ପ୍ରମୂଖ ଖବର
  • ଗଞ୍ଜାମ : ଅଜଣା ଗାଡି ଧକ୍କାରେ ଆଇନଜୀବୀ ମୃତ, ଥାନାରେ ମାମଲା ରୁଜୁ
  • ||
  • ବିଶିଷ୍ଟ ପରିବେଶବିତ୍ ମେଧା ପାଟେକର ଅଟକ,କାଶୀପୁର ବ୍ଲକରେ ହେବାକୁ ଥିବା ଜନ ସମାବେଶରେ ହୋଇଥାନ୍ତେ ସାମିଲ
  • ||
  • ରଥ ଖଳା ହାଲ୍‌ଚାଲ୍‌: ପଡ଼ିଲା ରଥର ପ୍ରଥମ ଫ୍ରେମ୍, ଆଗକୁ ଦଣ୍ଡା କଣ୍ଟା ଅନୁକୂଳ
  • ||
  • କଟକ : ମହୁମାଛି ଆକ୍ରମଣରେ ବୃଦ୍ଧା ମୃତ, ଜଣେ ଗୁରୁତର
  • ||
  • ଆଗକୁ ବଢ଼ିବାର ନାଁ ନେଉନି ମୌସୁମୀ: ଭୀଷଣ ଗ୍ରୀଷ୍ମପ୍ରବାହ ଆଲର୍ଟ, ୭ରେ କିଛି ସ୍ଥାନରେ ୪୨ ଡିଗ୍ରୀ ଟପିବ ତାତି
  • ||
  • କଳାହାଣ୍ଡି : ଟ୍ରକ୍‌କୁ ପଛରୁ ପିଟିଲା ଯାତ୍ରୀବାହୀ ବସ୍‌; ଜଣେ ମୃତ, ୫ ଗୁରୁତର
  • ||

ଚେକିଂ ଆଳରେ ହଇରାଣ କରୁଛି ପୁଲିସ, ନିୟମ ପ୍ରତ୍ୟାହାର କରିବାକୁ ଦାବି

Published By : Ankita S | June 3, 2025 1:42 PM

କଟକ,୦୩/୦୬: ଓଡିଶା ରାଜ୍ୟ ଟ୍ରକ ମାଲିକ ସଂଘ କାର୍ଯ୍ୟାଳୟରେ ବସ୍‌ ଓ ଟ୍ରକ ମାଲିକମାନଙ୍କ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି । ପରିବହନ ବିଭାଗ ନିଜେ ଦୁଇଚକିଆ ଗାଡି ଠାରୁ ଆରମ୍ଭ କରି ଟ୍ରକ, ବସ ପର୍ଯ୍ୟନ୍ତ ସମସ୍ତ ଗାଡିକୁ ଚେକିଂ କରିବା ଦାୟିତ୍ୱ ପୋଲିସ ବିଭାଗକୁ ଦେଇଛି । ଏହାଦ୍ୱାରା ପୋଲିସ ଗାଡି ମାଲିକମାନଙ୍କୁ ବିଭିନ୍ନ ଉପାୟରେ ବେନିୟମ ଭାବେ ହଇରାଣ ହରକତ କରୁଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ରାଜ୍ୟ ଟ୍ରକ ମାଲିକ ସଂଘଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।

ଗାଡି ମାଲିକମାନେ ଏକ ସାମ୍ବାଦିକ ସମ୍ବିଳନୀ କରି ଏପରି ଅଭିଯୋଗ କରିଛନ୍ତି । ପୋଲିସ ବିଭାଗକୁ ଦିଆଯାଇଥିବା ଦାୟିତ୍ୱ ପରିବହନ ବିଭାଗ ପ୍ରତ୍ୟାହାର କରୁ ନଚେତ୍ ଆଗାମୀ ଦିନରେ ଧର୍ମ ଘଟ କରାଯିବ ବୋଲି ଚେତାବନୀ ଦିଆଯାଇଛି । ରାଜ୍ୟ ଟ୍ରକ ମାଲିକ ସଂଘର ସାଧାରଣ ସମ୍ପାଦକ ରବି ଶତପଥୀ, ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘର ସଭାପତି ପ୍ରିୟବ୍ରତ ତ୍ରିପାଠୀ,ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁ, କଟକ ଘରୋଇ ବସ୍ ମାଲିକ ସଂଘର ସାଧାରଣ ସମ୍ପାଦକ ଆଶିଷ କୁମାର ସାହୁ ଓ ଉପ ସଭାପତି ମୁରଲୀଧର ବେହେରା ପ୍ରମୁଖ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.