ୱାଶିଂଟନ : ଇରାନ ସହ ଯୁଦ୍ଧ ମଧ୍ୟରେ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ବୟାନ।କହିଲେ ଯେମିତି ହେଉ ହୋର୍ମୁଜ ପ୍ରଣାଳୀକୁ ଖୋଲାଯିବ। ତୈଳ ଜାହାଜ ପାଇଁ ଯାତାୟାତ ସୁବିଧା କରାଯିବ। ଟ୍ରମ୍ପ ଏହା ମଧ୍ୟ ଆଶା କରିଛନ୍ତି ଯେ,ହୋର୍ମୁଜ ପ୍ରଣାଳୀକୁ ଖୋଲିବା ପାଇଁ ଅନ୍ୟ ଦେଶ ମଧ୍ୟ ଆମେରିକାର ସହଯୋଗ କରିବେ ଏବଂ ନିଜର ଯୁଦ୍ଧ ଜାହାଜ ପଠାଇବେ। ଆମେରିକୀୟ ରାଷ୍ଟ୍ରପତି କହିଛନ୍ତି ,ଆମର ଆଶା ଯେ, ଚୀନ, ଫ୍ରାନ୍ସ , ଜାପାନ , ଦକ୍ଷିଣ କୋରିଆ, ବ୍ରିଟେନ ଓ ଅନ୍ୟ ଦେଶ ମଧ୍ୟ ଏହି ଅଞ୍ଚଳରେ ନିଜର ଜାହାଜ ପଠାଇବେ। ଏହା ପରେ ହୋର୍ମୁଜ ଷ୍ଟ୍ରେଟ୍ ଆଉ ବିପଦ ହୋଇ ରହିବ ନାହିଁ। ଏହା ବ୍ୟତୀତ ଟ୍ରମ୍ପ ଏହା ମଧ୍ୟ କହିଛନ୍ତି ଆମେରିକା ଉପକୂଳ ବାହାରୁ ଖୁବ୍ ବୋମା ମାଡ଼ କରିବ। ଏହା ବ୍ୟତୀତ ପାଣି ବାହାରେ ସେ ଇରାନୀ ଡଙ୍ଗା ଓ ଜାହାଜକୁ ମଧ୍ୟ ଟାର୍ଗେଟ୍ କରିବ।

ଏହା ସହ ମଧ୍ୟ ପଢନ୍ତୁ : ରୁଷ୍ ତୈଳ କ୍ରୟ କରିବାକୁ ଭାରତ ସମେତ ପୁରା ଦୁନିଆକୁ ଭିକ୍ଷା ମାଗୁଛି ଆମେରିକା : ଟ୍ରମ୍ପଙ୍କୁ ଇରାନୀ ବୈଦେଶିକ ମନ୍ତ୍ରୀଙ୍କ କଟାକ୍ଷ

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶନିବାର କହିଛନ୍ତି, ସାଉଦୀ ଆରବର ଏକ ବେସ୍‌ରେ ଆକ୍ରମଣରେ ଟାର୍ଗେଟ୍ କରାଯାଇ ଥିବା ପାଞ୍ଚଟି ଟ୍ୟାଙ୍କର ବିମାନରୁ ଚାରୋଟିକୁ କୌଣସି ବିଶେଷ କ୍ଷତି ହୋଇ ନାହିଁ। ଟ୍ରମ୍ପ ଟ୍ରୁଥ୍ ସୋସିଆଲରେ ଏକ ପୋଷ୍ଟରେ ଲେଖିଛନ୍ତି ଯେ, ପାଞ୍ଚଟିରୁ ଚାରୋଟିକୁ ପାଖାପାଖି କୌଣସି କ୍ଷତି ହୋଇ ନାହିଁ। ଏସବୁ ପୁଣି ଥରେ କାମ କରିବାକୁ ଲାଗିଛନ୍ତି। ଗୋଟିଏ ତ କିଛି ଅଧିକ କ୍ଷତି ହୋଇଛି, କିନ୍ତୁ ସେ ମଧ୍ୟଶୀଘ୍ର ଆକ୍ସନକୁ ଆସିବ।

ଏଥିରେ ଡୋନାଲ୍ଡ ଟ୍ରମ୍ପ କହିଥିଲେ ଯେ, ଆମେରିକା ଇରାନର ତୈଳ ନେଟୱର୍କ ପାଇଁ ଗୁରୁତ୍ତ୍ୱପୂର୍ଣ୍ଣ ଏକ ଦ୍ୱୀପରେ ଥିବା ସାମରିକ ଠିକଣା ଗୁଡ଼ିକୁ ଶୁକ୍ରବାର ନଷ୍ଟ କରି ଦିଆ ଯାଇଛି। ଏହାସହ ଚେତାବନୀ ଦେଇ ଥିଲେ ଯେ, ଯଦି ଇରାନ ହୋର୍ମୁଜ ପ୍ରଣାଳୀରୁ ଜାହାଜ ଗୁଡ଼ିକର ଆଗମନରେ ହସ୍ତକ୍ଷେପ କରିବା ଜାରି ରଖେ ତ , ତାର ତୈଳ କେନ୍ଦ୍ର ଗୁଡ଼ିକୁ ଟାର୍ଗେଟ୍ କରାଯିବ। ଟ୍ରମ୍ପ କହିଛନ୍ତି , ଆମେରିକା ସେନା ଶୁକ୍ରବାର ଇରାନର ଖାର୍ଗ ଦ୍ୱୀପରେ ଥିବା ଠିକଣା ଗୁଡ଼ିକୁ ସଂପୂର୍ଣ୍ଣ ରୂପେ ନଷ୍ଟ କରି ଦେଇଛନ୍ତ। ଖାର୍ଗ ଦ୍ୱୀପରେ ଇରାନର ତୈଳ ରପ୍ତାନୀର ମୁଖ୍ୟ ଟର୍ମିନାଲ।

ଏହି ମଧ୍ୟରେ ଇରାନୀ ସଶସ୍ତ୍ର ବାହିନୀର ଜଣେ ବରିଷ୍ଠ ପ୍ରବକ୍ତା ଶନିବାର କହିଛନ୍ତି ଯେ, ଆମେରିକା ଏବେ ବିଶ୍ୱ ଶକ୍ତି ଭାବେ ରହି ନାହିଁ। ସେ କହିଛନ୍ତି , ପଶ୍ଚିମ ଏସିଆ ଅଞ୍ଚଳରେ ଏହାର ଦଖଲକୁ ଶେଷ କରିଦିଆ ଯିବା ଉଚିତ।