ପାଣିକୋଇଲି,୧୬/୦୫: ପାଣିକୋଇଲି ଥାନା ଅନ୍ତର୍ଗତ ନରପଦା ଗାଁରେ ବେଆଇନ ମାଟି ଉଠାଣ ଖବର ପାଇ ଖଣି ବିଭାଗ ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ ଏକ ମାଟି ବୋଝେଇ ଟ୍ରାକ୍ଟର ଜବତ କରି ପାଣିକୋଇଲି ପୁଲିସକୁ ହସ୍ତାନ୍ତର କରିଛି । ସୂଚନାଥାଉକି, ଏବେ ଅନେକ ସ୍ଥାନରେ ସରକାରୀ ଜମିରୁ ବେଆଇନ ଭାବେ ମାଟି ଉଠାଯାଇ ବିକ୍ରି କରାଯାଉଛି। ରାଜସ୍ବ ବିଭାଗ ଓ ପୁଲିସ ନିରବଦ୍ରଷ୍ଟା ସାଜିଥିବା ବେଳେ ଖଣିବିଭାଗ ଚଢ଼ାଉ କରୁଛି । ମାତ୍ର ଖଣି ବିଭାଗର ଚଢାଉକୁ ମାଟି ମାଫିଆ ମାନିବାକୁ ପ୍ରସ୍ତୁତ ନୁହଁନ୍ତି । ସବୁ ସମୟରେ ଖଣି ବିଭାଗ ପହଂଚି ଚଢାଉ କରିବା ସମ୍ଭବ ହେଉନାହିଁ । ଫଳରେ ମାଫିଆମାନେ ସୁଯୋଗ ଦେଖି ମାଟି ଉଠାଉଛନ୍ତି । ନରପଦା ଗାଁର କିଛି ବ୍ୟକ୍ତି ସରକାରୀ ଜମିରେ ମାଟି ଖୋଳି ଏକ ପୋଖରୀ ଭଳି ତାତି ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତା କାମ ଠିକାଦାରଙ୍କୁ ବିକ୍ରି କରୁଛନ୍ତି । ଏନେଇ ଖଣି ବିଭାଗ ନିକଟରେ ଅଭିଯୋଗ ପରେ ଚଢାଉ ହୋଇଛି । ହେଲେ ମାଟି ମାଫିଆ ମାନେ ଜେସିବି ଓ ଅନ୍ୟ ଟ୍ରାକ୍ଟର ଗୁଡିକୁ ଗାଏବ କରିବାରେ ସଫଳ ହୋଇଛନ୍ତି ।

ପହଲଗାମ ଆତଙ୍କବାଦୀଙ୍କୁ ଧରାଇଦେଲେ ଶିବସେନା ଦେବ ୧୦ ଲ...