ନୂଆଦିଲ୍ଲୀ,୨୬/୦୭: ଟି-ଟ୍ୱେଣ୍ଟି ସ୍ପେସାଲିଷ୍ଟ ଷ୍ଟାର ବ୍ୟାଟର ଅଭିଷେକ ଶର୍ମା । ପୁରୁଷ ଟି-ଟ୍ୱେଣ୍ଟି ବ୍ୟାଟିଂ ରାଙ୍କିଙ୍ଗରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି ଅଭିଷେକ ଶର୍ମା । କିଛି ଇନିଂସ ହେବ ତାଙ୍କ ବ୍ୟାଟରୁ ରନ୍ ବାହାରୁନାହିଁ । ଫର୍ମକୁ କ୍ରିକେଟ୍ ବିଶେଷଜ୍ଞ ଚିନ୍ତା ବି ପ୍ରକାଶ କରିଛନ୍ତି । ବ୍ୟାଟିଂରେ ବିଫଳ ହେଲେ ବି ବୋଲିଂରେ ଚମତ୍କାର କରିଛନ୍ତି ଅଭିଷେକ । ଜିମ୍ୱାୱେ ବିପକ୍ଷ ଟି-ଟ୍ୱେଣ୍ଟି ସିରିଜର ଦ୍ୱିତୀୟ ମ୍ୟାଚରେ ୩ଟି ୱିକେଟ ନେଇ ମହାରେକର୍ଡ କରିଛନ୍ତି ଅଭିଷେକ । ଅଭିଷେକ ଶର୍ମା ଯାହା କରିଥିଲେ, ତାହା ଭାରତ ପାଇଁ ଅନ୍ତର୍ଜାତୀୟ କ୍ରିକେଟରେ ଶେଷ ଥର ପାଇଁ ବୀରେନ୍ଦ୍ର ସେହୱାଗ କରିଥିଲେ । ୧୪ ବର୍ଷ ପରେ ଏହି ରେକର୍ଡ କରିଛନ୍ତି ଅଭିଷେକ ଶର୍ମା । ଟି-ଟ୍ୱେଣ୍ଟିରେ ୩ ୱିକେଟ୍ ନେଇଥିବା ପ୍ରଥମ ଭାରତୀୟ ଓପନର ହୋଇଛନ୍ତି ।  ସେହୱାଗଙ୍କ ପରେ ସେ ଅନ୍ତର୍ଜାତୀୟ କ୍ରିକେଟ ଖେଳିବାରେ ଦ୍ୱିତୀୟ ଭାରତୀୟ ହୋଇଛନ୍ତି  ।

ହରାରେ ଜିମ୍ବାୱେ ବିପକ୍ଷରେ ଦ୍ୱିତୀୟ ଟି-୨୦ରେ ଅଭିଷେକ ଶର୍ମା ବ୍ୟାଟ୍ ସହିତ ବିଶେଷ କିଛି କରିପାରି ନଥିଲେ । ସେ ୮ ବଲ୍ ରୁ ମାତ୍ର ୮ ରନ୍ କରିପାରିଥିଲେ । କିନ୍ତୁ, ଯେତେବେଳେ ଅଧିନାୟକ ଶ୍ରେୟସ ଆୟର ତାଙ୍କୁ ବଲ ଦେଇଥିଲେ, ସେ ଏକ ଅସାଧାରଣ କୃତିତ୍ୱ ପ୍ରଦର୍ଶନ କରିଥିଲେ । ସେ ଶୀଘ୍ର ୩ଟି ୱିକେଟ୍ ନେଇ ଭାରତର ସବୁଠାରୁ ସଫଳ ବୋଲର ହୋଇଗଲେ । ଅଭିଷେକ ଶର୍ମା ୨.୫ ଓଭରରେ ୧୭ ରନ ଦେଇ ୩ ୱିକେଟ୍ ନେଇଥିଲେ । ସେ ବ୍ରାଡ୍ ଇଭାନ୍ସ, ନ୍ୟୁମ୍ୟାନ୍ ନ୍ୟାମହୁରୀ ଏବଂ ରିଚାର୍ଡ ନଗାରୱାଙ୍କୁ ଆଉଟ୍ କରିଥିଲେ । ଏହା ଟି୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ରେ ଅଭିଷେକଙ୍କ ସର୍ବୋତ୍ତମ ବୋଲିଂ  । ଏହି ତିନୋଟି ୱିକେଟ୍ ସହିତ ଅଭିଷେକ ଶର୍ମା ମଧ୍ୟ ଇତିହାସ ରଚିଛନ୍ତି । ସେ ଟି୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ରେ ୩ କିମ୍ବା ତା’ଠାରୁ ଅଧିକ ୱିକେଟ୍ ନେଇଥିବା ପ୍ରଥମ ଭାରତୀୟ ଓପନର୍ ହୋଇଛନ୍ତି । 

ଏହା ବି ପଢନ୍ତୁ...Ishan Kishan: ଧୋନିଙ୍କ ଷ୍ଟାଇଲ୍ରେ ଆଉଟ୍ କରିବାରୁ ଯାଇ ଏହି ଭୁଲ କରିଦେଲେ ଇଶାନ, ମୁଣ୍ଡରେ ହାତ ଦେଲେ   

୧୪ ବର୍ଷ ପୂର୍ବେ ବୀରେନ୍ଦ୍ର ସେହୱାଗ ଏହା କରିଥିଲେ- ୨୬ ଫେବୃଆରୀ ୨୦୧୨ରେ ସିଡନୀ କ୍ରିକେଟ୍ ଗ୍ରାଉଣ୍ଡରେ ଅନୁଷ୍ଠିତ କମନୱେଲ୍ଥ ବ୍ୟାଙ୍କ ଟ୍ରାଇ-ସିରିଜ ଦିନିକିଆରେ ଅଷ୍ଟ୍ରେଲିଆ ବିପକ୍ଷରେ ବୀରେନ୍ଦ୍ର ସେହୱାଗ ୯ ଓଭରରେ ୩/୪୩ ନେଇଥିଲେ । ଯାହା ତାଙ୍କର ଦିନିକିଆ କ୍ୟାରିୟରର ସର୍ବୋତ୍ତମ ବୋଲିଂ । ଏବେ, ୧୪ ବର୍ଷ ପରେ, ଅଭିଷେକ ଶର୍ମା ଜଣେ ଓପନର ଭାବରେ ଟି-୨୦ରେ ସମାନ ସଫଳତାକୁ ଦୋହରାଇଛନ୍ତି । ବୀରେନ୍ଦ୍ର ସେହୱାଗଙ୍କ ଦିନିକିଆରେ ସର୍ବୋତ୍ତମ ବୋଲିଂ ପ୍ରଦର୍ଶନ ସତ୍ତ୍ୱେ, ଭାରତ ଜିତିପାରିଲା ନାହିଁ । ଅଭିଷେକ ଶର୍ମାଙ୍କ ବୋଲିଂ ଭାରତକୁ ଦ୍ୱିତୀୟ ଟି-ଟ୍ୱେଣ୍ଟି ଜିତିବାରେ ସାହାଯ୍ୟ କରିଥିଲା, ଜିମ୍ବାୱେକୁ ୯୦ ରନର ଏକ ବିରାଟ ବ୍ୟବଧାନରେ ପରାସ୍ତ କରିଥିଲା ଭାରତ । 

ଅଧିନାୟକ ଭାବେ ପ୍ରଥମ ସିରିଜ ଜିତିଛନ୍ତି ଶ୍ରେୟାସ ଆୟର । ଉଭୟ ଆୟର୍ଲାଣ୍ଡ ଓ ଇଂଲଣ୍ଡରେ ପରାଜୟ ପରେ ଆୟରଙ୍କ ଭାରତୀୟ ଦଳ ଘରୋଇ ଜିମ୍ବାୱେ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜର ପ୍ରଥମ ୨ଟି ମ୍ୟାଚ ଜିତି ସିରିଜ କବ୍ଜା କରିଛି । ହାରାରେ ସ୍ପୋର୍ଟ୍ସ କ୍ଲବ୍ ଗ୍ରାଉଣ୍ଡ ଅନୁଷ୍ଠିତ ଦ୍ୱିତୀୟ ମ୍ୟାଚରେ ଭାରତ ୯୦ ରନ୍ରେ ଘରୋଇ ଦଳକୁ ହରାଇଥିଲା । ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଭାରତ ୫ ୱିକେଟ୍ ବିନିମୟରେ ୨୧୯ ରନ ସଂଗ୍ରହ କରିଥିଲା । ଜବାବରେ ଜିମ୍ବାୱେ ୧୭.୫ ଓଭରରେ ୧୨୯ ରନ କରି ଅଲ୍ ଆଉଟ୍ ହୋଇ ଯାଇଥିଲା । ଭାରତ ପକ୍ଷରୁ ପ୍ରିନ୍ସ ଯାଦବ ଓ ପଦାର୍ପଣ ମ୍ୟାଚ ଖେଳିଥିବା ୟଶ ଠାକୁର ୨ଟି ଲେଖାଏଁ ୱିକେଟ୍ ନେଇଥିଲେ । ଅଭିଷେକ ଶର୍ମା ସର୍ବାଧିକ ୩ଟି ୱିକେଟ୍ ଅକ୍ତିଆର କରିଥିଲେ ।