ପ୍ରମୂଖ ଖବର
  • ଭୁବନେଶ୍ୱର : ରାଜଧାନୀ ଅଭାବନୀୟ ଘଟଣା; ରାସ୍ତାରେ ଜଳିଗଲେ କଲେଜ ଛାତ୍ର, ତଦନ୍ତ କରୁଛି ପୋଲିସ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା, ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡା କରିବେ ମଦନମୋହନ
  • ||
  • ଅକ୍ଷୟ ତୃତୀୟାଠାରୁ ବିନ୍ଦୁସାଗରରେ ଚନ୍ଦନ ଯାତ୍ରା, ୨୨ ଦିନ ଚାପ ଖେଳିବେ ଶ୍ରୀଲିଙ୍ଗରାଜ
  • ||
  • ବିଶାଖାପାଟଣାର ସୀମାଞ୍ଚଳମ୍ ମନ୍ଦିରରେ ଅଘଟଣ; ପାଚେରି ଭୁଶୁଡ଼ି ୮ ଜଣଙ୍କର ମୃତ୍ୟୁ, ଅନେକ ଆହତ
  • ||
  • ଭଦ୍ରକ : ମିଶ୍ରପୁର ଗ୍ରାମରେ ଅଘଟଣ, ନଈରେ ପଡ଼ି ନାବାଳିକା ମୃତ
  • ||

ସ୍ବର୍ଗତ ଦାଦି ରତନ ମୋହିନୀଙ୍କୁ ଶ୍ରଦ୍ଧାଞ୍ଜଳି

Published By : Prameya | April 20, 2025 9:20 PM

କଟକ, ୨୦/୪ :  କଟକ ଝାଞ୍ଜିର ମଙ୍ଗଳାସ୍ଥିତ ବ୍ରହ୍ମା କୁମାରୀ ଆଶ୍ରମରେ ସ୍ବର୍ଗତ ଦାଦି ରତନ ମୋହିନୀଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ଅନ୍ତର୍ଜାତୀୟ ବ୍ରହ୍ମା କୁମାରୀର ମୁଖ୍ୟ ପରିଚାଳିକା ସ୍ବର୍ଗତ ରତନ ମୋହିନୀଙ୍କ ଅହମଦାବାଦସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ଦେହାନ୍ତ ଘଟିଥିଲା । ଆଜି କଟକ ଶାଖା ପକ୍ଷରୁ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । 

ଏହି ଅବସରରେ ସକାଳୁ ସମୂହ ଯୋଗ, ମୁରଲୀ କ୍ଲାସ, ଭୋଗ ଶ୍ରଦ୍ଧାଞ୍ଜଳି ଓ ପରେ ବ୍ରହ୍ମା ଭୋଜନ ଆୟୋଜନ କରାଯାଇଥିଲା। ଆଶ୍ରମ ଅନ୍ତେବାସୀଙ୍କ ସମେତ ନିମନ୍ତ୍ରିତ ଅତିଥିମାନେ ମଧ୍ୟ ଏହି ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.