PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୀଳଗିରି ସହରରେ ଆତଙ୍କ ଖେଳାଉଛି କୁଳଡିହା ଦନ୍ତା
  • ||
  • ହକି ବିଶ୍ୱକପ୍‌ ଫାଇନାଲରେ ଜର୍ମାନୀ , ଅଷ୍ଟ୍ରେଲିଆକୁ ୪-୩ ଗୋଲରେ ହରାଇଲା ଜର୍ମାନୀ
  • ||
  • ଦିନ ଦ୍ୱିପ୍ରହରରେ ଘରେ କଳାକନା ବୁଲାଇଲା ଚୋର : ଲୁଟି ନେଲା ୨ ଲକ୍ଷ ଟଙ୍କା ମୂଲ୍ୟର ସୁନାଗହଣା, ନଗଦ ୧ଲକ୍ଷ ୧୦ ହଜାର ଟଙ୍କା
  • ||
  • ଗୋଟିଏ ରିପୋର୍ଟରେ ଦୋହଲି ଗଲା ଆଦାନୀଙ୍କ ସାମ୍ରାଜ୍ୟ , କୋଟିପତିଙ୍କ ତାଲିକାରୁ ଖସି ରହିଲେ ୭ମ ନମ୍ୱରରେ
  • ||

ବାଲାଂଦେଶର ଟ୍ରି ମେନ୍: ୨୫ଟି ଅପରେସନ୍ ପରେ ବି ଦେହରେ ଉଠୁଛି ଗଛ

ଢ଼ାକ୍କା: ବୟସ ୨୮ବର୍ଷ । ସାଧାରଣ ଲୋକଙ୍କ ପରି ଖାଇବାଠୁ ନେଇ ବୁଲିବା ପର୍ଯ୍ୟନ୍ତ ସେ ସବୁକିଛି କରିପାରୁଛି । ମାତ୍ର ଯୁବକଟିକୁ ଦେଖିଲେ ଆଶ୍ଚର୍ଯ୍ୟ ଲାଗୁଛି । ଗତ ୨୦ବର୍ଷ ହେଲାଣି ଯୁବକଟିର ହାତ ଓ ଗୋଡ଼ରେ ଉଠୁଛି ଗଛ । କଥାଟିକୁ ସହଜରେ ବିଶ୍ୱାସ କରି ନ ପାରିଲେ ବି ଏହା ସତ ।
ବାଲାଂଦେଶର ଏହି ଟ୍ରି ମେନ୍ଙ୍କର ଅପରେସନ୍ କରାଯାଇଥିଲା । କିନ୍ତୁ ଏବେ ପୁଣି ତାଙ୍କ ଦେହରେ ଗଛ ଉଠିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଛି । ଟ୍ରି ମେନ୍ ଆବୁଲ ବାଂଝଦରଙ୍କୁ ଏକ ଦୁର୍ଲଭ ରୋଗ ହୋଇଛି । ତାଙ୍କ ହାତ ଏବଂ ଗୋଡ଼ରେ ଗଛ ଭଳି ଚେର ବଢ଼ୁଛି । ଅବୁଲଙ୍କ ଏହି ରୋଗ ୩ବର୍ଷ ପୂର୍ବରୁ ଦୁନିଆକୁ ଚକିତ କରିଦେଇଥିଲା । ଏହି ରୋଗରୁ ରକ୍ଷା ପାଇବା ପାଇଁ ସେ ଅନେକ ଅପରେସନ୍ କରେଇ ସାରିଲେଣି । କିନ୍ତୂ ଏବେ ଯାଏଁ କୋ÷ଣସି ସୁଫଳ ମିଳୁପାରୁନାହିଁ । ଅପରେସନ୍ ପରେ ମଧ୍ୟ ତାଙ୍କ ହାତ ଗୋଡ଼ରେ ଚେର ଭଳି ଶାଖା ବଢ଼ି ବଢ଼ି ଯାଉଛି । ଅବୁଲଙ୍କୁ ଇପିଡ଼ର୍ମୋଡ଼ିସପ୍ଲାସିଆ ଭେରୁସିଫର୍ମିସ ନାମକ ରୋଗ ହୋଇଛି । ବହୁତ କଷ୍ଟରେ ନିଜ ଜୀବନ ଅତିବାହିତ କରୁଛନ୍ତି । ତାଙ୍କ ଶରୀରର ଅନେକ ଅଙ୍ଗରେ ଗଛର ଚେର ଭଳି ଶାଖା ରହିଛି । ଏଥିପାଇଁ ଅବୁଲଙ୍କୁ ସବୁବେଳେ ହାତରେ ୫କେଜି ଓଜନ ଟେକି ଧରିଲା ଭଳି ଅନୁଭବ ହୋଇଥାଏ ।
ସୂଚନାଯୋଗ୍ୟ ଯେ, ଇମ୍ୟୁନ ସିଷ୍ଟମରେ ଡିଫେକ୍ଟ ଯୋଗୁଁ ଏହି ରୋଗ ହୋଇଥାଏ । ଏହା ଫଳରେ ମଣିଷ ଏଚପିଭି ଶିକାର ହେବାର ଆଶଙ୍କା ବଢ଼ିଯାଇଥାଏ । ଯାହା ଫଳରେ ଚର୍ମ କର୍କଟ ହେବାର ମଧ୍ୟ ଆଶଙ୍କା ରହିଥାଏ । ପୁରା ଦୁନିଆରେ ଏହି ରୋଗରେ ହାତ ଗଣତି କିଛି ଲୋକପୀଡ଼ିତ ଥିବା ଜଣାପଡ଼ିଛି । ଡାକ୍ତରଙ୍କ କହିବାନୁଯାୟୀ, ୨୦୧୬ ମସିହା ପରେ ଅବୁଲ ୨୫ଟି ଅପରେସନ୍ କରାଇସାରିଛନ୍ତି । କିନ୍ତୁ ସୁଫଳ ମିଳିନାହିଁ । ଡାକା ମେଡିକାଲ କଲେଜ ଏବଂ ହସ୍ପିଟାଲର ପ୍ଲାଷ୍ଟିକ ସର୍ଜରୀ ବିଭାଗର ଡାକ୍ତର କହିବାନୁଯାୟୀ, ଏହା ଏକ ଜଟିଳ ରୋଗ । ଧିରେ ଧିରେ ଏହାର ଚିକିତ୍ସା ଦ୍ୱାରା ଅବୁଲ ଭଲ ହୋଇଥାନ୍ତେ । କିନ୍ତୁ ହଠାତ୍ ସେ ଘରକୁ ପଳାଇଥିଲେ । ଡାକ୍ତର ତାଙ୍କୁ ଫେରି ଆସି ଚିକିତ୍ସା କରାଇବାକୁ ଅନୁରୋଧ କରିଥିଲେ ମଧ୍ୟ ଅବୁଲ ଆସିନଥିଲେ ବୋଲି ଡାକ୍ତର କହନ୍ତି । ୨୦ ତାରିଖରେ ଅବୁଲ ନିଜ ମାଙ୍କ ସହ ହସ୍ପିଟାଲକୁ ଆସିଥିଲେ । ତାଙ୍କ ଅବସ୍ଥା ଏବେ ଆହୁରି ଗମ୍ଭୀର ହୋଇଗଲାଣି ବୋଲି ଡାକ୍ତର କହନ୍ତି । ଆଉ ୫/୬ଟି ଅପରେସନ୍ କରିବାକୁ ପଡ଼ିବ ବୋଲି ଡାକ୍ତର କହିଛନ୍ତି ।


୨୦୧୬ ମସିହାରୁ ଅବୁଲଙ୍କ ଚିକିତ୍ସା ଖର୍ଚ୍ଚ ସରକାର ବହନ କରୁଛନ୍ତି । ଡିଏମସିଏଚର ନିର୍ଦ୍ଦେଶକ ସାମନ୍ତା ଲାଲ ସେନ କହିଛନ୍ତି, ଦୁନିଆରେ ଏମିତି ୩ଜଣ ଅଛନ୍ତି ଯାହାକୁ ଏଭଳି ରୋଗ ହୋଇଛି । ଇଣ୍ଡୋନେସିଆର ଏକ ଗାଁରେ ଏହି ରୋଗରେ ପୀଡ଼ିତ ଜଣେ ଯୁବକର ୨୦୦୮ରେ ମସିହାରେ ଅପରେସନ୍ ହୋଇଥିଲା ।

ସମ୍ବନ୍ଧିତ ଖବର