ନୂଆଦିଲ୍ଲୀ,୧୮।୧୨ : ଭାରତ ଏବଂ ଓମାନ ମଧ୍ୟରେ ଆଜି ନୂଆ ଆର୍ଥିକ ସମ୍ପର୍କର ଆରମ୍ଭ ହୋଇଛି। ଦୁଇ ଦେଶ ଗୁରୁବାର ଔପଚାରିକ ବ୍ୟାପକ ଆର୍ଥିକ ପାର୍ଟନରସିପ୍ ଚୁକ୍ତି ସାକ୍ଷର କରିଛନ୍ତି। ଏହି ଚୁକ୍ତି ନା କେବଳ ଭାରତୀୟ ରପ୍ତାନୀକାରୀଙ୍କ ପାଇଁ ଭଲ ସୁଯୋଗ ନେଇକି ଆସିଛି, ବରଂ ୨୦୦୬ରେ ଆମେରିକା ସହ ହୋଇଥିବା ଚୁକ୍ତି ପରେ ଓମାନ ପକ୍ଷରୁ କୌଣସି ଦେଶ ସହ କରାଯାଇଥିବା ପ୍ରଥମ ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତି।
ଏହାସହ ମଧ୍ୟ ପଢ଼ନ୍ତୁ : ଦିଲ୍ଲୀ ବୋମା ବିସ୍ଫୋରଣ ମାମଲାରେ ୯ମ ଅଭିଯୁକ୍ତ ଗିରଫ , ୟାସିର ଅହମ୍ମଦ ଡାରକୁ NIAର ହେପାଜତକୁ ପଠାଇଲେ କୋର୍ଟ
ବାଣିଜ୍ୟ ଦୃଷ୍ଟିରୁ ଦେଖାଯାଏ ଯଦି ତେବେ ୨୦୨୪-୨୫ ରେ ଦୁଇ ଦେଶ ଭିତରେ ଦ୍ୱିପାକ୍ଷିକ ବାଣିଜ୍ୟ ୧୦ବିଲିୟନ ଡଲାର ପାର କରିସାରିଛି। ଓମାନରେ ପ୍ରାୟ ୭ ଲକ୍ଷ ଭାରତୀୟ ରହିଛନ୍ତି, ଯେଉଁମାନେ ବାର୍ଷିକ ପ୍ରାୟ ୨ ବିଲିୟନ ଡଲାର ବିଦେଶୀ ମୁଦ୍ରା ଭାରତ ପଠାନ୍ତି। ଏହି ଚୁକ୍ତି ଏ ସମ୍ପର୍କକୁ ଆହୁରି ମଜବୁତ କରିବ।
ଭାରତ-ଓମାନ ଚୁକ୍ତି ସମ୍ପର୍କିତ ନୂଆ କଥା
୧- ଭାରତୀୟ ପ୍ରଡକ୍ଟର ‘ଡ୍ୟୁଟି ଫ୍ରି’ ଏଣ୍ଟ୍ରି
- ଏହି ଚୁକ୍ତି ଅନୁସାରେ ଓମାନ ଭାରତର ୯୯.୩୮ ପ୍ରତିଶତ ରପ୍ତାନୀ (ମୂଲ୍ୟ ଆଧାରରେ) କରିବାକୁ ନିଜର ମାର୍କେଟ ଖୋଲି ଦେଇଛି।
- ଓମାନ ନିଜର ୯୮.୦୮% ଟାରିଫ୍ ଲାଇନ୍ ଉପରେ ଜିରୋ ଡ୍ୟୁଟି ପ୍ରଦାନ କରାଯାଇଛି। ଏଥିରେ ୯୭.୯୬% ଟାରିଫ ଲାଇନରେ ଶୁଳ୍କ ତୁରନ୍ତ ପ୍ରଭାବରେ ସମାପ୍ତ କରି ଦିଆଯିବ।
- ପ୍ରମୁଖ କ୍ଷେତ୍ର ଯେପରିକି ରତ୍ନ ଏବଂ ଆଭୂଷଣ, କପଡା, ଚମଡା, ଯୋତା, ଖେଳ ଜିନିଷ, ଇଞ୍ଜିନିୟରିଂ ଉତ୍ପାଦ, ଫାର୍ମା ଓ ଅଟୋ ଭଳି ଶ୍ରମ-ପ୍ରଧାନ କ୍ଷେତ୍ରକୁ ପୂର୍ଣ୍ଣ ଶୁକ୍ଳରୁ ଛାଡ଼ ମିଳିବ।
- ଭାରତ ଆୟୁଷ ଓ ଓ୍ବେଲନେସ୍ କ୍ଷେତ୍ର ପାଇଁ ବିଶ୍ବରେ ଅବସର ସୃଷ୍ଟି କରିବ।
- ଫାର୍ମ କ୍ଷେତ୍ରରେ ଦୃତ ଅଭିବୃଦ୍ଧି ଘଟି। ୟୁଏସ୍ଏଫଡିଏ, ଇଏମ୍ଏ ଓ ୟୁକେଏମ୍ଏଚ୍ଆରଏ ଭଳି ବିଶ୍ବ ସଂସ୍ଥା ପକ୍ଷରୁ ଅନୁମୋଦିତ ଭାରତୀୟ ଔଷଧକୁ ଓମାନରେ ମାର୍କେଟିଂର ଅନୁମତି ମିଳିବାରେ ଏବେ ବିଳମ୍ବ ହେବନି।
୨-ସେବା ବୃତ୍ତିଗତ ଗତିବିଧିରେ ବାଣିଜ୍ୟ
- ଓମାନର ସେବାର ମୋଟ ଆମଦାନୀ ୧୨.୫୨ ବିଲିୟନ ଡଲାର ରହିଛି, ଯେଉଁଥିରେ ଭାରତର ସେୟାର ବର୍ତ୍ତମାନ ମାତ୍ର ୫.୩% ରହିଛି। ଏହି ବୁଝାମଣା ଏହି ଗ୍ୟାପକୁ ଭରିବାର କାମ କରିବ।
- ଭାରତୀୟ କମ୍ପାନୀ ପାଇଁ ୧୦୦% ଏଫଡିଆଇର ରାସ୍ତା ସ୍ପଷ୍ଟ ହୋଇଛି। ଆଇଟି,ବିଜନେସ୍ ସର୍ଭିସେଜ୍, ଅଡିଓ-ଭିଜୁଆଲ, ଶିକ୍ଷା ଓ ସ୍ବାସ୍ଥ୍ୟ ସେବାରେ ଭାରତୀୟ କମ୍ପାନୀ ଏବେ ଓମାନରେ ୧୦୦% ପ୍ରତ୍ୟକ୍ଷ ବିଦେଶୀ ନିବେଶ କରିପାରିବ।
୩- ସମ୍ବେଦନଶୀଳ ଘରୋଇ ହିତର ରକ୍ଷା ପାଇଁ କିଛି ପଦକ୍ଷେପ
- ଶୁଳ୍କ କାଟରୁ ଏଫ୍ଟିଏରେ ବହୁ କ୍ଷେତ୍ରକୁ ବାହାରେ ରଖାଯାଇଛି। ଦୁଗ୍ଧଜାତୀୟ ଜିନିଷ, ଚା, କଫି, ରବର, ତମାଖୁ ଉତ୍ପାଦ, ସୁନା-ରୂପା ଇଟା ଓ ସ୍କ୍ରାପ୍ ଧାତୁ ଭଳି ସମ୍ବେଦନଶୀଳ ଉତ୍ପାଦ ଉପରେ କୌଣସି ରିହାତି ଦିଆଯାଇ ନାହିଁ।
- ଘରୋଇ ଶିଳ୍ପଗୁଡ଼ିକ ଯେପରି ପ୍ରଭାବିତ ନହୁଏ, ସେଥିପାଇଁ ଭାରତ ଟାରିଫ୍-ରେଟ୍ କୋଟା (TRQ) ଉଦାରୀକରଣର ପଥ ଗ୍ରହଣ କରିଛି। ଯାହା ଫଳରେ ଘରୋଇ ଉଦ୍ୟୋଗ ପ୍ରଭାବିତ ନହେବ।