ପ୍ରମୂଖ ଖବର
  • ବଲାଙ୍ଗୀର : ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ଆଶାନ୍ତି, ହଷ୍ଟେଲ ଫି ବୃଦ୍ଧି ନେଇ ଧାରଣା ଦେଲେ ଛାତ୍ରଛାତ୍ରୀ
  • ||
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜ୍ଞାମାଳ ବିଜେ ପରେ ଶରଧାବାଲିରେ ଦକ୍ଷିଣ ମୋଡ଼ ନେବ ତିନ ରଥ
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ଦାଦାବଟି ନଦେବାରୁ ଟ୍ରକ୍ ଡ୍ରାଇଭର୍ ଓ ହେଲପରଙ୍କୁ ନିସ୍ତୁକ ମାଡ଼, ପୋଲିସ ଉପରକୁ ଆକ୍ରମଣ, ୪ ଗିରଫ

Published By : Rasmita Pradhan | May 2, 2025 8:02 AM

ଭୁବନେଶ୍ଵର, ୦୨/୦୫ : ଦାଦାବଟି ନଦେବାରୁ ଟ୍ରକ୍ ଡ୍ରାଇଭର୍ ଓ ହେଲପରଙ୍କୁ ଆକ୍ରମଣ। ଟଙ୍କା ଦେବାକୁ ମନା କରିବାରୁ ଡ୍ରାଇଭର୍ ଓ ହେଲପରଙ୍କୁ ନିସ୍ତୁକ ପିଟିଲେ ଦୁର୍ବୃତ୍ତ। ଡ୍ୟୁଟିରେ ଥିବା ପୋଲିସ ବି ହେଲେ ଆକ୍ରୋଶର ଶିକାର। ଜଳେଶ୍ଵର ୬୦ନଂ ଜାତୀୟ ରାଜପଥ ଶାନ୍ତିଆ ନିକଟରେ ଏଭଳି ଘଟଣା ଘଟିଛି। ଜଳେଶ୍ୱର ଥାନାର ଏସଆଇ ସୃଷ୍ଟିଧର ବେହେରା ଓ ମହିଳା କନେଷ୍ଟବଳଙ୍କୁ ଦୁର୍ବୃତ୍ତମାନେ ଆକ୍ରମଣ କରିଛନ୍ତି।

ସୂଚନାନୁଯାୟୀ, ୬୦ନଂ ଜାତୀୟ ରାଜପଥ ଶାନ୍ତିଆ ନିକଟରେ ଜଣେ ଡ୍ରାଇଭର୍ ତାଙ୍କ ଟ୍ରକ୍ ଛିଡ଼ା କରାଇ ଚା ପିଇବା ସମୟରେ କିଛି ଯୁବକ ଟ୍ରକ୍‌ର ହେଲ୍ପର ଓ ଡ୍ରାଇଭରଙ୍କୁ ଘେରି ଦାଦାବଟି ମାଗିଥିଲେ। ଟଙ୍କା ନଦେବାରୁ ଡ୍ରାଇଭରଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ପୋଲିସ ହେଲ୍ପ ଲାଇନ ୧୧୨କୁ କଲ୍ କରି ଜଣାଇବା ପରେ ଘଟଣାସ୍ଥଳରେ ଡ୍ୟୁଟିରେ ଥିବା ଏସଆଇ ସୃଷ୍ଟିଧର ବେହେରା ଓ ମହିଳା କନେଷ୍ଟବଳ ପହଞ୍ଚିଥିଲେ। ଦୁର୍ବୃତ୍ତମାନେ ସେମାନଙ୍କୁ ମଧ୍ୟ ଆକ୍ରମଣ କରିଥିଲେ। ଏବାବଦରେ ଜଳେଶ୍ୱର ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଟ୍ରକ୍ ଡ୍ରାଇଭର, ହେଲପର୍ ଓ ଦୁଇ ପୋଲିସ କର୍ମଚାରୀଙ୍କୁ ଉଦ୍ଧାର କରିବା ସହ ଘଟଣାରେ ସଂପୃକ୍ତ ୪ ଜଣକୁ ଗିରଫ କରିଥିଲା। ଟ୍ରକ୍ ଡ୍ରାଇଭର ଓ ମହିଳା କନେଷ୍ଟବଳଙ୍କ ଥାନାରେ ପୃଥକ ଅଭିଯୋଗ ପରେ ଘଟଣାର ଅଧିକ ତଦନ୍ତ କରୁଛି ଜଳେଶ୍ୱର ପୋଲିସ।

ଏହି ଖବରଟିକୁ ପଢନ୍ତୁ-ଭୁବନେଶ୍ବରରେ ଆଉ ଜଣେ ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.