ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଥାନା ପରିସରରୁ ଜବତ ଟ୍ରାକ୍ଟର୍ ଧରି ଚମ୍ପଟ ମାରୁଥିଲା ନାବାଳକ, ସନ୍ଦେହ ହେବାରୁ ଅଟକାଇଲେ ଲୋକ

Published By : Prameya | November 21, 2024 11:24 AM

ବାଙ୍ଗିରିପୋଷି,୨୧/୧୧: ବାଙ୍ଗିରିପୋଷି ଥାନା ପରିସରରୁ ଜବତ ଟ୍ରାକ୍ଟର ଧରି ଖସି ଯାଉଥିଲେ ନାବାଳକ। ରାସ୍ତାରେ ବେପରୁଆ ଗାଡ଼ି ଚାଳନା ଦେଖି ଅଟକାଇଲେ ଲୋକ । ପୁଲିସ ପରେ ଖବର ପାଇ ଜବତ ଟ୍ରାକ୍ଟର ଥାନାକୁ ଫେରାଇ ଆଣିବା ସହ ନାବାଳକକୁ ଅଟକ ରଖି ପଚାଉଚରା ଜାରି ରଖିଛି। ଦିନ ଦ୍ବିପହରରେ ଥାନାରେ ଘଟିଥିବା ଏମିତି ଏକ ଅଭାବନୀୟ ଘଟଣା ସାଧାରଣରେ ଚର୍ଚ୍ଚା ଜୋର ଧରିଛି। 

ପ୍ରାପ୍ତ ସୂଚନା ମୁତାବକ, ଗତ କିଛିଦିନ ପୂର୍ବରୁ ବାଲି ଚୋରା ଚାଲାଣ ବେଳେ ଏକ ଟ୍ରାକ୍ଟର ଜବତ କରିଥିଲା ବାଙ୍ଗିରିପୋଷି ପୁଲିସ। ତେବେ ଦୀର୍ଘ ଦିନ ଧରି ଗାଡି ମାଲିକ ଗାଡିଟିକୁ ମୁକୁଲାଇବାରେ ବିଫଳ ହେବା ଯୋଗୁଁ ଜବତ ଗାଡ଼ିଟିକୁ ଥାନା ପରିସରରେ ରଖା ଯାଇଥିଲା। ବୁଧବାର ସାପ୍ତାହିକ ହାଟ ପାଇଁ ବଜାର ଭିଡ ରହିଥିଲା। ଏହାର ସୁଯୋଗ ନେଇ ଜଣେ ନାବାଳକ ଥାନା ପରିସରରୁ ଉକ୍ତ ଟ୍ରାକ୍ଟରଟିକୁ ଧରି ଖସି ଯାଉଥିଲେ। ତେବେ ନାବାଳକଙ୍କ ବେପରୁଆ ଗାଡ଼ି ଚାଳନା ପାଇଁ ଅଳ୍ପକେ ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲେ କିଛି ପଥଚାରୀ। ନାବାଳକଙ୍କ ଗାଡି ଚାଳନା ଦେଖି ଲୋକଙ୍କ ସନ୍ଦେହ ହୋଇଥିଲା ଓ ସେମାନେ ଗାଡ଼ିଟି ରାସ୍ତାରେ ଅଟକାଇଥିଲେ । 

ଖବର ପାଇ ପୁଲିସ ତରବରିଆ ଭାବେ ପହଞ୍ଚି ଟ୍ରାକ୍ଟରଟିକୁ ଜବତ କରି ପୁଣି ଥାନାକୁ ନେବା ସହ ନାବାଳକ ଚାଳକକୁ ମଧ୍ୟ ଥାନାକୁ ନେଇଥିଲା । ତେବେ ଦିନ ଦ୍ବିପହରରେ ଥାନା ପରିସରରୁ ପୁଲିସର ଉପସ୍ଥିତିରେ ତଥା ସିସିଟିଭି ଲାଗିଥିଲେ ମଧ୍ୟ ଟ୍ରାକ୍ଟର ଧରି ଚମ୍ପଟ ମାରିବା ଘଟଣା ବାଙ୍ଗିରିପୋଷି ଅଞ୍ଚଳରେ ପ୍ରଥମ ଘଟଣା ହୋଇଥିବା ବେଳେ ବାଙ୍ଗିରିପୋଷି ପୁଲିସ ର ପରିବା ପାଣିଆ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.