କଟକ, ୩୦/୦୬: କଟକ ରେଳ ଷ୍ଟେସନରେ ଏକ ମାଲବାହୀ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ତିନୋଟି ବଗି ରେଳ ଧାରଣାରୁ ଖସିଯାଇଛି । ଏହି ଦୁର୍ଘଟଣା ଷ୍ଟେସନର ଲୁପ ଲାଇନ୍‌ ନମ୍ବର ୮ରେ ହୋଇଛି । ସୋମବାର ସକାଳ ପ୍ରାୟ ସାଢେ ୮ଟାରେ ଏହି ଘଟଣ ଘଟିଛି । ଏଥିରେ କେହି ମୃତାହତ ହୋଇନଥିବା ସୂଚନା ରହିଛି ।

ଏହି ଦୁର୍ଘଟଣା ପାଇଁ ଭଦ୍ରକ-କଟକ-ବିଶାଖାପାଟଣା ଟ୍ରେନ୍‌ ଲାଇନ୍‌ରେ ଗାଡି ଚଳାଚଳ ସାଧାରଣ ରହିଛି । ସେହିପରି କଟକ-ପାରାଦ୍ୱୀପ ରୁଟ୍‌ରେ ମଧ୍ୟ ଟ୍ରେନ୍‌ ଚଳାଚଳ ସ୍ୱାଭାବିକ ରହିଛି । ମରାମତି ପାଇଁ ଯାନ୍ତ୍ରିକ ଟ୍ରେନ୍‌ ଘଟଣାସ୍ଥଳରେ ପହଞ୍ଚି କାମ ଆରମ୍ଭ କରିଛି । ତେବେ ଅପରାହ୍ଣ ସୁଦ୍ଧା କାମ ଶେଷ ହେବ ବୋଲି ଖୋର୍ଦ୍ଧା ରୋଡ୍‌ ରେଳ ପକ୍ଷରୁ ସୂଚନା ଦିଆଯାଇଛି ।