ବସ୍ତା,୩୦/୧୦: ଘରୋଇ ଯାତ୍ରୀବାହୀ ବସ୍‌କୁ ଧକ୍କା ଦେଲା ଟ୍ରକ୍‌ ଏଥିରେ ଜଣ ଯାତ୍ରୀ ଗୁରୁତର ହୋଇଥିବା ବେଳେ ୧୦ ଜଣ ଆହତ ହୋଇଛନ୍ତି l ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ୬୦ନମ୍ବର ଜାତୀୟ ରାଜପଥ ଜୁଣବଳଦା ନିକଟରେ ଏଭଳି ଘଟଣା ଘଟିଛି l

​​​​​​​

ସୂଚନା ମୁତାବକ, ଏହେସାନ୍ ନାମକ ଘରୋଇ ବସ୍ ୩୫ରୁ ଉର୍ଦ୍ଧ୍ୱ ଯାତ୍ରୀ ନେଇ ବାଲେଶ୍ବର ପଟୁ ଜଳେଶ୍ବର ଅଭିମୁଖେ ଯାଉଥିଲା । ଏତିକି ବେଳେ ୬୦ ନମ୍ବର ଜାତୀୟ ରାଜପଥର ଜୁଣବଳଦା ଛକ ନିକଟରେ ଏକ ଟ୍ରକ୍‌ ଦ୍ରୁତ ଗତିରେ ଆସି ଉକ୍ତ ବସ୍‌କୁ ପଛପଟୁ ଧକ୍କା ଦେଇଥିଲା। ଫଳରେ ବସ୍‌ର ପଛ ସିଟ୍‌ରେ ବସିଥିବା ଜଣ ଯାତ୍ରୀ ଗୁରୁତର ହୋଇଥିବା ବେଳେ ୧୦ ଜଣ ଆହତ ହୋଇଛନ୍ତି । ଖବର ପାଇ ଜାତୀୟ ରାଜପଥ ପାଟ୍ରୋଲିଂ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତରଙ୍କୁ ଆମ୍ବୁଲାନ୍ସ ଯୋଗେ ବସ୍ତା ଗୋଷ୍ଠୀ ସ୍ବାସ୍ଥ୍ଯ କେନ୍ଦ୍ରରେ ଭର୍ତ୍ତି କରିଛି । ଏହା ସହ ବସ୍‌ରେ ଥିବା ଅନ୍ୟ ଯାତ୍ରୀମାନଙ୍କୁ ଆଉ ଏକ ଗାଡିରେ ଗନ୍ତବ୍ଯ ସ୍ଥଳକୁ ପଠା ଯାଇଛି। ଖବର ପାଇ ବସ୍ତା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।