ନୂଆଦିଲ୍ଲୀ,୦୨/୦୫; ଆମେରିକା-ଇସ୍ରାଏଲ ମଧ୍ୟ ଫାଟ । ରାଷ୍ଟ୍ରପତି ଟ୍ରମ୍ପ-ନେତାନ୍ୟାହୁଙ୍କ ମଧ୍ୟରେ ମତଭେଦ ହୋଇଛି । ଫୋନ୍ କରି ନେତାନ୍ୟାହୁଙ୍କୁ ଭଲ କରି ଶୁଣାଇଛନ୍ତି ଟ୍ରମ୍ପ । ଦୁହେଁ ମିଶି ଇରାନ ଉପରେ ଆକ୍ରମଣ କଲେ କିନ୍ତୁ ଏବେ ଦୁହିଁଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଛି । ଡୋନାଲ୍ଡ ଟ୍ରମ୍ପ ନେତାନ୍ୟାହୁଙ୍କୁ କଡ଼ା ସମାଲୋଚନା କରିଛନ୍ତି । ସେ ତାଙ୍କୁ କୃତଘ୍ନ ବୋଲି ମଧ୍ୟ କହିଛନ୍ତି । ଗତ ମାସରେ, କିଛି ରିପୋର୍ଟ ଦାବି କରିଥିଲା ଯେ ଟ୍ରମ୍ପ ଏବଂ ନେତାନ୍ୟାହୁଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଆଲୋଚନା ହୋଇଥିଲା, କିନ୍ତୁ କୌଣସି ଚୁକ୍ତି ହୋଇନଥିଲା । ଫୋନରେ ଟ୍ରମ୍ପ ନେତାନ୍ୟାହୁଙ୍କୁ ପାଗଳ ହୋଇଯାଇଛନ୍ତି ବୋଲି କହିଛନ୍ତି । ଏହା ସହିତ ଟ୍ରମ୍ପ ନଥିଲେ ନେତାନ୍ୟାହୁ ଜେଲ୍ରେ ଥାନ୍ତେ ବୋଲି କହିଛନ୍ତି ।
'ଯଦି ମୁଁ ନଥାନ୍ତି, ତୁମେ ଜେଲରେ ଥାନ୍ତ'- ପଶ୍ଚିମ ଏସିଆରେ ଉତ୍ତେଜନା ପୁଣି ଥରେ ଚରମ ସୀମାରେ ପହଞ୍ଚିଛି । ଇରାନ-ଆମେରିକା ଯୁଦ୍ଧ ଥମି ନଥିବା ବେଳେ ଇସ୍ରାଏଲ-ଲେବାନନ ଯୁଦ୍ଧବିରତି ଅବମାନନା କରି ଏକ ନୂଆ ମୋର୍ଚ୍ଚା ଖୋଲିଥିଲା । ଇସ୍ରାଏଲ ଏବଂ ହିଜବୋଲା ମଧ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଫୋନ୍ ମାଧ୍ୟମରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କୁ କଡା ସମାଲୋଚନା କରିଛନ୍ତି । ନ୍ୟୁୟର୍କ ପୋଷ୍ଟ ଅନୁଯାୟୀ, ଟ୍ରମ୍ପ କଲ୍ ସମୟରେ ତାଙ୍କ କ୍ରୋଧରେ ଅପମାନଜନକ ଭାଷା ମଧ୍ୟ ବ୍ୟବହାର କରିଥିଲେ। ଇସ୍ରାଏଲ ସମ୍ପ୍ରତି ଦକ୍ଷିଣ ବେରୁତରେ ଆତଙ୍କବାଦୀଙ୍କ ବିରୁଦ୍ଧରେ ବିମାନ ଆକ୍ରମଣ ନିର୍ଦ୍ଦେଶ ଦେଇଛି। ଏହି ପଦକ୍ଷେପ ପରେ, ଇରାନ ଆମେରିକା ସହିତ ଚାଲିଥିବା ଆଲୋଚନାରୁ ଓହରି ଯିବାକୁ ଧମକ ଦେଇଛି । ନେତାନ୍ୟାହୁଙ୍କ ସହ ଫୋନରେ କଥା ହୋଇ ଟ୍ରମ୍ପ କ୍ରୋଧିତ ହୋଇଥିଲେ । ନେତାନ୍ୟାହୁଙ୍କୁ ହିଜବୋଲା ଉପରେ ଆକ୍ରମଣ ତୁରନ୍ତ ବନ୍ଦ କରିବାକୁ ଅନୁରୋଧ କରିଥିଲେ । ଟ୍ରମ୍ପ ନେତାନ୍ୟାହୁଙ୍କୁ ପାଗଲ ହୋଇଗଲଣି ବୋଲି କହିଛନ୍ତି । ସେ ଆହରି କହିଛନ୍ତି, ଯଦି ମୁଁ ନଥାନ୍ତି ତେବେ ନେତାନ୍ୟାହୁ ଜେଲରେ ଥାଆନ୍ତେ । ମୁଁ ତୁମର ଜୀବନ ବଞ୍ଚାଉଛି । ବର୍ତ୍ତମାନ, ସମସ୍ତେ ତୁମକୁ ଘୃଣା କରିନ୍ତି । ତୁମର କାର୍ଯ୍ୟ ଯୋଗୁଁ ସମସ୍ତେ ଇସ୍ରାଏଲକୁ ଘୃଣା କରୁଛନ୍ତି ।'
ଏହା ବି ପଢନ୍ତୁ....India France Rafale Deal: ଚୀନ୍-ପାକିସ୍ତାନର ଉଡ଼ିବ ନିଦ ! ଭାରତର ମେଗା ପ୍ଲାନ୍, ଆସୁଛି ଆଉ ୧୧୪ ରାଫେଲ୍ ଜେଟ୍
ନିଷ୍ପତ୍ତିରେ ଅଟଳ ନେତାନ୍ୟାହୁ- ଟ୍ରମ୍ପଙ୍କ ଅସନ୍ତୋଷ ସତ୍ତ୍ୱେ, ନେତାନ୍ୟାହୁ ତାଙ୍କ ନିଷ୍ପତ୍ତିରେ ଅଟଳ ରହିଛନ୍ତି। ଫୋନ୍ କଲ୍ ପରେ, ନେତାନ୍ୟାହୁ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ପୋଷ୍ଟ କରି ବିଶ୍ୱ ସମ୍ମୁଖରେ ଇସ୍ରାଏଲର କଠୋର ମନୋଭାବ ସ୍ଥାପନ କରିଛନ୍ତି । ନେତାନ୍ୟାହୁ କହିଛନ୍ତି, "ମୁଁ ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ କଥା ହୋଇଥିଲି। ମୁଁ ତାଙ୍କୁ ସ୍ପଷ୍ଟ କରିଦେଇଛି ଯେ, ଯଦି ହିଜବୋଲା ଆମ ସହର ଏବଂ ସାଧାରଣ ନାଗରିକଙ୍କ ଉପରେ ଆକ୍ରମଣ ବନ୍ଦ ନକରେ, ତେବେ ଇସ୍ରାଏଲ ବେରୁତରେ ଆତଙ୍କବାଦୀଙ୍କ ଟାର୍ଗେଟ ଉପରେ ଆକ୍ରମଣ କରିବ । ଆମର ସ୍ଥିତି ଅପରିବର୍ତ୍ତିତ ରହିଛି । ଏହାଛଡ଼ା ଇସ୍ରାଏଲୀ ସେନା ଦକ୍ଷିଣ ଲେବାନନରେ ଏହାର ଅଭିଯାନ ଜାରି ରଖିବ ।''