍ଚଲ୍ୟ, ବାର୍‌ରେ ୩ଟି ବୋମାମାଡ଼ କଲେ ୨ ଦୁର୍ବୃତ୍ତ
  • ||

ଯୁବକଙ୍କ ଅଭିନବ ଉପାୟ ! ଫର୍ଚୁନରକୁ କିଭଳି କଲେ ମୋଡ଼ିଫାଏ, ଦେଖନ୍ତୁ ଭିଡ଼ିଓ …

ନୂଆଦିଲ୍ଲୀ,୯/୮ : କେଉଁଆଡେ ବୁଲିବାକୁ ଯୋଜନା କଲେ ପ୍ରଥମେ ଆପଣ ସବୁ ବ୍ୟବସ୍ଥା କରିଥାନ୍ତି । ଖାଇବାଠାରୁ ଶୋଇବା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ପ୍ରସ୍ତୁତି କରି ଯାଇଥାନ୍ତି । ମାତ୍ର ସବୁଠାରୁ ବଡ଼ ସମସ୍ୟା ଭାବେ ଟୟଲେଟ ଦେଖାଯାଇଥାଏ । ତେବେ ଏବେ ଆଉ ଚିନ୍ତା କରିବାରେ ନାହିଁ । କଥାଟା ଶୁଣି ଆଶ୍ଚର୍ଯ୍ୟ ଲାଗୁଥାଇପାରେ, ମାତ୍ର ଏହା ସତ । ଏବେ ଆଉ ଟୟଲେଟକୁ ନେଇ ଚିନ୍ତା କରିବାକୁ ପଡ଼ିବ ନାହିଁ । କାରଣ ଭାବନ୍ତୁ ଆପଣଙ୍କ ଗାଡ଼ିରେ ଯଦି ଗୋଟିଏ ଟୟଲେଟ ଥିବ ତେବେ ଏଥିରୁ ମୁକ୍ତି ପାଇପାରିବେ ନିଶ୍ଚିତ ଆପଣ । ଆଜ୍ଞା ହଁ ଠିକ୍ ଏଭଳି ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଯାହା ବେଶ ଚର୍ଚ୍ଚାର ଖୋରାକ ଯୋଗାଇଛି ।

ଜଣେ ବ୍ୟକ୍ତି ନିଜ ଟୟୋଟା ଫର୍ଚୁନର ଗାଡ଼ିକୁ ଏଭଳି ମୋଡ଼ିଫାଏ କରିଛନ୍ତି କି ଏଥିରେ ଟୟଲେଟ ସିଟ୍ ଲଗାଇ ଦେଇଛନ୍ତି । ଏହି ଭିଡ଼ିଓକୁ Revokid Vlogs ନାମକ ୟୁଟ୍ୟୁବ ଚ୍ୟାନେଲରେ ଅପଲୋଡ଼ କରାଯାଇଛି । ଏହାକୁ ଏବେ ପର୍ଯ୍ୟନ୍ତ ଏକ ଲକ୍ଷରୁ ଅଧିକ ଲୋକ ଦେଖିସାରିଛନ୍ତି ।

ବାହାରୁ ଦେଖିଲେ ଏହି କାର୍ ସାଧାରଣ ଟୟୋଟା ଫର୍ଚୁନର ଭଳି ନଜର ଆସିବ, କିନ୍ତୁ ସବୁଠାରୁ ବଡ଼ ପରିବର୍ତ୍ତନ ଏହାର ତୃତୀୟ ଧାଡ଼ିରେ ଦେଖିବାକୁ ମିଳିବ । ଏସୟୁବିର ତୃତୀୟ ଧାଡ଼ିରେ ଶୌଚାଳୟ ରଖାଯାଇଛି । ଏଥିରେ ପାଣିର ସୁବିଧାଠାରୁ ଆରମ୍ଭ କରି ସବୁ ପ୍ରକାର ବନ୍ଦୋବସ୍ତ କରାଯାଇଛି ।

ସମ୍ବନ୍ଧିତ ଖବର