PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ମହଙ୍ଗା ହେଲା ଅମୁଲ ଓ ମଦର ଡାଏରୀ କ୍ଷୀର ଦାମ୍, ଲିଟର ପ୍ରତି ବଢିଲା ୨ ଟଙ୍କା
  • ||
  • ଜମ୍ମୁ-କାଶ୍ମୀରରେ ୩୯ ଜଣ ଆଇଟିବିପି ଯବାନଙ୍କୁ ନେଇ ଯାଉଥିବା ବସ୍‌ ନଦୀରେ ଖସିଲା, ୭ ମୃତ
  • ||
  • ସୁନ୍ଦରଗଡ଼ : ଲଗାଣ ବର୍ଷାରେ ବେହାଲ ହେମଗିର ବ୍ଲକ, ଭାଙ୍ଗିଗଲା ୧୨ ଘର
  • ||
  • ଭୁବନେଶ୍ଵର : ବନ୍ୟା ପରିସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ୧୦ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ
  • ||
  • ଭୁବନେଶ୍ଵର : ରାଜ୍ୟରେ ବନ୍ୟା ମୁକାବିଲା ପାଇଁ ପ୍ରସ୍ତୁତ ସରକାର, ୭ଦିନ ଯାଏଁ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ
  • ||
  • ଭୁବନେଶ୍ଵର : ରାଜ୍ୟରେ ୩ ଦିନ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଭୁବନେଶ୍ଵର : ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଆବଶ୍ୟକ ପଦକ୍ଷେପ ନେବେ ଜିଲ୍ଲାପାଳ- ଏସଆରସି
  • ||
  • ନୟାଗଡ଼ : ନୟାଗଡ଼ର ୩୦ଟି ବିଦ୍ୟାଳୟକୁ ଛୁଟି ଘୋଷଣା
  • ||
  • କଟକ : ମୁଣ୍ଡଳୀ ନିକଟରେ ବିପଦ ସଙ୍କେତ ଟପିଲା ମହାନଦୀର ଜଳସ୍ତର
  • ||
  • ଭଦ୍ରକ : ବୈତରଣୀରେ ବନ୍ୟା, ଧାମନଗର ଓ ଭଣ୍ଡାରିପୋଖରୀ ବ୍ଲକର ୩୫ରୁ ଉର୍ଦ୍ଧ୍ଵ ଗାଁ ଜଳବନ୍ଦୀ
  • ||
  • ଭୁବନେଶ୍ଵର : ରାଜ୍ୟରେ ଖସୁଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୨୫୫ ପଜିଟିଭ୍ ଚିହ୍ନଟ
  • ||
  • ବଲାଙ୍ଗୀର : ବଲାଙ୍ଗୀରରେ ବିଭତ୍ସ ହତ୍ୟା, ମାଆ ସମ୍ମୁଖରେ ପୁଅକୁ ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ
  • ||

ଦିଲ୍ଲୀରେ ବଢିଲା ଅଟୋ ଭଡା, ଦେବାକୁ ପଡିବ ଏତେ ଅଧିକ…

ନୂଆଦିଲ୍ଲୀ ୨/୭: ଦେଶର ରାଜଧାନୀ ଦିଲ୍ଲୀରେ ତିନି ଚକିଆ ଗାଡି ଅଟୋ ପାଇଁ ପ୍ରତି କିଲୋମିଟରରେ ଭଡା ଦେଢ ଟଙ୍କା ଏବଂ ଟ୍ୟାକ୍ସି ପାଇଁ ବେସ୍ ଫେୟାରରେ ୧୫ ଟଙ୍କା ବୃଦ୍ଧି ପ୍ରସ୍ତାବ ଆସିଛି । ତେବେ ଅନୁମାନ କରାଯାଉଛି କି ଖୁବ୍ ଶୀଘ୍ର ଅଟୋ ଏବଂ ଟ୍ୟାକ୍ସି ଭଡା ବଢିପାରେ ।

ଅଧିକାରୀଙ୍କ କହିବାନୁସାରେ ଭଡାରେ ବୃଦ୍ଧି ପ୍ରସ୍ତାବକୁ ମଞ୍ଜୁରି ଦିଆଯାଇଛି  । ପରିବହନ ମନ୍ତ୍ରୀ କୈଳାଶ ଗେହଲଟ ଏନେଇ କହିଛନ୍ତି କି ସରକାର ଭଡା ବଢାଇବା ପାଇଁ  ଯୋଜନା କରୁଛନ୍ତି । ଅଧିକାରୀଙ୍କ ସୂଚନା ଅନୁସାରେ ସିଏନଜିର ଦାମ୍ ବଢିବା ଯୋଗୁଁ ଭଡାରେ ବୃଦ୍ଧି ହେବା ଜରୁରି ହୋଇପଡିଛି ।କହିରଖୁଛୁ ସରକାର ଏପ୍ରିଲରେ ୧୩ ସଦସ୍ୟ ବିଶିଷ୍ଟ ଏକ ଭଡା ସଂଶୋଧନ ସମିତି ଗଢିଥିଲେ । ସମିତି ତିନି ଚକିଆ ଗାଡି ଭଡା ପାଇଁ ୧ ଟଙ୍କା ଏବଂ ଟ୍ୟାକ୍ସି ପାଇଁ ୬୦ ପ୍ରତିଶତ ବୃଦ୍ଧି କରିବା ପାଇଁ ସୁପାରିଶ କରିଥିଲା ।

ଅଧିକାରୀଙ୍କ କହିବାନୁସାରେ ଅଟୋ ରିକ୍ସା ପାଇଁ ମିଟର ଡାଉନ ଶୁଳ୍କ ପୂର୍ବ ତୁଳନାରେ ୨୫ ଟଙ୍କା ବେସ୍ ଫେୟାରରୁ ବୃଦ୍ଧି କରି ୩୦ ଟଙ୍କା କରିଦିଆଯିବ ଏବଂ ଏହା ବ୍ୟତୀତ ପ୍ରତି କିଲୋମିଟର ସାଢେ ୯ ଟଙ୍କା ବଦଳରେ ୧୧ ଟଙ୍କା ଟଙ୍କା ଭଡା ଆଦାୟ କରାଯିବ । ଏହି ପ୍ରକାରେ ଟ୍ୟାକ୍ସି ପାଇଁ ମିଟର ଡାଉନ ଶୁଳ୍କ ଏବେ ୨୫ ଟଙ୍କା ବଦଳରେ ୪୦ ଟଙ୍କା ହେବ । ସେହି ଭଳି ଅଣ ଟ୍ୟାକ୍ସି ପାଇଁ ପ୍ରତି କିଲୋମିଟର ୧୪ ଟଙ୍କା ବଦଳରେ ୧୭ ଟଙ୍କା ଏବଂ ଏସି ଟ୍ୟାକ୍ସି ପାଇଁ ୧୬ ଟଙ୍କା ବଦଳରେ ୨୦ ଟଙ୍କା ଦେବାକୁ ହେବ ।

ସମ୍ବନ୍ଧିତ ଖବର