ଭୁବନେଶ୍ୱର,୧୯/୩: ରାଜ୍ୟରେ ଆରମ୍ଭ ହେବାକୁ ଜନଗଣନା ପ୍ରକ୍ରିୟା । ପ୍ରଥମ ପର୍ଯ୍ୟାୟରେ ଆସନ୍ତା ଏପ୍ରିଲ ୧୬ରୁ ରାଜ୍ୟରେ ଘର ଗଣାଯିବ । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଅଧିନସ୍ଥ ଜନଗଣନା ନିର୍ଦ୍ଦେଶାଳୟ ଏବଂ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗର ମିଳିତ ସମନ୍ୱୟରେ ୩୦ଟି ଜିଲ୍ଲାରେ ଜନଗଣନାର ପ୍ରଥମ ପର୍ଯ୍ୟାୟରେ ଘର ଗଣନା ସହ ଗୃହତାଲିକା ପ୍ରସ୍ତୁତି ହେବ । ଏହି ପ୍ରକ୍ରିୟା ଏପ୍ରିଲ ୧୬ରୁ ମେ ୧୫ ପର୍ଯ୍ୟନ୍ତ ତାଲିମପ୍ରାପ୍ତ ଗଣନାକାରୀ ଓ ସୁପରଭାଇଜରମାନଙ୍କ ଦ୍ୱାରା ପରିଚାଳିତ ହେବ । ଏହା ପୂର୍ବରୁ ଏପ୍ରିଲ ୧ରୁ ୧୫ ତାରିଖ ମଧ୍ୟ ରାତ୍ରି ପର୍ଯ୍ୟନ୍ତ ସ୍ୱ-ଗଣନାର ପ୍ରାବଧାନ ରହିଛି । ଏହି କାର୍ଯକ୍ରମରେ ଏସ୍ଇ ପୋର୍ଟାଲ ମାଧ୍ୟମରେ ଜନସାଧାରଣ ନିଜର ତଥ୍ୟ ନିଜେ ପ୍ରଦାନ କରି ପାରିବେ ।
ଏହି ଗୃହ ଗଣନା ଏବଂ ଗୃହ ତାଲିକା ପ୍ରଥମ ପର୍ଯ୍ୟାୟ କାର୍ଯ୍ୟକ୍ରମ ସକାଶେ ଓଡ଼ିଶା ସରକାରଙ୍କ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀରେ ୬୭ ଜଣ ମାଷ୍ଟର ଟ୍ରେନର ତାଲିମ ଗ୍ରହଣ କରିଛନ୍ତି । ଏହି ତାଲିମ ପ୍ରାପ୍ତ ମାଷ୍ଟର ଟ୍ରେନରମାନେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ୧୫୫୨ କ୍ଷେତ୍ର ପ୍ରଶିକ୍ଷକମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଛନ୍ତି । ଏହି କ୍ଷେତ୍ର ପ୍ରଶିକ୍ଷକମାନେ ରାଜ୍ୟର ୩୦ ଟି ଜିଲ୍ଲାରେ ୯୧ ଟି ବିଜ୍ଞାପିତ ଅଞ୍ଚଳ ପରିଷଦ, ୪୮ଟି ପୌରପାଳିକା, ୫ଟି ମହାନଗର ନିଗମ ଓ ୨ଟି ଇଣ୍ଡଷ୍ଟ୍ରିଆଲ ଟାଉନର ୧୦୦୮୭୫ ଗଣନାକାରୀ ୧୭୨୮୨ ସୁପରଭାଇଜାରମାନଙ୍କୁ ଏହି ମାସର ୧୫ ତାରିଖରୁ ପ୍ରଶିକ୍ଷଣ ପ୍ରଦାନ କରୁଛନ୍ତି, ଯେଉଁମାନଙ୍କ ଦ୍ୱାରା ମୋବାଇଲ ଆପ ମାଧ୍ୟମରେ ଗୃହଗଣନା ଏବଂ ଗୃହତାଲିକା କାର୍ଯକ୍ରମ କ୍ଷେତ୍ର ପରିଦର୍ଶନ ମାଧ୍ୟମରେ ଅନୁଷ୍ଠିତ ହେବ । ଜନଗଣନାର ଏହି କାର୍ଯକ୍ରମର ପ୍ରଚାର ପ୍ରସାର ସକାଶେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ବ୍ରାଣ୍ଡ ଆମ୍ବାସାଡର ଭାବରେ କାର୍ଯ୍ୟ କରିବାକୁ ସ୍ୱୀକୃତି ପ୍ରଦାନ କରିଛନ୍ତି ।
ଆହୁରି ପଢନ୍ତୁ- ମଜଭୁତ ହେଲା ବିଜେପି ସଂଗଠନ: ଯୁବ, ମହିଳା ମୋର୍ଚ୍ଚାର ନୂଆ ଟିମ୍ ଗଠନ, ୨୬ ଜିଲ୍ଲା ପାଇଁ ନୂଆ ସଭାପତି, ୧୯ ସେଲ୍ ଦାୟିତ୍ୱରେ ସଂଯୋଜକ
କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଓ ମହାନଗର ନିଗମର କମିଶନରମାନେ ପ୍ରମୁଖ ଜନଗଣନା ଅଧିକାରୀ ରହିଥିବା ସ୍ଥଳେ ଅତିରିକ୍ତ ଜିଲ୍ଲାପାଳମାନେ ଜିଲ୍ଲା ଜନଗଣନା ଅଧିକାରୀ ଭାବରେ କାର୍ଯ୍ୟ କରୁଛନ୍ତି । ଜିଲ୍ଲାପାଳଙ୍କ ଅଧିନରେ ପ୍ରତ୍ୟେକ ତହସିଲର ତହସିଲଦାର ଏବଂ ବୈଧାନିକ ସହରଗୁଡିକର କାର୍ଯ୍ୟ ନିର୍ବାହୀ ଅଧିକାରୀମାନେ ଚାର୍ଜ ଅଧିକାରୀ ଭାବରେ କାର୍ଯ୍ୟ କରୁଛନ୍ତି । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ନୋଡାଲ ବିଭାଗ ଭାବରେ କାର୍ଯ୍ୟ କରୁଛି । ରାଜ୍ୟର ଗଣଶିକ୍ଷା ବିଭାଗର ପ୍ରାଥମିକ ଶିକ୍ଷକମାନଙ୍କୁ ଗଣନାକାରୀ ଭାବରେ ନିଯୁକ୍ତ କରାଯିବାର କାର୍ଯ୍ୟକ୍ରମ ରହିଛି ଏବଂ ହାଇସ୍କୁଲର ଶିକ୍ଷକମାନେ ସୁପରଭାଇଜର ଭାବରେ କାର୍ଯ୍ୟ କରିବେ । ଭାରତୀୟ ଜନଗଣନାରେ ଏହା ହେଉଛି ପ୍ରଥମ ଡିଜିଟାଲ ଜନଗଣନା ଏବଂ ପ୍ରଥମ ଥର ପାଇଁ ଭାରତୀୟ ଜନଗଣନାରେ ସ୍ୱ-ଗଣନାର ପ୍ରାବଧାନ ରହିଛି, ଏବଂ ସ୍ୱ-ଗଣନାର ତଥ୍ୟକୁ ଗଣନାକାରୀଙ୍କ ଦ୍ୱାରା ପୁନଶ୍ଚ ଯାଞ୍ଚ କରାଯିବାର କାର୍ଯ୍ୟକ୍ରମ ରହିଛି । ଏହି ଜନଗଣନାରେ ଉଗଗଝ ଚକ୍ଟକ୍ସଗ୍ଧବକ୍ଷ ବ୍ୟବହାର ରହିବା ସହିତ ହାଉସ୍ ଲିଷ୍ଟିଙ୍ଗ ବ୍ଲକ ସୃଷ୍ଟି କରିବା ପାଇଁ ଡିଜିଟାଲ ମାଧ୍ୟମର ଉପଯୋଗ କରାଯାଇଛି ।